ଫୁଡ ଇଣ୍ଡଷ୍ଟ୍ରିରେ ପ୍ଲାଷ୍ଟିକ୍‌

ବର୍ତ୍ତମାନ ପ୍ଲାଷ୍ଟିକ୍‌ ଆବର୍ଜନା ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ସାଜିଛି । ଯେଉଁଥିପାଇଁ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲାଗୁଛି । ଧୀରେଧୀରେ ଏହାର ବ୍ୟବହାର କମାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିପାଇଁ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । ଫୁଡ ଇଣ୍ଡଷ୍ଟ୍ରିରେ ଏଭଳି ପ୍ଲାଷ୍ଟିକର ବ୍ୟବହାର ହୋଇଥାଏ ଯାହା ଆମ ପାଇଁ କ୍ଷତିକାରକ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ପ୍ଲାଷ୍ଟିକ ସମ୍ପର୍କରେ ଯାହାକୁ ଫୁଡ ଇଣ୍ଡଷ୍ଟ୍ରିରେ ବ୍ୟବହାର […]

ଫୁଡ ଇଣ୍ଡଷ୍ଟ୍ରିରେ ପ୍ଲାଷ୍ଟିକ୍‌

ବର୍ତ୍ତମାନ ପ୍ଲାଷ୍ଟିକ୍‌ ଆବର୍ଜନା ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ସାଜିଛି । ଯେଉଁଥିପାଇଁ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲାଗୁଛି । ଧୀରେଧୀରେ ଏହାର ବ୍ୟବହାର କମାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିପାଇଁ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । ଫୁଡ ଇଣ୍ଡଷ୍ଟ୍ରିରେ ଏଭଳି ପ୍ଲାଷ୍ଟିକର ବ୍ୟବହାର ହୋଇଥାଏ ଯାହା ଆମ ପାଇଁ କ୍ଷତିକାରକ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ପ୍ଲାଷ୍ଟିକ ସମ୍ପର୍କରେ ଯାହାକୁ ଫୁଡ ଇଣ୍ଡଷ୍ଟ୍ରିରେ ବ୍ୟବହାର କରାଯାଉଛି ।

ପିଭିସି ପ୍ଲାଷ୍ଟିକ୍‌

ପିଭିସି ପ୍ଲାଷ୍ଟିକର ବ୍ୟବହାର ବିଶେଷ କରି ଖାଦ୍ୟ ସାମଗ୍ରୀ ପ୍ୟାକେଜିଂରେ ବ୍ୟବହାର ହୋଇଥାଏ । ଏଥିରେ ପ୍ୟାକିଂ କରାଯାଇଥିବା ଖାଦ୍ୟ ସାମଗ୍ରୀ ସବୁସ୍ଥାନରେ ମିଳିଥାଏ । ଏହା ଅଧିକ ଫ୍ଲେକ୍ସିବୁଲ୍‌ ହୋଇଥିବାରୁ ଏହାକୁ ପ୍ୟାକେଜିଂ ପାଇଁ ବ୍ୟବହାର କରିବାରେ ସୁବିଧା ହୋଇଥାଏ । ଏହା ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର ହୋଇପାରୁଥିବାରୁ ଏହା ପ୍ୟାକେଜିଂ ପାଇଁ ପ୍ରଥମ ପସନ୍ଦ ହୋଇଥାଏ । ଏହାକୁ ବିଭିନ୍ନ ସାମଗ୍ରୀ ଯେପରି ବଟଲ୍‌ ଲିଡ୍‌, ଫଏଲ୍‌, କୋଲïଡ୍ରିଙ୍କ ପ୍ୟାକିଂରେ ବ୍ୟବହାର କରାଯାଇଥାଏ ।

ଏଚ୍‌ଡିପିଇ ପ୍ଲାଷ୍ଟିକ

ଏଚ୍‌ଡିପିଇ ଏକ ଥର୍ମୋପ୍ଲାଷ୍ଟିକ୍‌ ପଲିମର ଯାହାକୁ ପେଟ୍ରୋଲିୟମ ଓ ଅନ୍ୟ ସାମଗ୍ରୀ ମିଶାଯାଇ ପ୍ରସ୍ତୁତ କରାଯାଇଥାଏ । ଏହାକୁ ଫୁଡ୍‌ ଇଣ୍ଡଷ୍ଟ୍ରିରେ ସବୁଠାରୁ ଭର୍ସାଟାଇଲ ପ୍ଲାଷ୍ଟିକ୍‌ ଭାବେ ଜଣାଯାଇଥାଏ । ଏହାକୁ ଆଇସକ୍ରିମ୍‌ କଣ୍ଟେନର, ଫ୍ରିଜ ବ୍ୟାଗ୍‌, ଫ୍ରୋଜେନ୍‌ ଭେଜିଟେବଲ୍‌ ଆଦିକୁ ପ୍ୟାକିଂ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଏହାର ରେଜିଷ୍ଟାନ୍ସ କାପାସିଟି ବହୁତ ଅଧିକ ସେଥିପାଇଁ ମଧ୍ୟ ଏହାକୁ ପ୍ୟାକେଜିଂରେ ବ୍ୟବହାର କରାଯାଇଥାଏ । ଏହାର ଗୋଟିଏ ପ୍ରକାର ହେଲା ପଲିଥିନ୍‌ ।

ଏଲ୍‌ଡିପିଇ
ଏଚଡିପିଇ ଓ ଏଲଡିପିଇ ମଧ୍ୟରେ ଅନେକ ସମାନତା ରହିଛି । ତେବେ ଏହାର କେତେକ ଫିଚର ପାଇଁ ଏହାକୁ କ୍ଲିନିଂ ଓ୍ୱାର୍ପ ବା ବଜାରରେ ମିଳୁଥିବା ଟ୍ରାନ୍ସପାରେଣ୍ଟ ପ୍ୟାକିଂ ଜରି, ସିକ୍ସ ପ୍ୟାକ୍‌ ରିଂ, ସ୍କୁଇଜ୍‌ ବା ମୋଡି ହୋଇପାରୁଥିବା ବଟଲ ଯାହାକୁ ସସ୍‌ ରଖିବାକୁ ବ୍ୟବହାର କରାଯାଇଥାଏ ଆଦି ସାମଗ୍ରୀ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଥାଏ । ତେବେ ଏହାକୁ ସିଧାସଳଖ ଖାଦ୍ୟ ମାନଙ୍କର ସଂପର୍ଶରେ ଆସିବାକୁ ଦିଆଯାଇନଥାଏ । ଏହାକୁ ରି ସାଇକେଲ୍‌ କରିବା ମଧ୍ୟ ସହଜ । ଏହି ପ୍ଲାଷ୍ଟିକକୁ ବ୍ୟବହାର କରି ପୁନବ୍ୟବହାର କରିହେଉଥିବା ପାଣି ବୋତଲ ଓ ଛୋଟପିଲାଙ୍କ ବେବି ବଟଲ୍‌ ପ୍ରସ୍ତୁତ ହୋଇଥାଏ । ଏହି ପ୍ଲାଷ୍ଟିକ ଅଧିକ ରେଜିଷ୍ଟେବଲ ହୋଇଥିବାରୁ ତାପମାତ୍ରା ପରିବର୍ତ୍ତନରେ ଏହାର କିଛି କ୍ଷତି ହୋଇନଥାଏ । ଏହାସହିତ ଏହାର ଡିଜାଇନ୍‌ ଟ୍ରାନ୍ସପାରେଣ୍ଟ ଓ ଥର୍ମୋପ୍ଲାଷ୍ଟିକ ।

ପିପି ପ୍ଲାଷ୍ଟିକ୍‌
ପିପି ପ୍ଲାଷ୍ଟିକକୁ ପ୍ରୋପାଲିନ୍‌ ମନୋମୋରକୁ ବ୍ୟବହାର କରି ଏକୟୁନିକ୍‌ କମ୍ବିନେସନରେ ଏହାକୁ ପ୍ରସ୍ତୁତ କରାଯାଇଥାଏ । ଏହା ଅତ୍ୟଧୀକମାତ୍ରାରେ ଫ୍ଲେକସିବଲ୍‌ ହୋଇଥାଏ । ତେଣୁ ଏହାକୁ ଯେଉଁ ଖାଦ୍ୟକୁ ଷ୍ଟୋର କରିବା ପାଇଁ ଏୟାରଟାଇଟ୍‌ ପ୍ୟାକେଜିଂର ଦରକାର ସେଥିରେ ବ୍ୟବହାର ହୋଇଥାଏ । ଦହି, ଆଇସକ୍ରିମ୍‌, କ୍ରିମ୍‌, ଚିଜ୍‌ ଆଦିକୁ ଏହି ପ୍ଲାଷ୍ଟିକରେ ପ୍ୟାକିଂ କରାଯାଇଥାଏ । ସେହିଭଳି ମାର୍କେଟରେ ମିଳୁଥିବା ପ୍ରାୟ ସମସ୍ତ ଲାଲ ରଙ୍ଗର ପ୍ଲାଷ୍ଟିକ କପ୍‌କୁ ଏଥିରୁ ପ୍ରସ୍ତୁତ କରାଯାଇଥାଏ । ଏହାକୁ ମିଟ୍‌ ପ୍ୟାକେଜିଂ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।