ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆଠୁ ହାରିଲା ୱେଷ୍ଟଇଣ୍ଡିଜ୍

ଆଡିଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ପରାଜିତ ହୋଇଛି। ପ୍ରଥମ ପାଳିରେ ୯୮ ରନ୍ ପଛରେ ପଡ଼ିଯାଇଥିବା ଭ୍ରମଣକାରୀ କ୍ରେଗ୍ ବ୍ରାଥୱେଟ୍ ଦଳ ଦ୍ବିତୀୟ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୨୦ ରନ୍ କରିଥିଲା। ଏହାଫଳରେ ଘରୋଇ ଦଳ ସମ୍ମୁଖରେ ମାତ୍ର ୨୬ ରନ୍ ବିଜୟ ଲକ୍ଷ୍ୟ ରହିବାରୁ ଅଷ୍ଟ୍ରେଲିଆ ଏହାକୁ ବିନା କୌଣସି କ୍ଷତିରେ ହାସଲ କରିଥିଲା। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳିକୁ ଜୋସ୍ ହାଜେଲଉଡ୍ ଧ୍ବସ୍ତ କରିଦେଇଥିଲେ। ସେ ୫ ୱିକେଟ୍ ସଫଳତା […]

ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆଠୁ ହାରିଲା ୱେଷ୍ଟଇଣ୍ଡିଜ୍

ଆଡିଲେଡ୍: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ପରାଜିତ ହୋଇଛି। ପ୍ରଥମ ପାଳିରେ ୯୮ ରନ୍ ପଛରେ ପଡ଼ିଯାଇଥିବା ଭ୍ରମଣକାରୀ କ୍ରେଗ୍ ବ୍ରାଥୱେଟ୍ ଦଳ ଦ୍ବିତୀୟ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୨୦ ରନ୍ କରିଥିଲା। ଏହାଫଳରେ ଘରୋଇ ଦଳ ସମ୍ମୁଖରେ ମାତ୍ର ୨୬ ରନ୍ ବିଜୟ ଲକ୍ଷ୍ୟ ରହିବାରୁ ଅଷ୍ଟ୍ରେଲିଆ ଏହାକୁ ବିନା କୌଣସି କ୍ଷତିରେ ହାସଲ କରିଥିଲା। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳିକୁ ଜୋସ୍ ହାଜେଲଉଡ୍ ଧ୍ବସ୍ତ କରିଦେଇଥିଲେ। ସେ ୫ ୱିକେଟ୍ ସଫଳତା ପାଇବା ପରେ ମିଚେଲ ଷ୍ଟାର୍କ ୨, ନାଥନ ଲାୟନ ୨ ଓ କାମେରୁନ୍ ଗ୍ରିନ୍ ୧ ୱିକେଟ୍ ଅକ୍ତିଆର କରିଥିଲେ। ବିଜୟଲକ୍ଷ୍ୟକୁ ପିଛା କରିବା ବେଳେ ଷ୍ଟିଭେନ୍ ସ୍ମିଥ୍ ୧୧ ଓ ମାର୍ନସ ଲବୁସାନ୍ ୧ ରନ୍କରି ଦଳକୁ ଜିତାଇଥିଲେ। ଉସ୍ମାନ ଖୱାଜା ଆହତ ହେବାରୁ ୯ ରନ୍ କରିଥିଲା ବେଳେ ରିଟାୟର୍ଡ ହର୍ଟ ହୋଇ ପଡ଼ିଆ ଛାଡ଼ିଥିଲେ। ବୁଧବାର ପ୍ରଥମ ଦିବସରେ ହାଜେଲଉଡ୍ ଏବଂ ପ୍ୟାଟ୍ କମିନ୍ସ ୪-୪ ୱିକେଟ୍ ଦଖଲ କରିବାରୁ ୱେଷ୍ଟଇଣ୍ଡିଜ୍ ୧୮୮ ରନ୍ କରିଥିଲା। ଜବାବରେ ଗୁରୁବାର ଟ୍ରାଭିସ୍ ହେଡ୍ଙ୍କ ଶତକ (୧୧୯ ରନ୍, ୧୩୪ ବଲ୍ରୁ) ବଳରେ ଅଷ୍ଟ୍ରେଲିଆ ୨୮୩ ରନ୍ କରିଥିଲା। ପ୍ରଥମ ପଦାର୍ପଣରେ ଡାହାଣହାତୀ ଦ୍ରୁତ ବୋଲର ସମାର ଯୋସେଫ୍ ୫ ୱିକେଟ୍ ସଫଳତା ପାଇଥିଲେ।