ତାମିଲନାଡୁ ବିଜେପି ସଭାପତି ଦୌଡ଼ରୁ ଓହରିଲେ ଆନ୍ନାମଲାଇ

କୋଏମ୍ବାଟୁର:  ଶୁକ୍ରବାର କେ ଆନ୍ନାମଲାଇ ବିଜେପିର ତାମିଲନାଡୁ ସଭାପତି ଦୌଡ଼ରୁ ନିଜକୁ ବାଦ୍ ଦେଇଛନ୍ତି। କାରଣ ଏଆଇଏଡିଏମ୍‌କେ ସହ ପୁନଃ ମେଣ୍ଟ ଆଲୋଚନା ଏବଂ ବ୍ୟାପକ ଜାତିଭିତ୍ତିକ ରାଜନୈତିକ ରଣନୀତି ମଧ୍ୟରେ ଦଳ ନେତୃତ୍ୱ ପରିବର୍ତ୍ତନ କରିବାକୁ ଯୋଜନା କରୁଥିବା କୁହାଯାଉଛି। ସେ କହିଛନ୍ତି, ବିଜେପିରେ ନେତା ପଦ ପାଇଁ ନେତାମାନେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ। ଆମେ ସମସ୍ତେ ମିଳିତ ଭାବେ ଦଳର ସଭାପତି ଚୟନ କରିଥାଉ। ମୁଁ ସେହି ପଦ ପାଇଁ ଦୌଡ଼ରେ ନାହିଁ ବୋଲି […]

ତାମିଲନାଡୁ ବିଜେପି ସଭାପତି ଦୌଡ଼ରୁ ଓହରିଲେ ଆନ୍ନାମଲାଇ

କୋଏମ୍ବାଟୁର:  ଶୁକ୍ରବାର କେ ଆନ୍ନାମଲାଇ ବିଜେପିର ତାମିଲନାଡୁ ସଭାପତି ଦୌଡ଼ରୁ ନିଜକୁ ବାଦ୍ ଦେଇଛନ୍ତି। କାରଣ ଏଆଇଏଡିଏମ୍‌କେ ସହ ପୁନଃ ମେଣ୍ଟ ଆଲୋଚନା ଏବଂ ବ୍ୟାପକ ଜାତିଭିତ୍ତିକ ରାଜନୈତିକ ରଣନୀତି ମଧ୍ୟରେ ଦଳ ନେତୃତ୍ୱ ପରିବର୍ତ୍ତନ କରିବାକୁ ଯୋଜନା କରୁଥିବା କୁହାଯାଉଛି। ସେ କହିଛନ୍ତି, ବିଜେପିରେ ନେତା ପଦ ପାଇଁ ନେତାମାନେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ନାହିଁ। ଆମେ ସମସ୍ତେ ମିଳିତ ଭାବେ ଦଳର ସଭାପତି ଚୟନ କରିଥାଉ। ମୁଁ ସେହି ପଦ ପାଇଁ ଦୌଡ଼ରେ ନାହିଁ ବୋଲି ଆନ୍ନାମଲାଇ ଶୁକ୍ରବାର କହିଛନ୍ତି। କୋଏମ୍ବାଟୁରରେ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଆନ୍ନାମଲାଇ କହିଛନ୍ତି, ମୁଁ ଚାହୁଛି ଦଳର ଭବିଷ୍ୟତ ଉଜ୍ଜ୍ୱଳ ହେଉ। ଏହି ଦଳର ବିକାଶ ପାଇଁ ଅନେକ ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ମୁଁ ସର୍ବଦା ଏହି ଦଳ ପାଇଁ ଶୁଭେଚ୍ଛା ଜଣାଉଛି। ସେ ଆହୁରି କହିଛନ୍ତି ଯେ ବିଜେପି ଅନ୍ୟ ଦଳମାନଙ୍କ ପରି ନୁହେଁ ଯେଉଁଠାରେ ଦଳର ସଭାପତି ପଦ ପାଇଁ ୫୦ ଜଣ ନେତା ନାମାଙ୍କନ ପତ୍ର ଦାଖଲ କରନ୍ତି।