୨ ଶ୍ରମିକଙ୍କ ଉପରେ ମାଡ଼ିଗଲା ଅଭିନେତ୍ରୀଙ୍କ କାର
ମୁମ୍ବାଇ, ୨୯।୧୨: ମୁମ୍ବାଇର କାନ୍ଦିଓ୍ବଲିରେ ଲୋକପ୍ରିୟ ମରାଠୀ ଅଭିନେତ୍ରୀ ଊର୍ମିଳା କୋଠାରେଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଊର୍ମିଳାଙ୍କ ଡ୍ରାଇଭର ଦ୍ରୁତ ଗତିରେ କାର୍ ଚଳାଉଥିଲା। ପୋଇସର ମେଟ୍ରୋ ଷ୍ଟେଶନ ନିକଟରେ ଊର୍ମିଳାଙ୍କ କାର୍ ୨ ଜଣ ମେଟ୍ରୋ ଶ୍ରମିକଙ୍କୁ ମଡ଼ାଇ ଦେଇଛି। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଊର୍ମିଳା ମଧ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କ କାର୍ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାନେଇ ପୋଲିସ […] The post ୨ ଶ୍ରମିକଙ୍କ ଉପରେ ମାଡ଼ିଗଲା ଅଭିନେତ୍ରୀଙ୍କ କାର appeared first on Dharitri Odia News.
ମୁମ୍ବାଇ, ୨୯।୧୨: ମୁମ୍ବାଇର କାନ୍ଦିଓ୍ବଲିରେ ଲୋକପ୍ରିୟ ମରାଠୀ ଅଭିନେତ୍ରୀ ଊର୍ମିଳା କୋଠାରେଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଊର୍ମିଳାଙ୍କ ଡ୍ରାଇଭର ଦ୍ରୁତ ଗତିରେ କାର୍ ଚଳାଉଥିଲା। ପୋଇସର ମେଟ୍ରୋ ଷ୍ଟେଶନ ନିକଟରେ ଊର୍ମିଳାଙ୍କ କାର୍ ୨ ଜଣ ମେଟ୍ରୋ ଶ୍ରମିକଙ୍କୁ ମଡ଼ାଇ ଦେଇଛି। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଊର୍ମିଳା ମଧ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କ କାର୍ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାନେଇ ପୋଲିସ ସୂଚନା ଦେଇଛି। ଘଟଣାକୁ ନେଇ ଊର୍ମିଳାଙ୍କ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
The post ୨ ଶ୍ରମିକଙ୍କ ଉପରେ ମାଡ଼ିଗଲା ଅଭିନେତ୍ରୀଙ୍କ କାର appeared first on Dharitri Odia News.