ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ଆଜି ରବିବାର ଦିନ ସ୍ଥାନୀୟ ଷଣ୍ଢପଥର ଖେଳ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବ୍ଲକ ଅଞ୍ଚଳରୁ ମୋଟ ୧୦ ଗୋଟି ନୃତ୍ୟଦଳ ଅଂଶ ଗ୍ରହଣ କରିଥିବା ବେଳେ ୩ଗୋଟି ଦଳ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସେମାନେ ଆସନ୍ତା ଦିନରେ ଜିଲ୍ଲା ସ୍ତରୀୟ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେବେ ବୋଲି ବିଡ଼ିଓ ରୀନା ନାଏକ ପ୍ରକାଶ କରିଛନ୍ତି। […] The post ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ appeared first on Odisha.News.

ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ଆଜି ରବିବାର ଦିନ ସ୍ଥାନୀୟ ଷଣ୍ଢପଥର ଖେଳ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବ୍ଲକ ଅଞ୍ଚଳରୁ ମୋଟ ୧୦ ଗୋଟି ନୃତ୍ୟଦଳ ଅଂଶ ଗ୍ରହଣ କରିଥିବା ବେଳେ ୩ଗୋଟି ଦଳ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସେମାନେ ଆସନ୍ତା ଦିନରେ ଜିଲ୍ଲା ସ୍ତରୀୟ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେବେ ବୋଲି ବିଡ଼ିଓ ରୀନା ନାଏକ ପ୍ରକାଶ କରିଛନ୍ତି। ପ୍ରଥମ ସ୍ଥାନ ଶିରିଡ ପଞ୍ଚାୟତ ଗଦାଧରପୁର ର ଲୋକମୁଣ୍ଡାରି ନୃତ୍ୟ ହାସଲ କରିଥିବା ବେଳେ ଦ୍ଵିତୀୟ ସ୍ଥାନ ଟିକିଲିପଡ଼ା କିଷାନ ନୃତ୍ୟ କରିଥିଲା। ସେହିପରି ତୃତାୟ ସ୍ଥାନ କସଡା ପଞ୍ଚାୟତ ର କରମା ଦଳ ହାସଲ କରିଥିଲା। ବିଡ଼ିଓ ରୀନା ନାଏକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ହେମାସାଗର ଭୋଇ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପାଧକ୍ଷା ରେଖା ମୁଣ୍ଡା, ଏବିଦିଓ ରବୀନ୍ଦ୍ର ରଣା ଏବଂ ପଞ୍ଚାୟତ ସରପଞ୍ଚ ସମୂହ ମଞ୍ଚଷିନ ଥିଲେ। ବିଚାରକ ଭାବେ ବରିଷ୍ଠ ନାଟ୍ୟକାର ସୁରଥ ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲୀପ ବହିଦାର, ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଏବଂ କଳାକାର ସଂଘ ଉପ-ସଭାପତି ଉମାକାନ୍ତ ଅର୍କ ପ୍ରମୁଖ ଚୟନ କାର୍ଯ୍ୟ ତୁଲେଇ ଥିଲେ। କାର୍ଯ୍ୟକ୍ରମ କୁ ଓମପ୍ରକାଶ ଶର୍ମା ପରିଚାଳନା କରିଥିବା ବେଳେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ୮ ଶହ ରୁ ଅଧିକ କଳାକାର ଉପସ୍ଥିତ ଥିଲେ।

The post ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ appeared first on Odisha.News.