ଭାଙ୍ଗିଗଲା ଲକ୍ଷଲକ୍ଷ ପ୍ରଶଂସକଙ୍କ ହୃଦୟ, ଭିନେଶ ଫୋଗଟ ଡିସ୍କ୍ୱାଲିଫାଏଡ ଘୋଷିତ
ପ୍ୟାରିସ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଲା ବଡ଼ ଝଟକା। ଫାଇନାଲ ପୂର୍ବରୁ ଭିନେଶ ଫୋଗଟ ଡିସ୍କ୍ୱାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି। ସମଗ୍ର ଦେଶ ଭିନେଶଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରୁଥିଲା ଏବଂ ସେ ଆଜି ରାତିରେ ତାଙ୍କ ସ୍ବର୍ଣ୍ଣ ମ୍ୟାଚ ଖେଳିବାକୁ ଯାଉଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। […] The post ଭାଙ୍ଗିଗଲା ଲକ୍ଷଲକ୍ଷ ପ୍ରଶଂସକଙ୍କ ହୃଦୟ, ଭିନେଶ ଫୋଗଟ ଡିସ୍କ୍ୱାଲିଫାଏଡ ଘୋଷିତ appeared first on Dharitri Odia News.
ପ୍ୟାରିସ,୭।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଲା ବଡ଼ ଝଟକା। ଫାଇନାଲ ପୂର୍ବରୁ ଭିନେଶ ଫୋଗଟ ଡିସ୍କ୍ୱାଲିଫାଏଡ ଘୋଷିତ ହୋଇଛନ୍ତି। ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି।
ସମଗ୍ର ଦେଶ ଭିନେଶଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରୁଥିଲା ଏବଂ ସେ ଆଜି ରାତିରେ ତାଙ୍କ ସ୍ବର୍ଣ୍ଣ ମ୍ୟାଚ ଖେଳିବାକୁ ଯାଉଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ୫୦ କିଲୋଗ୍ରାମରୁ ଅଧିକ ଥିବାରୁ ଫୋଗଟ ଡିସ୍କ୍ୱାଲିଫାଏଡ ହୋଇଛନ୍ତି। କୁହାଯାଉଛି ଯେ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିଲା। ତେଣୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।
ପ୍ରତିଯୋଗିତାର ନିୟମ ଅନୁଯାୟୀ, ଭିନେଶ ରୌପ୍ୟ ପଦକ ପାଇଁ ମଧ୍ୟ ଯୋଗ୍ୟ ହେବେ ନାହିଁ। ଏବେ କେବଳ ୫୦ କିଲୋଗ୍ରାମରେ ସ୍ବର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ବିଜେତାମାନେ ହିଁ ଅଂଶଗ୍ରହଣ କରିବେ।
The post ଭାଙ୍ଗିଗଲା ଲକ୍ଷଲକ୍ଷ ପ୍ରଶଂସକଙ୍କ ହୃଦୟ, ଭିନେଶ ଫୋଗଟ ଡିସ୍କ୍ୱାଲିଫାଏଡ ଘୋଷିତ appeared first on Dharitri Odia News.