ଉଫୁଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ କାର୍ଗିଲ ବିଜୟ ଦିବସ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଉଫୁଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶନିବାର କାର୍ଗିଲ ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ମେରା ଯୁବା ଭାରତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସମାବେଶରେ ବୀରମହାରାଜପୁର ବ୍ଲକ୍ ସଂଯୋଜକ ଆଶିଷ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା , ସମ୍ମାନିତ ଅତିଥି ସାମାଜିକ କର୍ମୀ ମୀନକେତନ ମହାକୁର ଯୋଗଦାନ କରି କାର୍ଗିଲ ବିଜୟ ଅବିସ୍ମରଣୀୟ […] The post ଉଫୁଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ କାର୍ଗିଲ ବିଜୟ ଦିବସ ପାଳିତ appeared first on Odisha.News.
ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଉଫୁଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶନିବାର କାର୍ଗିଲ ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ମେରା ଯୁବା ଭାରତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସମାବେଶରେ ବୀରମହାରାଜପୁର ବ୍ଲକ୍ ସଂଯୋଜକ ଆଶିଷ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା , ସମ୍ମାନିତ ଅତିଥି ସାମାଜିକ କର୍ମୀ ମୀନକେତନ ମହାକୁର ଯୋଗଦାନ କରି କାର୍ଗିଲ ବିଜୟ ଅବିସ୍ମରଣୀୟ ବୋଲି ମତପୋଷଣ କରିଥିଲେ । ଏହି କ୍ରମରେ ପଣ୍ଡିଆପାଲି ଗ୍ରାମର ଶହୀଦ ବିଶିଷ୍ଟ ସାହୁଙ୍କ ତରଫରୁ ପରିବାର ସଦସ୍ୟ ପଙ୍କଜ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବା ଭାରତ କର୍ମକର୍ତ୍ତା ସୁଧାଂଶୁ କର୍ଣ୍ଣ ସ୍ବାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ମିଶନ୍ଶକ୍ତିର ସଦସ୍ୟା,ଏମ୍ ଡି କେ ଏବଂ ଅଞ୍ଚଳର ଯୁବକଅମିତ୍, ସରୋଜ ,ମାନସ , କିଶୋର , ଲୁଟୁ, ସତ୍ୟବ୍ରତ , ଅଙ୍କୁଶ , ପ୍ରକାଶ , ଦୁଷ୍ମନ୍ତ , ଗୀତାଞ୍ଜଳି , ପଦ୍ମାଳୟା , ସୁନୀତା, ପୁଷ୍ପାଞ୍ଜଳି, ପଦ୍ମିନୀ , ପ୍ରଦ୍ୟୁମ୍ନ , ସଞ୍ଜୟ , ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ।
The post ଉଫୁଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ କାର୍ଗିଲ ବିଜୟ ଦିବସ ପାଳିତ appeared first on Odisha.News.