ଆସନ୍ତାକାଲି ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ

ମୁମ୍ବାଇ:ଖୁବ ଶୀଘ୍ର ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ। ମହାରାଷ୍ଟ୍ର ରାଜନୀତିରେ ଏ ନେଇ ହଲଚଲ ଆରମ୍ଭ ହେଲାଣି। ମିଳିଥିବା ସୂଚନା ଅନୁସାରେ ରବିବାର ଅର୍ଥାତ ଆସନ୍ତାକାଲି କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ। ଏଥି ପାଇଁ ମହାରାଷ୍ଟ୍ର ରାଜନୈତିକ ଶିବିରରେ ହଲଚଲ ଆରମ୍ଭ ହୋଇଗଲାଣି। ମହାୟୁତି ମେଣ୍ଟରରେ ବିଜେପିକୁ କୋଉ ବିଭାଗ ମନ୍ତ୍ରୀ ମିଳିବ ଏବଂ ଅଜିତ ପାୱାର ଗୋଷ୍ଠୀ ଓ ଶିବସେନା ସିନ୍ଦେ ଗୋଷ୍ଠୀକୁ କେଉଁ ବିଭାଗ ମିଳୁଛି ତାକୁ ନେଇ ଚାଲିଛି ଅଙ୍କକଷା ସମସ୍ତଙ୍କ ନଜର ଗୃହ […]

ଆସନ୍ତାକାଲି ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ

ମୁମ୍ବାଇ:ଖୁବ ଶୀଘ୍ର ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ। ମହାରାଷ୍ଟ୍ର ରାଜନୀତିରେ ଏ ନେଇ ହଲଚଲ ଆରମ୍ଭ ହେଲାଣି। ମିଳିଥିବା ସୂଚନା ଅନୁସାରେ ରବିବାର ଅର୍ଥାତ ଆସନ୍ତାକାଲି କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ। ଏଥି ପାଇଁ ମହାରାଷ୍ଟ୍ର ରାଜନୈତିକ ଶିବିରରେ ହଲଚଲ ଆରମ୍ଭ ହୋଇଗଲାଣି। ମହାୟୁତି ମେଣ୍ଟରରେ ବିଜେପିକୁ କୋଉ ବିଭାଗ ମନ୍ତ୍ରୀ ମିଳିବ ଏବଂ ଅଜିତ ପାୱାର ଗୋଷ୍ଠୀ ଓ ଶିବସେନା ସିନ୍ଦେ ଗୋଷ୍ଠୀକୁ କେଉଁ ବିଭାଗ ମିଳୁଛି ତାକୁ ନେଇ ଚାଲିଛି ଅଙ୍କକଷା

ସମସ୍ତଙ୍କ ନଜର ଗୃହ ବିଭାଗ ଉପରେ ରହିବ । କାରଣ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ବିଭାଗ ପାଇଁ ଦାବି କରିଆସୁଛନ୍ତି ।ଶିବସେନାକୁ ଗୃହ ବିଭାଗ ନ ମିଳେ ତେବେ ତା ବଦଳରେ ଶିବସେନାକୁ ନଗର ଉନ୍ନୟନ ପରି କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇପାରେ । କେତେଜଣ ମନ୍ତ୍ରୀ ଶପଥ ନେବେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ଅଜିତ ପାୱାର ଗୋଷ୍ଠୀ ସଦସ୍ୟ ମାନେ ଅର୍ଥ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ଦାବି କରି ଆସୁଛନ୍ତି। କିଭଳି ଭାବେ କାହାକୁ ମନ୍ତ୍ରୀ ପଦ ମିଳୁଛି ଏହାକୁ ନେଇ ମହାରାଷ୍ଟ୍ରରେ ତେଜିଛି ରାଜନୀତି।