୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ସୁର

ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ୬ ବର୍ଷ ପାଇଁ କଂଗ୍ରେସରୁ ବହିସ୍କୃତ I ବିଶୃଙ୍ଖଳା ଏବଂ ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ। ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳ ଆଜି ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦେଇଛନ୍ତି। ନିଜ ସାନ ପୁଅ ଶ୍ରୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବା ସୁରଙ୍କ ପାଇଁ ମହଙ୍ଗା ପଡିଛି I […]

୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ସୁର
୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ସୁର

ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ୬ ବର୍ଷ ପାଇଁ କଂଗ୍ରେସରୁ ବହିସ୍କୃତ I ବିଶୃଙ୍ଖଳା ଏବଂ ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ। ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳ ଆଜି ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦେଇଛନ୍ତି।

ନିଜ ସାନ ପୁଅ ଶ୍ରୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବା ସୁରଙ୍କ ପାଇଁ ମହଙ୍ଗା ପଡିଛି I ମନ୍ମଥ ରାଉତରାୟ ବିଜେଡିରୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ହୋଇଛନ୍ତି। ରାଜଧାନୀର ବିଭିନ୍ନ ପାର୍କ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ନିଜ ପୁଅଙ୍କ ପାଇଁ କଂଗ୍ରେସରେ ରହି ସୁର ଭୋଟ୍‌ ମାଗୁଥିବାର ଅଭିଯୋଗ ହୋଇଥିଲା। ଏନେଇ କଂଗ୍ରେସ ପକ୍ଷରୁ ତାଙ୍କୁ ଦୁଇ ଦୁଇ ଥର କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। କାରଣ ଦର୍ଶାଅ ନୋଟିସ୍‌ର ସୁର ଜବାବ ରଖିଥିଲେ ହେଁ ତାହାକୁ ଦଳ ଗ୍ରହଣ କରିନଥିବାବେଳେ ତାଙ୍କୁ ଦଳରୁ ବହିସ୍କୃତ କରିଛି କଂଗ୍ରେସ I

୧୯୭୭ ପରଠାରୁ ସୁର ରାଉତରାୟଙ୍କ କବଜାରେ ରହିଛି ଜଟଣୀ ବିଧାନସଭା ଆସନ I ସେଠାରୁ ସେ ୧୦ ଥର ନିର୍ବାଚନ ଜିତି ଥିବାବେଳେ ୬ ଥର ବିଧାୟକ ରହିଛନ୍ତି I ୨୦୧୯ ମସିହାରେ ଶ୍ରୀ ରାଉତରାୟ ଜଟଣୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ‌ପୂର୍ବରୁ ଘୋଷଣା କରିସାରିଛନ୍ତି।