ସୀତାରାମ ୟେଚୁରୀଙ୍କ ପରଲୋକ
ନୂଆଦିଲ୍ଲୀ : ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ନିମୋନିଆରେ ପୀଡିତ ହୋଇ ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଥିଲେ । ଏମ୍ସର ଏକ ଡାକ୍ତରୀ ଟିମ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା । ସୀତାରାମ ୟେଚୁରୀ ୨୦୦୫ରୁ ୨୦୧୭ ଯାଏ ରାଜ୍ୟସଭାର ସାଂସଦ ଭାବେ କାର୍ଯ୍ୟ କରିଥିଲେ। […]

ନୂଆଦିଲ୍ଲୀ : ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ନିମୋନିଆରେ ପୀଡିତ ହୋଇ ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଥିଲେ । ଏମ୍ସର ଏକ ଡାକ୍ତରୀ ଟିମ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା । ସୀତାରାମ ୟେଚୁରୀ ୨୦୦୫ରୁ ୨୦୧୭ ଯାଏ ରାଜ୍ୟସଭାର ସାଂସଦ ଭାବେ କାର୍ଯ୍ୟ କରିଥିଲେ।
ସୀତାରାମ ୟେଚୁରି ୧୨ ଅଗଷ୍ଟ ୧୯୫୨ ମସିହାରେ ମାଡ୍ରାସରଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଜେଏନୟୁରେ ଅର୍ଥଶାସ୍ତ୍ରରେ କ୍ୟାରିଅର କରିବା ସମୟରେ ଛାତ୍ରନେତା ହିସାବରେ ରାଜନୀତିରେ ପାଦ ଥାପିଥିଲେ । ୧୯୭୪ରେ ସ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆରେ ଯୋଗ ଦେଇଥିଲେ । ଏହାପରେ ୧୯୭୫ ରେ ସିପିଆଇଏମ ରେ ଯୋଗ ଦେଇଥିଲେ । ୧୯୭୫ରେ ଇନ୍ଦିରା ଗାନ୍ଧି ଏମର୍ଜେନ୍ସି ଲାଗୁ କରିବା ବେଳେ ସେ ଜେଏନୟୁରେ ଅର୍ଥନୀତିରେ ଡକ୍ଟରେଟ କରୁଥିଲେ। ଏହି ସମୟରେ ଜାତୀୟ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଅନେକ ରାଜନେତାଙ୍କ ସହ ୟେଚୁରୀ ମଧ୍ୟ ଗିରଫ ହୋଇଥିଲେ। ଗିରଫ ହେବାରୁ ତାଙ୍କ ପିଏଚଡି ପାଠପଢ଼ା ଅଧାରେ ରହି ଯାଇଥିଲା।
ଜେଲରୁ ବାହାରିବା ପରେ ସେ ଗୋଟିଏ ବର୍ଷରେ ୩ ଥର ଜେଏନୟୁର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହି ସମୟରେ ତାଙ୍କର ଦେଖା କମରେଡ ପ୍ରକାଶ କରାତଙ୍କ ସହ ହୋଇଥିଲା।
ସୀତାରାମ ୟେଚୁରୀ ୨୦୧୫ରେ ପ୍ରକାଶ କରାତଙ୍କ ସ୍ଥାନରେ ସିପିଏମ୍ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।