ବୁଥ ଆଗରେ ହତ୍ୟାକାଣ୍ଡ

ଭଦ୍ରକ: ପାରିବାରିକ କଳହକୁ ନେଇ ବୁଥ ଆଗରେ ହତ୍ୟାକାଣ୍ଡ I ଭଦ୍ରକ କାଉପୁର ମୁକ୍ତାଡିହ ବୁଥ ନ-୪ ଆଗରେ ସ୍ୱାମୀ ସ୍ତ୍ରୀଙ୍କୁ ହାଣି ହତ୍ୟା କରିଛନ୍ତି I ମୃତକ ହେଉଛନ୍ତି ରଶ୍ମିରେଖା ବେହେରା I ସ୍ୱାମୀ ପ୍ରଭାକର ରାଉତଙ୍କୁ ଅଟକ ରଖିଛି ପୋଲିସ Iପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି । ଅନେକ ଦିନ ଧରି ରଶ୍ମିରେଖା ତାଙ୍କ ବାପା ଘରେ ରହୁଥିବାବେଳେ ଆଜି ତାଙ୍କ ଦାଦାଙ୍କ ସହ ଭୋଟ ଦେବାକୁ ଆସିଥିଲେ […]

ବୁଥ ଆଗରେ ହତ୍ୟାକାଣ୍ଡ
ବୁଥ ଆଗରେ ହତ୍ୟାକାଣ୍ଡ

ଭଦ୍ରକ: ପାରିବାରିକ କଳହକୁ ନେଇ ବୁଥ ଆଗରେ ହତ୍ୟାକାଣ୍ଡ I ଭଦ୍ରକ କାଉପୁର ମୁକ୍ତାଡିହ ବୁଥ ନ-୪ ଆଗରେ ସ୍ୱାମୀ ସ୍ତ୍ରୀଙ୍କୁ ହାଣି ହତ୍ୟା କରିଛନ୍ତି I ମୃତକ ହେଉଛନ୍ତି ରଶ୍ମିରେଖା ବେହେରା I ସ୍ୱାମୀ ପ୍ରଭାକର ରାଉତଙ୍କୁ ଅଟକ ରଖିଛି ପୋଲିସ Iପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି । ଅନେକ ଦିନ ଧରି ରଶ୍ମିରେଖା ତାଙ୍କ ବାପା ଘରେ ରହୁଥିବାବେଳେ ଆଜି ତାଙ୍କ ଦାଦାଙ୍କ ସହ ଭୋଟ ଦେବାକୁ ଆସିଥିଲେ I ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି I ଘଟଣାସ୍ଥରେ ଗ୍ରାମାଞ୍ଚଳ ପୋଲିସ ପହଁଚି ତଦନ୍ତ ଜାରି ରଖିଛି I