ବିଶ୍ୱର ସବୁଠାରୁ ଛୋଟ ସାପ

ବିଶ୍ୱରେ ବର୍ତ୍ତମାନ ଏଭଳି ଅନେକ ପଶୁ ଦେଖିବାକୁ ମିଳୁଛନ୍ତି ଯେଉଁମାନେ ଧୀରେଧୀରେ ବିଲୁପ୍ତ ହୋଇଯାଉଛନ୍ତି । ତେବେ ସେଥିମଧ୍ୟରୁ କିଛି ପଶୁ ଧୀରେଧୀରେ ପୁଣି କିଛି ବର୍ଷ ପରେ ଦେଖିବାକୁ ମଧ୍ୟ ମିଳୁଛନ୍ତି । ସେହିଭଳି ଏକ ସାପ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ବିଲୁପ୍ତ ହୋଇଯାଇଥିବା ଏହି ସାପଟି ପାଖାପାଖି ୨୦ ବର୍ଷ ପରେ ପୁଣି ଦେଖିବାକୁ ମିଳିଛି । ସାପଟିର ନାଁ ବାର୍ବାଡୋସ୍‌ ଥ୍ରେଡସ୍ନେକ ହୋଇଥିବାବେଳେ ତାକୁ ବିଶ୍ୱର ସବୁଠାରୁ କୁନି ସାପର ଆଖ୍ୟା […]

ବିଶ୍ୱର ସବୁଠାରୁ ଛୋଟ ସାପ

ବିଶ୍ୱରେ ବର୍ତ୍ତମାନ ଏଭଳି ଅନେକ ପଶୁ ଦେଖିବାକୁ ମିଳୁଛନ୍ତି ଯେଉଁମାନେ ଧୀରେଧୀରେ ବିଲୁପ୍ତ ହୋଇଯାଉଛନ୍ତି । ତେବେ ସେଥିମଧ୍ୟରୁ କିଛି ପଶୁ ଧୀରେଧୀରେ ପୁଣି କିଛି ବର୍ଷ ପରେ ଦେଖିବାକୁ ମଧ୍ୟ ମିଳୁଛନ୍ତି । ସେହିଭଳି ଏକ ସାପ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ବିଲୁପ୍ତ ହୋଇଯାଇଥିବା ଏହି ସାପଟି ପାଖାପାଖି ୨୦ ବର୍ଷ ପରେ ପୁଣି ଦେଖିବାକୁ ମିଳିଛି । ସାପଟିର ନାଁ ବାର୍ବାଡୋସ୍‌ ଥ୍ରେଡସ୍ନେକ ହୋଇଥିବାବେଳେ ତାକୁ ବିଶ୍ୱର ସବୁଠାରୁ କୁନି ସାପର ଆଖ୍ୟା ମଧ୍ୟ ଦିଆଯାଇଛି । ସାପଟିର ଲମ୍ବ ମାତ୍ର ୧୦ ସେଣ୍ଟିମିଟର ରହିଛି, ଯାହା ଖୁବ ଛୋଟ । ଏହାର ଆକାରକୁ ଛୋଟ ନୁଡୁଲ ଖଣ୍ଡ ସହିତ ମଧ୍ୟ ତୂଳନା କରାଯାଇଥାଏ । ଏହି ସାପଟି ମଧ୍ୟ ବାରଡୋସରେ ଦେଖିବାକୁ ମିଳିଛି । କିଛି ବର୍ଷ ପୂର୍ବରୁ ଏହାକୁ ବିଲୁପ୍ତ ତାଲିକାରେ ସାମିଲ କରାଯାଇଥିଲା । ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି । ପ୍ରଥମଥର ପାଇଁ ଏହି ସାପଟିକୁ ୧୮୮୯ ମସିହାରେ ଖୋଜାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୯୮ ପ୍ରତିଶତ ସେମାନଙ୍କର ଘର ହରାଇସାରିଛନ୍ତି ତେଣୁ ଏମାନେ ଧୀରେଧୀରେ ବିଲୁପ୍ତ ହେଉଥିବା ସୂଚନା ରହିଛି ।