ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା ସରକାର ଗଢିବାକୁ କହିଛନ୍ତି। ଏପରିକି ରାଜ୍ୟରେ ଭାଜପା ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଆଉ ବାହାର ରାଜ୍ୟକୁ ପେଟ ପୋଷିବା ପାଇଁ ଯିବାକୁ ପଡିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ଏହା ସହିତ ସେ କହିଛନ୍ତି ”ରାଜ୍ୟରେ ଭାଜପା ସରକାର ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ସରକାର […] The post ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା appeared first on Dharitri Odia News.

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା ସରକାର ଗଢିବାକୁ କହିଛନ୍ତି। ଏପରିକି ରାଜ୍ୟରେ ଭାଜପା ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଆଉ ବାହାର ରାଜ୍ୟକୁ ପେଟ ପୋଷିବା ପାଇଁ ଯିବାକୁ ପଡିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ଏହା ସହିତ ସେ କହିଛନ୍ତି ”ରାଜ୍ୟରେ ଭାଜପା ସରକାର ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ସରକାର କପଡ଼ା, ଆଗ୍ରୋ ଇଣ୍ଡଷ୍ଟ୍ରୀ ଭଳି ଉଦ୍ୟୋଗ ଏଠାରେ କରିବେ, ଯାହା ଫଳରେ ଲୋକ ବାହାରକୁ ପେଟ ପୋଷିବାକୁ ଯିବେ ନାହିଁ। ତେବେ ଏହି ସମୟରେ ମୋଦିଙ୍କ ସବୁ ଅନୁଦାନକୁ ଓଡ଼ିଶା ସରକାର ନିଜ ନାଁରେ କରିଦେଉଥିବା ଅଭିଯୋଗ କରିଛନ୍ତି। ସେ ସିଧାସଳଖ କହିଛନ୍ତି ନବୀନ ବାବୁଙ୍କ ଫଟୋ ଲଗାଇ ସବୁ ନିଜ ନାଁରେ ନେଇଯାଉଛନ୍ତି, ଓଡ଼ିଶାବାସୀ ଜାଣିଛନ୍ତି ଚାଉଳ, ଘର ମୋଦି ହିଁ ଦେଉଛନ୍ତି।”

ସେହିଭଳି ସେ କହିଛନ୍ତି ଏଠାକାର ସରକାର ଓଡ଼ିଶାକୁ ବିକାଶରୁ ଦୂରରେ ରଖିଛି। ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛନ୍ତି ସରକାର। ଓଡ଼ିଆ ଭାଷା, ସଂସ୍କୃତି ଗୌରବରୁ ବଞ୍ଚିତ ରଖିଛନ୍ତି ସରକାର। ତେବେ ସବୁଠାରୁ ଅଧିକ ପ୍ରାକୃତିକ ସଂପଦ ରହିଛି। ତେବେ ଓଡ଼ିଶାରେ ସବୁଥାଇ ସୁଦ୍ଧା ସମୃଦ୍ଧିଠାରୁ ଦୂରରେ ରହିଛି। ତେଣୁ ଆସନ୍ତା ୫ ବର୍ଷରେ ଓଡିଶାକୁ ୧ ନମ୍ବର କରିବା ପାଇଁ ଭାଜପା ସରକାର ରାଜ୍ୟରେ ଗଠନ କରିବାକୁ ସେ ଲୋକମାନଙ୍କୁ ଅପିଲ କରିଛନ୍ତି।

The post ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା appeared first on Dharitri Odia News.