୪ ଅପହୃତ ଯୁବକ ଉଦ୍ଧାର
ଗଞ୍ଜାମ: କୋଟିଏ ଟଙ୍କା ପାଇଁ ଅପହରଣ । ୪ ଦିନ ତଳୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲା ପୋଲିସ । ନାଗ ସାପ ଦେଖାଇ ଯୁବକଙ୍କୁ ଭୟଭୀତ କରି ଅପହରଣ କରାଯାଇଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଗଡ଼ରେ । କେବଳ ଅପହରଣ ନୁହେଁ ନାଗ ସାପ ଦଂଶନର ଡର ଦେଖାଇ ରଖାଯାଇଥିଲା ଅଟକ । ଶେଷରେ ପଣ୍ଡ ହୋଇଛି ଯୋଜନା । ଅପହର୍ତ୍ତାଙ୍କ କବଳରୁ ଜଣେ […]

ଗଞ୍ଜାମ: କୋଟିଏ ଟଙ୍କା ପାଇଁ ଅପହରଣ । ୪ ଦିନ ତଳୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲା ପୋଲିସ । ନାଗ ସାପ ଦେଖାଇ ଯୁବକଙ୍କୁ ଭୟଭୀତ କରି ଅପହରଣ କରାଯାଇଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଗଡ଼ରେ । କେବଳ ଅପହରଣ ନୁହେଁ ନାଗ ସାପ ଦଂଶନର ଡର ଦେଖାଇ ରଖାଯାଇଥିଲା ଅଟକ । ଶେଷରେ ପଣ୍ଡ ହୋଇଛି ଯୋଜନା । ଅପହର୍ତ୍ତାଙ୍କ କବଳରୁ ଜଣେ ଯୁବକ ଖସି ଆସି ଚିକିଟି ତହସିଲଦାରଙ୍କୁ ଜଣାଇଥିଲେ। ତହସିଲଦାରଙ୍କ ସହଯୋଗରେ ପୁଲିସ୍ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଛି କେ.ନୂଆଗାଁ ପୋଲିସ ।
ଅପହୃତ ହୋଇଥିବା ଯୁବକଙ୍କ ମଧ୍ୟରେ ତିନି ଜଣ କଟକର ରହିଥିବା ବେଳେ ଜଣେ ଦିଲ୍ଲୀର । ଏହି ୪ ଜଣଙ୍କୁ ବ୍ରହ୍ମପୁରରୁ ଅପହରଣ କରିନେଇ ବ୍ରହ୍ମପୁରରେ ଗୋଟିଏ ଦିନ ରଖିଥିଲେ । ଏହାପରେ ଦୁବୃର୍ତ୍ତମାନେ ଚିକିଟି ଗଡ଼କୁ ନେଇଯାଇଥିଲେ । ଚିକିଟି ଗଡ଼ରେ ନୂତନ ପାତ୍ରଙ୍କ ଘର ପଛପଟେ ଥିବା କୁଡ଼ିଆରେ ଚାରି ଜଣଙ୍କୁ ବାନ୍ଧି ରଖିଥିଲେ ନୂତନ ଓ ତା’ର ସହଯୋଗୀ । କୁଡ଼ିଆରେ ବନ୍ଧକ ରଖି ନାଗ ସାପ ଦେଖାଇ କୋଟିଏ ଟଙ୍କା ଦାବି କରିଥିଲେ । ଚାରି ଯୁବକଙ୍କୁ ଅକଥନୀୟ ନିର୍ଯାତନା ମଧ୍ୟ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଖବର ପାଇ କେ.ନୂଆଗାଁ ଥାନା ପୋଲିସ ପହଞ୍ଚି ଉକ୍ତ କୁଡ଼ିଆରୁ ସମସ୍ତ ଯୁବକକୁ ଉଦ୍ଧାର କରିଥିଲା । ଏହି ଅପହରଣ ଘଟଣାରେ କିଛି ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ତେବେ ସେମାନେ କିଏ , ଏବଂ କାହିଁକି ଅପହରଣ କରିଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ପୁଲିସ୍ ତଦନ୍ତ ଜାରି ରଖିଛି।
ବ୍ରହ୍ମପୁର ଏସପିଙ୍କ ସୂଚନା ଅନୁସାରେ ଏହାପଛରେ ଋଣ କାରବାର ରହିଛି । ଲୋନ ଦେବାପାଇଁ ଯୁବକଙ୍କୁ ଡାକିଥିଲେ । ଏହାପରେ ୪ ଯୁବକଙ୍କୁ ଅପହରଣ କରି ୨ କୋଟି ଟଙ୍କା ଦାବି କରିଥିଲେ ଆଉ ଟଙ୍କା ନଦେଲେ ନାଗସାପ ଦଂଶନ କରାଇବାର ଭୟ ଦେଖାଇ ଅଟକ ରଖିଥିଲେ । ଏହି ଘଟଣାରେ ଜଣେ ଗିରଫ ହୋଇଥିବାବେଳେ ପୁରା ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ତଦନ୍ତ ଜାଇରଖିଛି ବ୍ରହ୍ମପୁର ପୋଲିସ ।