ନୂଆ ପନ୍ଥା ଆପଣାଇ ଯବାନଙ୍କ ଉପରେ ଆକ୍ରମଣ କରୁଛନ୍ତି ମାଓବାଦୀ, ୩ ସ୍ନାଇପର ଜ୍ୟାକେଟ୍ ଜବତ
ମାଲକାନଗିରି,୧୫ା୬(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ ମାଓବାଦୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁକ୍ମା ଜିଲା କଙ୍ଗାଲତୋଙ୍ଗ ଜଙ୍ଗଲରେ ଡିଆର୍ଜି, ବସ୍ତର ଫାଇଟର୍ସ ଓ କୋବ୍ରା ବାହିନୀର ଯବାନମାନେ ଶନିବାର କୋମ୍ବିଂ ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ଘଟିଥିଲା। ଏଥିରେ ଯବାନମାନଙ୍କ ଆକ୍ରମଣକୁ ସାମ୍ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ା ପରେ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରୁଥିବା ସମୟରେ ମାଟିତଳୁ ମାଓବାଦୀଙ୍କ ଡମ୍ପ ଠାବ କରିଥିଲେ। […] The post ନୂଆ ପନ୍ଥା ଆପଣାଇ ଯବାନଙ୍କ ଉପରେ ଆକ୍ରମଣ କରୁଛନ୍ତି ମାଓବାଦୀ, ୩ ସ୍ନାଇପର ଜ୍ୟାକେଟ୍ ଜବତ appeared first on Dharitri Odia News.
ମାଲକାନଗିରି,୧୫ା୬(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ ମାଓବାଦୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁକ୍ମା ଜିଲା କଙ୍ଗାଲତୋଙ୍ଗ ଜଙ୍ଗଲରେ ଡିଆର୍ଜି, ବସ୍ତର ଫାଇଟର୍ସ ଓ କୋବ୍ରା ବାହିନୀର ଯବାନମାନେ ଶନିବାର କୋମ୍ବିଂ ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ଘଟିଥିଲା। ଏଥିରେ ଯବାନମାନଙ୍କ ଆକ୍ରମଣକୁ ସାମ୍ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ା ପରେ ଯବାନମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରୁଥିବା ସମୟରେ ମାଟିତଳୁ ମାଓବାଦୀଙ୍କ ଡମ୍ପ ଠାବ କରିଥିଲେ। ଡମ୍ପରୁ ବିପୁଳ ପରିମାଣର ବିସ୍ଫୋରକ, ଗୁଳିଗୋଳା ଓ ସାମଗ୍ରୀ ସମେତ ୩ ହାଇଟେକ୍ ସ୍ନାଇପର ଜାକେଟକୁ ଠାବ କରିଛନ୍ତି। ମାଓବାଦୀମାନେ ବିଭିନ୍ନ ଉପାୟରେ ପୋଲିସ ଓ ଯବାନମାନଙ୍କ ଉପରେ ଆକ୍ରମଣ କରୁଥିବା ବେଳେ ସେମାନେ ବିଭିନ୍ନ ନୂଆ ପନ୍ଥା ଅବଲମ୍ବନ କରୁଛନ୍ତି। ଇତିମଧ୍ୟରେ ମାଓବାଦୀମାନେ ନିର୍ମାଣ କରିଥିବା ଏକ କଣ୍ଟା ବିଛା ଗର୍ତ୍ତକୁ ଯବାନମାନେ ଠାବ କରିଥିଲେ।
The post ନୂଆ ପନ୍ଥା ଆପଣାଇ ଯବାନଙ୍କ ଉପରେ ଆକ୍ରମଣ କରୁଛନ୍ତି ମାଓବାଦୀ, ୩ ସ୍ନାଇପର ଜ୍ୟାକେଟ୍ ଜବତ appeared first on Dharitri Odia News.