ଚୈତ୍ର ନବରାତ୍ରିର ଷଷ୍ଠ ଦିନ: ମା’ କାତ୍ୟାୟନୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ସ୍ୱରୂପ ଏବଂ ମହତ୍ତ୍ୱ

ନବରାତ୍ରିର ୯ ଦିନରେ ଯେଉଁ ଭକ୍ତ ଶ୍ରଦ୍ଧାଭାବେ ମା’ଙ୍କ ୯ଟି ସ୍ୱରୂପକୁ ପୂଜା କରିବା ଦ୍ୱାରା ଭକ୍ତର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଚୈତ୍ର ନବରାତ୍ରିର ଷଷ୍ଠଦିନରେ ମା’ କାତ୍ୟାୟନୀଙ୍କୁ ଉପାସନା କରାଯାଏ । କାତ୍ୟାୟନୀ ହେଉଛନ୍ତି ନବଦୁର୍ଗାଙ୍କ ଷଷ୍ଠ ଅବତାର । ନବରାତ୍ର ସମୟରେ କାତ୍ୟାୟନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ । ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମା କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ […] The post ଚୈତ୍ର ନବରାତ୍ରିର ଷଷ୍ଠ ଦିନ: ମା’ କାତ୍ୟାୟନୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ସ୍ୱରୂପ ଏବଂ ମହତ୍ତ୍ୱ appeared first on KNews Odisha.

ଚୈତ୍ର ନବରାତ୍ରିର ଷଷ୍ଠ ଦିନ: ମା’ କାତ୍ୟାୟନୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ସ୍ୱରୂପ ଏବଂ ମହତ୍ତ୍ୱ
maa katyayani1

ନବରାତ୍ରିର ୯ ଦିନରେ ଯେଉଁ ଭକ୍ତ ଶ୍ରଦ୍ଧାଭାବେ ମା’ଙ୍କ ୯ଟି ସ୍ୱରୂପକୁ ପୂଜା କରିବା ଦ୍ୱାରା ଭକ୍ତର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଚୈତ୍ର ନବରାତ୍ରିର ଷଷ୍ଠଦିନରେ ମା’ କାତ୍ୟାୟନୀଙ୍କୁ ଉପାସନା କରାଯାଏ । କାତ୍ୟାୟନୀ ହେଉଛନ୍ତି ନବଦୁର୍ଗାଙ୍କ ଷଷ୍ଠ ଅବତାର । ନବରାତ୍ର ସମୟରେ କାତ୍ୟାୟନୀ ରୂପରେ ହିନ୍ଦୁ ଶକ୍ତି ଦେବୀ ପାର୍ବତୀଙ୍କ ଆରାଧନା କରାଯାଇଥାଏ । ଦେବୀ ଦୁର୍ଗାଙ୍କ ୯ଟି ସ୍ୱରୂପ ମଧ୍ୟରେ ମା କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଶକ୍ତି ଉପାସନା କ୍ଷେତ୍ରରେ କାତ୍ୟାୟନୀଙ୍କୁ ଶକ୍ତିର ଅବତାର ଦେବୀ ରୂପରେ ବିକଟାଳ ତଥା ଶକ୍ତିମୟୀ ରୂପରେ ଭଦ୍ରକାଳୀ ଓ ଚନ୍ଦ୍ରିକା ଅବତାରରେ ଉପାସନା କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ମାତାଙ୍କ ଏହି ରୂପ କିପରି, ପୌରାଣିକ କଥା ଏବଂ ପୂଜା ବିଧି।

ମାତାଙ୍କ ସ୍ୱରୂପ :

ମା କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ ଭୟ ଏବଂ ଦିବ୍ୟ। ମା କାତ୍ୟାୟନୀ ସୁନା ଭଳି ଚମିକିଥାନ୍ତି। ଦେବୀ କାତ୍ୟାୟନୀଙ୍କର ଚାରି ଭୁଜା। ମାଙ୍କ କାତ୍ୟାୟନୀଙ୍କ ବାହାନ ହେଉଛନ୍ତି ସିଂହ । ମାଙ୍କ ବାମ ହାତରେ ପଦ୍ମ ଏବଂ ଖଡ୍ଗ, ଡାହାଣ ହାତରେ ସ୍ୱାସ୍ତିକ ଆଶୀର୍ବାଦ ରହିଥାଏ ।

ମା କାତ୍ୟାୟନୀଙ୍କ ପୌରାଣିକ କଥା :

ମା ଦୁର୍ଗାଙ୍କ ଏହି ସ୍ୱରୂପର ପ୍ରାଚୀନ କଥା ଅନୁଯାୟୀ, ଏକ ପ୍ରସିଦ୍ଧ ମହର୍ଷି, ଯାହାଙ୍କ ନାମ କାତ୍ୟାୟନୀ ରହିଥିଲା । ମହର୍ଷି ଜଗଦମ୍ବାଙ୍କୁ ପୁତ୍ରୀ ରୂପରେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ । ହଜାର ବର୍ଷ କଠିନ ତପସ୍ୟା ପରେ ପଶ୍ଚାତ୍ ମହର୍ଷି କାତ୍ୟାୟନୀଙ୍କ ଏଠାରେ ଦେବୀ ଜଗଦମ୍ବା ପୁତ୍ରୀ ରୂପରେ ଜନ୍ମ ନେଇଥିଲେ ଏବଂ କାତ୍ୟାୟନୀ କୁହାଯାଇଥିଲା । ମା ବହୁତ ଗୁଣବତୀ । ମା କାତ୍ୟାୟନୀ ଅମୋଘ ଫଳଦାୟିନୀ । ଏହି ଦିନ ସାଧକଙ୍କ ମନ ଆଜ୍ଞା ଚକ୍ରରେ ସ୍ଥିତ ରହିଥାନ୍ତି । ଯୋଗ୍ୟ ସାଧନାରେ ଏହି ଆଜ୍ଞା ଚକ୍ରର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ। ଏହି ଦିନ ଜାତକର ମନ ଆଜ୍ଞା ଚକ୍ରରେ ସ୍ଥିତି ହେବା କାରଣରୁ ମା କାତ୍ୟାୟନୀଙ୍କ ସାଧାରଣ ରୂପରେ ଦର୍ଶନ ପ୍ରାପ୍ତ ହୋଇଥାଏ। ସାଧକ ଏହି ଲୋକରେ ରହିବା ସହ ଅଲୌକିକ ତେଜ ସହ ଯୋଡି ହୋଇ ରହିଥାନ୍ତି ।

କାତ୍ୟାୟନୀ ଦେବୀ ପୂଜାର ମହାଉପାୟ :

ଯଦି କୌଣସି ବ୍ୟକ୍ତିଙ୍କ ବିବାହରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ ତେବେ ଆଜିର ଦିନରେ ଏହି ବ୍ୟକ୍ତି ମାତାଙ୍କ ବିଶେଷ ରୂପେ ପୂଜା-ଆରାଧନା କରିବା ଉଚିତ। ଆଜିର ଦିନରେ ମା କାତ୍ୟାୟନୀଙ୍କ ବିଧି ପୂର୍ବକ ସ୍ତୁତି କରିବା ଦ୍ୱାରା ସୁଖଦ ବୈବାହିକ ଜୀବଦର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଯେଉଁ ସାଧକଙ୍କ ବିବାହ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ, ଏହି ଦିନ ମାଙ୍କୁ ଖଣ୍ଡ ହଳଦୀ ଅର୍ପିତ କରିବା ଦ୍ୱାରା ମା ଉତ୍ତମ ଫଳ ପ୍ରଦାନ କରିଥାନ୍ତି।

ମା କାତ୍ୟାୟନୀଙ୍କ ପୂଜା ବିଧି :

ନବରାତ୍ରିର ଷଷ୍ଠ ଦିନରେ ସ୍ନାନ ସାରି ଧ୍ୟାନ କରିବା ପରେ ନାଲି ରଙ୍ଗର କପଡା ପିନ୍ଧି ମା କାତ୍ୟାୟନୀଙ୍କ ପ୍ରତିମା ଏବଂ ଫଟୋ ସାମ୍ନାରେ ମାତାଙ୍କ ଧ୍ୟାନ କରନ୍ତୁ । ଏହାପରେ କଳସ ଆଦି ପୂଜନ କରିବା ପରେ ମାଙ୍କୁ ହଳଦିଆ ରଙ୍ଗର ଫୁଲ ଦ୍ୱାରା ବିଶେଷ ପୂଜା-ଅର୍ଚ୍ଚନା କରନ୍ତୁ । ଏଥିସହ ପୂଜା ପରେ ମା କାତ୍ୟାୟନୀଙ୍କ ବନ୍ଦନା କିମ୍ବା ଶ୍ଲୋକ ପଢନ୍ତୁ । ଏସବୁ ପରେ ମାଙ୍କୁ ହଳଦିଆ ରଙ୍ଗର ଭୋଗ କରିବା ଉଚିତ ।

କାହାକୁ ମିଳିବ ଲାଭ :

ଯେଉଁମାନଙ୍କର ବିବାହ ବିଳମ୍ବ ହେଉଛି କିମ୍ବା ବୈବାହିକ ଜୀବନ ସୁଖମୟ ନାହିଁ । ସେମାନେ ମାଙ୍କୁ ପୂଜା କଲେ ଲାଭ ମିଳେ ।

The post ଚୈତ୍ର ନବରାତ୍ରିର ଷଷ୍ଠ ଦିନ: ମା’ କାତ୍ୟାୟନୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ସ୍ୱରୂପ ଏବଂ ମହତ୍ତ୍ୱ appeared first on KNews Odisha.