ନୀଳକନ୍ଦରକୁ ବିଜେ କଲେ ଚତୁର୍ଦ୍ଧାବିଗ୍ରହ, ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ମିଳିବ ଅବଢା
ପୁରୀ : ରତ୍ନବେଦୀରୁ ବାହୁଡି ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରୀନାଥ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ବିଜେ ପରେ ବଡ ଠାକୁର ବଳଭଦ୍ର ଗୋଟି ପହଣ୍ଡିରେ ନୀଳକନ୍ଦରକୁ ବିଜେ କରିଛନ୍ତି । କାଳିଆ ସାଆନ୍ତ କଲଠାକୁରଙ୍କ ନୀଳାଦ୍ରି ବିଜେ ପାଇଁ ପହଣ୍ଡି ଆରମ୍ଭ ହୋଇଛି । ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ। ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ […] The post ନୀଳକନ୍ଦରକୁ ବିଜେ କଲେ ଚତୁର୍ଦ୍ଧାବିଗ୍ରହ, ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ମିଳିବ ଅବଢା appeared first on KNews Odisha.

ପୁରୀ : ରତ୍ନବେଦୀରୁ ବାହୁଡି ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରୀନାଥ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ବିଜେ ପରେ ବଡ ଠାକୁର ବଳଭଦ୍ର ଗୋଟି ପହଣ୍ଡିରେ ନୀଳକନ୍ଦରକୁ ବିଜେ କରିଛନ୍ତି । କାଳିଆ ସାଆନ୍ତ କଲଠାକୁରଙ୍କ ନୀଳାଦ୍ରି ବିଜେ ପାଇଁ ପହଣ୍ଡି ଆରମ୍ଭ ହୋଇଛି ।
ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ। ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ ଯାହାକୁ ନୀଳାଦ୍ରୀବିଜେ କୁହଯାଏ । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ବାହୁଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ସେଥିପାଇଁ ସେବାୟତମାନଙ୍କ ସହ ସମନ୍ୱୟ ରକ୍ଷାକରି ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇଛି। ଆଜି ସକାଳୁ ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ,ମଇଲମ,ଅବକାଶ, ଗୋପାଳବଲ୍ହଭ,ସକାଳଧୂପ, ମଧ୍ୟାହ୍ନ ଧୂପ,ସଂଧ୍ୟା ଆଳତୀ ଓ ସଂଧ୍ୟାଧୂପ ଶେଷହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଗୋଟି ପହଣ୍ଡି।
ଅପରାହ୍ନ 4 ଟାରେ ପହଣ୍ଡି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ବେଳେ ରାତି 11ଟା ପରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଆସନ୍ତାକାଲି ଠାରୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଅବଢା ପାଇପାରିବେ। ନୀଳାଦ୍ରୀବିଜେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ସେପଟେ ପହଣ୍ଡି ଶେଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ରୁନ୍ଧା ହେବାସହ ଦଇତିପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ଡୁଆ,ମହାସ୍ନାନ, ଚନ୍ଦନଲାଗି,ବଡସିଂହାର ବେଶ,ବଡସିଂହାର ଭୋଗ କରାଯାଇ ପହୁଡ କରାଯିବ।
ମହାପ୍ରଭୁ ଶ୍ରୀଜଗନ୍ନାଥ ରଥ ଉପରୁ ଓଲ୍ହାଇଵା ପୂର୍ବରୁ ଅଭିମାନିନୀ ମହାଲକ୍ଷ୍ମୀ ପ୍ରଥମେ ଶ୍ରୀମନ୍ଦିର ଚାହାଣୀ ମଣ୍ଡପରୁ ତାଙ୍କ ସ୍ୱାମୀ ମହାପ୍ରଭୁ ଆସୁଥିଵା ଦେଖି ଲଷ୍ମୀ ସାଆନ୍ତାଣି ସେଠାରୁ ଫେରିଆସି ସିଂହଦ୍ୱାର ବନ୍ଦ କରିବାର ଵିଧି ରହିଛି | ଯେହେତୁ ମହାପ୍ରଭୁ ତାଙ୍କୁ ଛାଡି ଭାଇ ଓ ଭଉଣୀକୁ ଧରି ନବଦିନାତ୍ମକ ଯାତ୍ରାରେ ଯାଇଥିବାରୁ ମହାଲକ୍ଷ୍ମୀ କ୍ରୋଧ ଜର୍ଜରିତ ହୋଇ ଶ୍ରୀମନ୍ଦିରରେ ଏକୁଟିଆ ରହିଥିଲେ |
ତେଣୁ ସିଂହଦ୍ୱାର ଠାରେ ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁଙ୍କ ବଚନିକା ହେବା ପରେ ଦ୍ୱାର ଫିଟାଇ ଦେଇ ମହାପ୍ରଭୁ ରତ୍ନ ସିଂହାସନକୁ ଯିବା ପୂର୍ବରୁ ପୁଣି ମହାଲକ୍ଷ୍ମୀ ଜୟବିଜୟ ଦ୍ୱାରକୁ ବନ୍ଦ କରିଦେଇଥାନ୍ତି | ସେଠାରେ ପୁନର୍ବାର ବଚନିକା ହୋଇଥାଏ | ମହାପ୍ରଭୁଙ୍କ ପକ୍ଷରୁ ଭିତରଛ ମହାପାତ୍ର ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ପତିମହାପାତ୍ର ସେବାୟତ ଏହି ବଚନିକାରେ ଅଂଶଗ୍ରହଣ କରିଥାନ୍ତି | ସେଠାରେ ମହାପ୍ରଭୁ ନିଜ ଧର୍ମପତ୍ନୀଙ୍କୁ ବହୁ ବୁଝାସୁଝା କରିବା ତାଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବେ ବୋଲି ପ୍ରତିଶୃତି ଦେବା ସହ ଶେଷରେ ରସଗୋଲା ଖୁଆଇ ମହାପ୍ରଭୁ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଂଜନ କରିବା ପରେ ମହାଲକ୍ଷ୍ମୀ ଶାନ୍ତ ହୋଇ ଦ୍ୱାର ଫିଟାଇ ବାର ଵିଧି ରହିଛି | ସେଥିପାଇଁ ନୀଳାଦ୍ରି ବିଜେ ଦିନ ଅଗଣିତ ଭକ୍ତ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରିବାର ଵିଧି ରହିଛି l
The post ନୀଳକନ୍ଦରକୁ ବିଜେ କଲେ ଚତୁର୍ଦ୍ଧାବିଗ୍ରହ, ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ମିଳିବ ଅବଢା appeared first on KNews Odisha.