‘ମୋତେ ଡାଇବେଟିସ୍, ତଥାପି ଆଳୁ ଖାଇବାକୁ ଦେଉଛନ୍ତି…’, ବନ୍ଧୁକ ଉଠାଇଲେ ବାପା, ଆହତ ହେଲା ପୁଅ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଅବସରପ୍ରାପ୍ତ ସୈନିକ ନିଜ ଖାଦ୍ୟରେ ସବୁଜ ପରିବା ନ ପାଇବାରୁ ପୁଅ ଉପରକୁ ବନ୍ଧୁକ ଉଠାଇଥିଲେ । ହେଲେ ବନ୍ଧୁକ ଉଠାଇବା ବେଳେ ଭୁଲ୍ ବଶତଃ ଟ୍ରିଗର୍ ଚାପି ହୋଇଯିବାରୁ ବନ୍ଧୁକରୁ ଗୁଳି ବାହାରି ଯାଇଥିଲା, ଯାହାକି ତାଙ୍କ ପୁଅ ଦେହରେ ବାଜିଥିଲା । ଏଥିରେ ପୁଅ ଆହତ ହୋଇଛି । ଅବସରପ୍ରାପ୍ତ ସୈନିକ ନିଜେ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ […] The post ‘ମୋତେ ଡାଇବେଟିସ୍, ତଥାପି ଆଳୁ ଖାଇବାକୁ ଦେଉଛନ୍ତି…’, ବନ୍ଧୁକ ଉଠାଇଲେ ବାପା, ଆହତ ହେଲା ପୁଅ appeared first on KNews Odisha.

‘ମୋତେ ଡାଇବେଟିସ୍, ତଥାପି ଆଳୁ ଖାଇବାକୁ ଦେଉଛନ୍ତି…’, ବନ୍ଧୁକ ଉଠାଇଲେ ବାପା, ଆହତ ହେଲା ପୁଅ
gwalior

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଅବସରପ୍ରାପ୍ତ ସୈନିକ ନିଜ ଖାଦ୍ୟରେ ସବୁଜ ପରିବା ନ ପାଇବାରୁ ପୁଅ ଉପରକୁ ବନ୍ଧୁକ ଉଠାଇଥିଲେ । ହେଲେ ବନ୍ଧୁକ ଉଠାଇବା ବେଳେ ଭୁଲ୍ ବଶତଃ ଟ୍ରିଗର୍ ଚାପି ହୋଇଯିବାରୁ ବନ୍ଧୁକରୁ ଗୁଳି ବାହାରି ଯାଇଥିଲା, ଯାହାକି ତାଙ୍କ ପୁଅ ଦେହରେ ବାଜିଥିଲା । ଏଥିରେ ପୁଅ ଆହତ ହୋଇଛି ।

ଅବସରପ୍ରାପ୍ତ ସୈନିକ ନିଜେ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । କିନ୍ତୁ ଖବର ପାଇ ପୋଲିସ ଟିମ୍ ପହଞ୍ଚି ତାଙ୍କୁ ଗିରଫ କରି ନେଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ବାପାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ସହିତ ବନ୍ଧୁକ ଲାଇସେନ୍ସକୁ ବାତିଲ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ପୋଲିସ ସୂଚନା ମୁତାବକ, ସିରୋଲ ଥାନା ଅଧୀନ ହୁରାଭଲିର ନିବାସୀ ଶ୍ରୀକୃଷ୍ଣ ପାଲ (୬୧) ଜଣେ ଅବସରପ୍ରାପ୍ତ ସେନା ଯବାନ । ସେ ତାଙ୍କ ପୁଅ ନରେନ୍ଦ୍ର ସିଂଙ୍କ ସହ ରୁହନ୍ତି । ଘଟଣା ଦିନ ସେ ଖାଇବା ପାଇଁ ଘରେ ବସିଥିବା ବେଳେ ତାଙ୍କୁ ଆଳୁ ତରକାରୀ ବାଢ଼ି ଦିଆଯାଇଥିଲା । ହେଲେ ଏହାକୁ ଦେଖି ସେ ରାଗି ଯାଇଥିଲେ ।

ଶ୍ରୀକୃଷ୍ଣ ସବୁଜ ପରିବା ଖାଇବେ ବୋଲି କହି ନିଜର ଲାଇସେନ୍ସପ୍ରାପ୍ତ ବନ୍ଧୁକ ଉଠାଇଥିଲେ । ବନ୍ଧୁକ ଉଠାଇଥିବା ବେଳେ ଭୁଲ୍ ବଶତଃ ଏହାର ଟ୍ରିଗର ଚାପି ହୋଇଯାଇଥିଲା, ଫଳରେ ଏଥିରୁ ଗୁଳି ବାହାରି ଚଟାଣରେ ପଡ଼ିଥିଲା । କିନ୍ତୁ ଏହାର ଏକ ଆଇରନ୍ ଖଣ୍ଡ ପାଖରେ ଠିଆ ହୋଇଥିବା ପୁଅ ନରେନ୍ଦ୍ରଙ୍କ ଦେହରେ ବାଜିଥିଲା ।

ପୁଅ ଆହତ ହେବାରୁ ଶ୍ରୀକୃଷ୍ଣ ତାଙ୍କୁ ନିଜେ ଡାକ୍ତରଖାନା ନେଇଯାଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ପଡୋଶୀଙ୍କଠାରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚିଯାଇଥିଲା ।

ପୋଲିସ ଟିମ୍ ଡାକ୍ତରଖାନାରେ ପହଞ୍ଚି ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି । ପଚରାଉଚରା ବେଳେ ସେ କହିଛନ୍ତି ଯେ ତାଙ୍କୁ ଡାଇବେଟିସ୍, ଏହା ପରେ ବି ତାଙ୍କୁ ଅଧିକ ଆଳୁ ଖାଇବାକୁ ଦିଆଯାଉଛି । ସବୁଜ ପନିପରିବା ଦିଆଯାଉ ନାହିଁ । ସବୁଜ ପରିବା ନଷ୍ଟ କରି ଅଧା ଡଷ୍ଟବିନରେ ପକାଯାଉଛି ।

ସେପଟେ ଆହତ ପୁଅ ତାଙ୍କ ବାପାଙ୍କ ବିରୋଧରେ କୌଣସି ରିପୋର୍ଟ କରିବାକୁ ଚାହୁଁ ନ ଥିଲେ । କିନ୍ତୁ ବନ୍ଧୁକରୁ ଗୁଳି ଚାଳନା ହୋଇଥିବାରୁ ପୋଲିସ ଅବସରପ୍ରାପ୍ତ ଯବାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।

The post ‘ମୋତେ ଡାଇବେଟିସ୍, ତଥାପି ଆଳୁ ଖାଇବାକୁ ଦେଉଛନ୍ତି…’, ବନ୍ଧୁକ ଉଠାଇଲେ ବାପା, ଆହତ ହେଲା ପୁଅ appeared first on KNews Odisha.