ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ବଦଳାଇ ଆଜୀବନ ଦେଲେ ହାଇକୋର୍ଟ

୨୦୧୮ ଏପ୍ରିଲ ୨୧ ତାରିଖରେ ମୁସ୍ତାକ ଚକଲେଟ ଦେବା ବାହାନାରେ ନାବାଳିକାଙ୍କୁ ଡାକି ନେଇ ସ୍ଥାନୀୟ ସ୍କୁଲ ପାଖରେ ଦୁଷ୍କର୍ମ କରିବା ପରେ ତାଙ୍କ ମୁହଁକୁ ପଥରରେ ଛେଚି ଦେଇଥିଲା।

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ବଦଳାଇ ଆଜୀବନ ଦେଲେ ହାଇକୋର୍ଟ

ବହୁ ଚର୍ଚ୍ଚିତ ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ମହମ୍ମଦ ମୁସ୍ତାକର ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରିଛନ୍ତି ହାଇକୋର୍ଟ। ମୃତ୍ୟୁଦଣ୍ଡ ପରିବର୍ତ୍ତେ ଆଜୀବନ କାରାଦଣ୍ଡ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଶୁଣାଇଛନ୍ତି। ତେବେ ୨୦ ବର୍ଷ ପୂର୍ବରୁ ଜେଲରୁ ମୁକ୍ତି ପାଇଁ ମୁସ୍ତାକ ଆବେଦନ କରିପାରିବ ନାହିଁ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।

୨୦୧୮ ଏପ୍ରିଲ ୨୧ ତାରିଖରେ ମୁସ୍ତାକ ଚକଲେଟ ଦେବା ବାହାନାରେ ନାବାଳିକାଙ୍କୁ ଡାକି ନେଇ ସ୍ଥାନୀୟ ସ୍କୁଲ ପାଖରେ ଦୁଷ୍କର୍ମ କରିବା ପରେ ତାଙ୍କ ମୁହଁକୁ ପଥରରେ ଛେଚି ଦେଇଥିଲା। ନାବାଳିକାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏପ୍ରିଲ ୨୯ ତାରିଖରେ ପୀଡ଼ିତା ଆଖି ବୁଜି ଦେଇଥିଲେ।

୨୦୧୮ ମେ’ ୧୧ତାରିଖରେ ଏହି ମାମଲାରେ ମହମ୍ମଦ ମୁସ୍ତାକ ବିରୋଧରେ ପାଖାପାଖି ୫୦୦ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା। ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୦୨, ୩୬୩, ୩୭୬-ଏବି, ପ୍ରୋଟେକସନ ଅଫ ଚିଲଡ୍ରେନ ଫ୍ରମ୍‌ ସେକସୁଆଲ ଅଫେନସେସ୍ ଆକ୍ଟ-୨୦୧୨ର ସେକସନ ୬ ଏବଂ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଅଡିନାନ୍‍ସ ୨୦୧୮ ଅନୁଯାୟୀ ସାଲେପୁର ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ଏହି ମାମଲାର ବିଚାର କରି କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍‌ ୨୦୧୯ ମସିହା ସେପ୍ଟେମ୍ବର ମାସ ୧୯ତାରିଖରେ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।