ମୋ ସ୍କୁଲ୍ର ବିଶ୍ୱ ରେକର୍ଡ ଯୋଜନା
ଭୁବନେଶ୍ୱର, ୩୦।୧(ଅସମାପିକା ସାହୁ):ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ମୋ ସ୍କୁଲ ଅଭିଯାନ ଏକ ବିଶ୍ୱ ରେକର୍ଡ କରିବା ପାଇଁ ଯୋଜେନା କରିଛି। ଏଥିପାଇଁ ଅଭିଭାବକ, ପୁରାତନ ଛାତ୍ରୀଛାତ୍ରଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମରଜିତ ଜେନା […] The post ମୋ ସ୍କୁଲ୍ର ବିଶ୍ୱ ରେକର୍ଡ ଯୋଜନା appeared first on Dharitri Odia News.
ଭୁବନେଶ୍ୱର, ୩୦।୧(ଅସମାପିକା ସାହୁ):ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ମୋ ସ୍କୁଲ ଅଭିଯାନ ଏକ ବିଶ୍ୱ ରେକର୍ଡ କରିବା ପାଇଁ ଯୋଜେନା କରିଛି। ଏଥିପାଇଁ ଅଭିଭାବକ, ପୁରାତନ ଛାତ୍ରୀଛାତ୍ରଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମରଜିତ ଜେନା ସୋମବାର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି। ସାହିତ୍ୟ ସୃଜନ ମାଧ୍ୟମରେ ଏକ ବିଶ୍ୱ ରେକର୍ଡ କରିବା ପାଇଁ କୁହାଯାଇଛି। ରୂପାନ୍ତରିତ ହୋଇଥିବା ହାଇସ୍କୁଲଗୁଡ଼ିକର ପୁରାତନ ଛାତ୍ରୀଛାତ୍ର, ଅଭିାଭାବକ ସ୍କୁଲ ଆସିବେ ଏବଂ ମୋ ସ୍କୁଲ ଅଭିଯାନର ଫେସ୍ବୁକ ପେଜ୍ରେ କିଛିଲେଖା ନିଜ ଆକାଉଣ୍ଟରୁ ଅପ୍ଲୋଡ୍ କରିବେ। ଆସନ୍ତା ୨ତାରିଖ ଅପରାହ୍ନ ୧୨ଟାରୁ ୧ଟା ଭିତରେ ଏହି ଅପ୍ଲୋଡ଼ କରିବାକୁ ହେବ। ତେଣୁ ଅଭିଭାବକଙ୍କୁ ସେହିଦିନ ସକାଳ ୧୦ଟା ସୁଦ୍ଧା ସ୍କୁଲ୍ରେ ପହଞ୍ଚତ୍ବା ପାଇଁ କୁହାଯାଇଛି। ତେବେ ଏଥିରେ ସାମିଲ ହେବା ପୂର୍ବରୁ ସେମାନେ ଏକ ସମ୍ମତି ଫର୍ମ ଦେବାକୁ ପଡ଼ିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି।
The post ମୋ ସ୍କୁଲ୍ର ବିଶ୍ୱ ରେକର୍ଡ ଯୋଜନା appeared first on Dharitri Odia News.