ପଶ୍ଚିମବଙ୍ଗ ହାଇୱେରେ ମର୍ମନ୍ତୁଦ ଦୁର୍ଘଟଣା; କାରକୁ ପିଟିଲା ଟ୍ରକ୍, ଚାଲିଗଲା ୯ ଜୀବନ
ନୂଆଦିଲ୍ଲୀ ୨୦।୦୬: ବିବାହ ସମାରୋହରେ ଯୋଗ ଦେଇ ଫେରୁଥିଲେ । କିଏ ଜାଣିଥିଲା ବାଟରେ ଯମ ଜଗି ବସିଛି ବୋଲି। ପଶ୍ଚିମବଙ୍ଗ ପୁରୁଲିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର୍କୁ ଟ୍ରକ ଧକ୍କା ଦେବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି ।ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ହୋଇଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତେ ଏକ ବିବାହ ସମାରୋହରୁ ଫେରୁଥିଲେ। ପୁଲୁରିଆ-ଟାଟା ଜାତୀୟ ରାଜପଥ ନମ୍ବର ୧୮ ସ୍ଥିତ ବଲରାମପୁର ଥାନା ଅନ୍ତର୍ଗତ ନାମସୋଲ ପ୍ରାଥମିକ ବିଦ୍ୟାଳୟ ନିକଟରେ ଦୁର୍ଘଟଣା ହୋଇଛି। ମିଳିଥିବା ସୂଚନା ଅନୁସାରେ କାର୍ଟି ପୁରୁଲିଆରୁ ଝାଡଖଣ୍ଡ ଅଭିମୁଖେ ଯାଉଥିଲା। ସେଥିରେ ୯ ଜଣ ଥିଲେ । ଦ୍ରୁତଗତିରେ ଆସୁଥିବା ଟ୍ରକଟି କାର୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର ଯାଇଛି ।ପୋଲିସ ସୂଚନା ଅନୁସାରେ, ସମସ୍ତ ମୃତକ କାରରେ ପୁରୁଲିଆର ବାରବଜାର ଥାନା ଅଞ୍ଚଳର ଆଡାବାନା ଗାଁରୁ ଝାଡ଼ଖଣ୍ଡର ଏକ ଗାଁକୁ ଯାଉଥିବାବେଳେ ଟ୍ରକ୍ ଧକ୍କା ଦେଇଥିଲା । ଦୁର୍ଘଟଣାର ଖବର ପାଇଁ ତୁରନ୍ତ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ନୂଆଦିଲ୍ଲୀ ୨୦।୦୬: ବିବାହ ସମାରୋହରେ ଯୋଗ ଦେଇ ଫେରୁଥିଲେ । କିଏ ଜାଣିଥିଲା ବାଟରେ ଯମ ଜଗି ବସିଛି ବୋଲି। ପଶ୍ଚିମବଙ୍ଗ ପୁରୁଲିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର୍କୁ ଟ୍ରକ ଧକ୍କା ଦେବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି ।
ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ହୋଇଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତେ ଏକ ବିବାହ ସମାରୋହରୁ ଫେରୁଥିଲେ। ପୁଲୁରିଆ-ଟାଟା ଜାତୀୟ ରାଜପଥ ନମ୍ବର ୧୮ ସ୍ଥିତ ବଲରାମପୁର ଥାନା ଅନ୍ତର୍ଗତ ନାମସୋଲ ପ୍ରାଥମିକ ବିଦ୍ୟାଳୟ ନିକଟରେ ଦୁର୍ଘଟଣା ହୋଇଛି। ମିଳିଥିବା ସୂଚନା ଅନୁସାରେ କାର୍ଟି ପୁରୁଲିଆରୁ ଝାଡଖଣ୍ଡ ଅଭିମୁଖେ ଯାଉଥିଲା। ସେଥିରେ ୯ ଜଣ ଥିଲେ । ଦ୍ରୁତଗତିରେ ଆସୁଥିବା ଟ୍ରକଟି କାର୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର ଯାଇଛି ।
ପୋଲିସ ସୂଚନା ଅନୁସାରେ, ସମସ୍ତ ମୃତକ କାରରେ ପୁରୁଲିଆର ବାରବଜାର ଥାନା ଅଞ୍ଚଳର ଆଡାବାନା ଗାଁରୁ ଝାଡ଼ଖଣ୍ଡର ଏକ ଗାଁକୁ ଯାଉଥିବାବେଳେ ଟ୍ରକ୍ ଧକ୍କା ଦେଇଥିଲା । ଦୁର୍ଘଟଣାର ଖବର ପାଇଁ ତୁରନ୍ତ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।