ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ସୂର୍ଯ୍ୟକୁମାର ଯାଦବ ଟି-୨୦ ଅଧିନାୟକ
ନୂଆଦିଲ୍ଲୀ: ଜିମ୍ବାଓ୍ଵେ ଗସ୍ତ ପରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିବ। ଏହି ଗସ୍ତ ପାଇଁ ଗୁରୁବାର ଜାତୀୟ ଚୟନକର୍ତ୍ତା କମିଟି ଭାରତୀୟ ଦଳ ଘୋଷଣା କରିଛନ୍ତି। ଟି-୨୦ ଅଧିନାୟକକୁ ନେଇ ଜାରି କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଟି-୨୦ ଦଳର ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ନିଯୁକ୍ତ କରିଛି ବିସିସିଆଇ। ରୋହିତ ଶର୍ମା ଓ ବିରାଟ କୋହଲି ଦିନିକିଆ ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରୋହିତ ଦିନିକିଆ ଦଳର ନେତୃତ୍ଵ ନେଉଥିବା ବେଳେ ଶୁଭମନ ଗିଲ୍ ଉଭୟ ଟି-୨୦ ଓ ଦିନିକିଆ ଦଳର ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ରିୟାନ ପରାଗ, ଶିବମ ଦୁବେ ଓ ରିଙ୍କୁ ସିଂଙ୍କୁ ଦଳରେ ସୁଯୋଗ ମିଳିଛି। କେଏଲ ରାହୁଲ ଓ ଋଷଭ ପନ୍ତଙ୍କ ଭାରତୀୟ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ନୂତନ ଖେଳାଳି ଭାବେ ହର୍ଷିତ ରାଣାଙ୍କୁ ଚୟନ କରାଯାଇଛି। ଶ୍ରୀଲଙ୍କା ଗସ୍ତରେ ଅନେକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଚୟନ କମିଟି ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି। ତାଙ୍କୁ ବିସିସିଆଇ ଟି-୨୦ ଅଧିନାୟକ ଦାୟିତ୍ଵ ଦେଇଛି। ଶୁଭମନ ଗିଲଙ୍କ ଉପରେ ଭରସା ରଖି ଚୟନକର୍ତ୍ତା ତାଙ୍କୁ ଟି-୨୦ ସହ ଦିନିକିଆ ଦଳର ଉପଅଧିନାୟକ ଦାୟିତ୍ଵ ଦେଇଛନ୍ତି। ଏହା ପୂର୍ବରୁ ଟି-୨୦ ଅଧିନାୟକ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ମାତ୍ର ବୋର୍ଡ ଏହି ସବୁ କଳ୍ପନା ଜଳ୍ପନା ଉପରେ ବ
ନୂଆଦିଲ୍ଲୀ: ଜିମ୍ବାଓ୍ଵେ ଗସ୍ତ ପରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରିବ। ଏହି ଗସ୍ତ ପାଇଁ ଗୁରୁବାର ଜାତୀୟ ଚୟନକର୍ତ୍ତା କମିଟି ଭାରତୀୟ ଦଳ ଘୋଷଣା କରିଛନ୍ତି। ଟି-୨୦ ଅଧିନାୟକକୁ ନେଇ ଜାରି କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଟି-୨୦ ଦଳର ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ନିଯୁକ୍ତ କରିଛି ବିସିସିଆଇ। ରୋହିତ ଶର୍ମା ଓ ବିରାଟ କୋହଲି ଦିନିକିଆ ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରୋହିତ ଦିନିକିଆ ଦଳର ନେତୃତ୍ଵ ନେଉଥିବା ବେଳେ ଶୁଭମନ ଗିଲ୍ ଉଭୟ ଟି-୨୦ ଓ ଦିନିକିଆ ଦଳର ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ରିୟାନ ପରାଗ, ଶିବମ ଦୁବେ ଓ ରିଙ୍କୁ ସିଂଙ୍କୁ ଦଳରେ ସୁଯୋଗ ମିଳିଛି। କେଏଲ ରାହୁଲ ଓ ଋଷଭ ପନ୍ତଙ୍କ ଭାରତୀୟ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ନୂତନ ଖେଳାଳି ଭାବେ ହର୍ଷିତ ରାଣାଙ୍କୁ ଚୟନ କରାଯାଇଛି।
ଶ୍ରୀଲଙ୍କା ଗସ୍ତରେ ଅନେକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଚୟନ କମିଟି ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି। ତାଙ୍କୁ ବିସିସିଆଇ ଟି-୨୦ ଅଧିନାୟକ ଦାୟିତ୍ଵ ଦେଇଛି। ଶୁଭମନ ଗିଲଙ୍କ ଉପରେ ଭରସା ରଖି ଚୟନକର୍ତ୍ତା ତାଙ୍କୁ ଟି-୨୦ ସହ ଦିନିକିଆ ଦଳର ଉପଅଧିନାୟକ ଦାୟିତ୍ଵ ଦେଇଛନ୍ତି। ଏହା ପୂର୍ବରୁ ଟି-୨୦ ଅଧିନାୟକ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ମାତ୍ର ବୋର୍ଡ ଏହି ସବୁ କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇଛି।
ରାହୁଲ-ପନ୍ତଙ୍କ ପ୍ରତ୍ୟାବର୍ତ୍ତନ
ଭାରତୀୟ ଦିନିକିଆ ଦଳରେ କେଏଲ ରାହୁଲ ଓ ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ପନ୍ତଙ୍କୁ ଟି-୨୦ ଦଳରେ ବି ସ୍ଥାନ ମିଳିଛି। ଅନ୍ୟପଟେ ଦୀର୍ଘ ସମୟ ପରେ କେଏଲ ରାହୁଲଙ୍କ ଭାରତୀୟ ଦିନିକିଆ ଦଳକୁ ଫେରିଛନ୍ତି। ସେ ଭାରତ ପକ୍ଷରୁ ଶେଷ ଦିନିକିଆ ୨୦୨୩ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। କିନ୍ତୁ ତାଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିନି।
ନୂତନ ଚେହେରାଙ୍କୁ ସୁଯୋଗ
ଭାରତୀୟ ଦିନିକିଆ ଦଳରେ ରିୟାନ ପରାଗ ଓ ହର୍ଷିତ ରାଣାଙ୍କ ଚୟନ ହୋଇଛି। ରିୟାନ ନିକଟରେ ଟି-୨୦ରେ ପଦାର୍ପଣ କରିଥିଲେ। ଚୟନକର୍ତ୍ତା ତାଙ୍କ ଉପରେ ଭରସା ରଖି ଦିନିକିଆ ଦଳରେ ମଧ୍ୟ ସୁଯୋଗ ଦେଇଛନ୍ତି। ରିୟାନଙ୍କୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଦଳରେ ମଧ୍ୟ ଚୟନ କରାଯାଇଛି। ହର୍ଷିତ ଓ ରିୟାନ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଛନ୍ତି।
ଭାରତୀୟ ଟି-୨୦: ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶୁଭମନ ଗିଲ୍(ଉପ ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ରିଙ୍କୁ ସିଂ, ରିୟାନ ପରାଗ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ଅର୍ଶଦୀପ ସିଂ, ଖଲିଲ ଅହମ୍ମଦ, ମହମ୍ମଦ ସିରାଜ।
ଦିନିକିଆ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍(ଉପ ଅଧିନାୟକ), ବିରାଟ କୋହଲି, କେଏଲ ରାହୁଲ(ଓ୍ଵିକେଟ୍ କିପର), ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶ୍ରେୟସ ଆୟର, ଶିବମ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ରିୟାନ ପରାଗ, ଅକ୍ଷର ପଟେଲ, ଖଲିଲ ଅହମ୍ମଦ, ହର୍ଷିତ ରାଣା।