ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ଜଗି ଦେଲେ, ତା’ ପରେ ଜଣ-ଜଣଙ୍କୁ କଲମା ପଚାରି ଗୁଳି କଲେ: ପହଲଗାମ ପୀଡ଼ିତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚି ଯାଇଥିବା ପର୍ଯ୍ୟଟକମାନେ ଏବେ ଭୟଙ୍କର ଘଟଣାର ଗୋଟିଏ ପରେ ଗୋଟିଏ ଖୁଲାସା କରିଛନ୍ତି। ବୈସାରଣ ଘାଟିରେ ଆତଙ୍କବାଦୀମାନେ ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରାରେ ଫାଇରିଂ କରି ବନ୍ଦ କରିଦେଲେ। ଏହାପରେ ଗୁଳି ମାଡ଼ ଆରମ୍ଭ କଲେ ଫଳରେ ଖସି ପଳାଇଯିବାରୁ କୌଣସି ବାଟ ନଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ଖୁଲାସା କରିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ଏହିସବୁ ବୟାନ ରେକର୍ଡ କରିଛି। ଜାତିୟ ଗଣମାଧ୍ୟମରେ ପ୍ରକାଶିତ ଖବର ୪ ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲେ। ଏଥିରେ ଦୁଇଜଣ ପ୍ରବେଶ ଦ୍ୱାର ଦେଇ ଆସିଥିଲେ ଓ ଜଣେ ପ୍ରସ୍ଥାନ ଦ୍ୱାରରେ ମୁତୟନ ଥିଲେ। ତଦନ୍ତକାରୀ ସଂସ୍ଥାଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ଚତୁର୍ଥ ନମ୍ବର ଆତଙ୍କବାଦୀ ଜଣଙ୍କ ସମ୍ଭବତଃ ଏମାନଙ୍କୁ ଖସି ପଳାଇବାରେ ସହଯୋଗ କରିବାକୁ ଜଙ୍ଗଲରେ ଲୁଚି ରହିଥିଲେ। ରିପୋର୍ଟ ଅନୁସାରେ, ସେମାନଙ୍କ ମଧ୍ୟରୁ କେବଳ ତିନି ଜଣ ଅସନ୍ଦେହ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ। ମିନି ସ୍ୱିଜରଲ୍ୟାଣ୍ଡ କୁହାଯାଉ ବୈସାରଣ ତୃଣଭୂମିରେ ପର୍ଯ୍ୟଟକମାନେ ଜୀବନକୁ ଉପଭୋଗ କରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଗୁଳି ମାଡ଼ କରିଥିବା ୩ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ସେନା ପୋଷାକ ପିନ୍ଧିଥିବା ବେଳେ ତୃତୀୟ ଜଣ ପାରମ୍ପରିକ କାଶ୍ମୀର ଫେରାନ୍ ପିନ୍ଧିଥିଲେ।ପଡ଼ନ୍ତୁ- ଆତଙ୍କବାଦୀ ହାସିମ ମୁସା କିଏ ? ଯାହାର ପାକିସ୍ତାନୀ ସେନା ସହ ରହିଛି ବି

ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ ଜଗି ଦେଲେ, ତା’ ପରେ ଜଣ-ଜଣଙ୍କୁ କଲମା ପଚାରି ଗୁଳି କଲେ: ପହଲଗାମ ପୀଡ଼ିତ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚି ଯାଇଥିବା ପର୍ଯ୍ୟଟକମାନେ ଏବେ ଭୟଙ୍କର ଘଟଣାର ଗୋଟିଏ ପରେ ଗୋଟିଏ ଖୁଲାସା କରିଛନ୍ତି। ବୈସାରଣ ଘାଟିରେ ଆତଙ୍କବାଦୀମାନେ ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରାରେ ଫାଇରିଂ କରି ବନ୍ଦ କରିଦେଲେ। ଏହାପରେ ଗୁଳି ମାଡ଼ ଆରମ୍ଭ କଲେ ଫଳରେ ଖସି ପଳାଇଯିବାରୁ କୌଣସି ବାଟ ନଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ଖୁଲାସା କରିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା ଏହିସବୁ ବୟାନ ରେକର୍ଡ କରିଛି। 

ଜାତିୟ ଗଣମାଧ୍ୟମରେ ପ୍ରକାଶିତ ଖବର ୪ ଜଣ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲେ। ଏଥିରେ ଦୁଇଜଣ ପ୍ରବେଶ ଦ୍ୱାର ଦେଇ ଆସିଥିଲେ ଓ ଜଣେ ପ୍ରସ୍ଥାନ ଦ୍ୱାରରେ ମୁତୟନ ଥିଲେ। ତଦନ୍ତକାରୀ ସଂସ୍ଥାଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ଚତୁର୍ଥ ନମ୍ବର ଆତଙ୍କବାଦୀ ଜଣଙ୍କ ସମ୍ଭବତଃ ଏମାନଙ୍କୁ ଖସି ପଳାଇବାରେ ସହଯୋଗ କରିବାକୁ ଜଙ୍ଗଲରେ ଲୁଚି ରହିଥିଲେ। ରିପୋର୍ଟ ଅନୁସାରେ, ସେମାନଙ୍କ ମଧ୍ୟରୁ କେବଳ ତିନି ଜଣ ଅସନ୍ଦେହ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ। ମିନି ସ୍ୱିଜରଲ୍ୟାଣ୍ଡ କୁହାଯାଉ ବୈସାରଣ ତୃଣଭୂମିରେ ପର୍ଯ୍ୟଟକମାନେ ଜୀବନକୁ ଉପଭୋଗ କରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଗୁଳି ମାଡ଼ କରିଥିବା ୩ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ସେନା ପୋଷାକ ପିନ୍ଧିଥିବା ବେଳେ ତୃତୀୟ ଜଣ ପାରମ୍ପରିକ କାଶ୍ମୀର ଫେରାନ୍ ପିନ୍ଧିଥିଲେ।

ପଡ଼ନ୍ତୁ- ଆତଙ୍କବାଦୀ ହାସିମ ମୁସା କିଏ ? ଯାହାର ପାକିସ୍ତାନୀ ସେନା ସହ ରହିଛି ବିଶେଷ ସମ୍ପର୍କ

ପ୍ରଥମେ ଏକ୍‌ଜିଟ୍‌ ଗେଟରେ ଗୁଳି ମାଡ଼ କରାଯାଇଥିଲା। ଫଳରେ ପର୍ଯ୍ୟଟକମାନେ ଭୟରେ ପ୍ରବେଶ ଦ୍ୱାର ଆଡ଼କୁ ଦୌଡ଼ିଥିଲେ। ଏହି ସମୟରେ ପର୍ଯ୍ୟଟକଙ୍କ ମଧ୍ୟରେ ଭୟରେ ବାତାବରଣ ଖେଳିଯାଇଥିଲା। ସେମାନେ ଏଣ୍ଟ୍ରି ଗେଟ୍‌ ଆଡ଼କୁ ଆସୁଥିବା ବେଳେ ସେଠି ମଧ୍ୟ ଦୁଇଜଣ ଆତଙ୍କବାଦୀ ଆକ୍ରମଣ କରିବାକୁ ବନ୍ଧୁକ ଧରି ଛିଡ଼ା ହୋଇଥିଲେ। ପ୍ରବେଶ ଦ୍ୱାରରେ, ଆତଙ୍କବାଦୀମାନେ ସମସ୍ତଙ୍କୁ ଏକାଠି କରି ମହିଳାମାନଙ୍କୁ ପୁରୁଷମାନଙ୍କଠାରୁ ଅଲଗା ହେବାକୁ କହିଥିଲେ। କିନ୍ତୁ, ମହିଲାମାନେ ମନା କରିବାରୁ  ଆତଙ୍କବାଦୀମାନେ ହିନ୍ଦୁମାନଙ୍କୁ ମୁସଲମାନମାନଙ୍କଠାରୁ ଅଲଗା ହେବାକୁ କହିଲେ। କିନ୍ତୁ ସମସ୍ତେ ମନା କରିଥିଲେ।

ତା'ପରେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ କଲମା ପାଠ କରିବାକୁ କହିଥିଲେ। ସେମାନେ କଲମା ନ ପଢ଼ିବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଣ୍ଟ୍ରି ଗେଟ୍ ଦେଇ ଆସିଥିବା ଜଣେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି କରିଥିଲେ। ଚା’ ଦୋକାନ ଏବଂ ଭେଲପୁରୀ ଷ୍ଟଲ ନିକଟରେ ସର୍ବାଧିକ ମୃତାହତ ହୋଇଥିଲା। କାରଣ ସେଠାରେ ଅନେକ ଲୋକ ଏକାଠି ହୋଇଥିଲେ। ଆକ୍ରମଣ ପରେ, ଆତଙ୍କବାଦୀମାନେ ପାର୍କର ବାଁ ପଟ କାନ୍ଥ ଡେଇଁ ପଳାଇ ଯାଇଥିଲେ।

ପଢ଼ନ୍ତୁ- ପାକିସ୍ତାନକୁ ଘାରିଲାଣି ଏୟାର ଷ୍ଟ୍ରାଇକ୍‌ ଭୟ ! ସିଆଲକୋଟର ଫରଓ୍ୱାର୍ଡ ବେସ୍‌ରେ ମୁତୟନ କଲା ରାଡାର ସିଷ୍ଟମ୍‌