ବିଶ୍ବ ଚାମ୍ପିୟନ ଡିଙ୍ଗ ଲାଇରେନଙ୍କୁ ହରାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଲେ ପ୍ରଜ୍ଞାନ ନନ୍ଦା

ନୂଆଦିଲ୍ଲୀ: ଚେସ୍ ଖେଳାଳି ଆର. ପ୍ରଜ୍ଞାନ ନନ୍ଦା ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲାଇରେନଙ୍କୁ ପରାସ୍ତ କରିଛନ୍ତି। ଫଳରେ ସେ ବିଶ୍ୱନାଥ ଆନନ୍ଦଙ୍କୁ ପଛରେ ପକାଇ ଏକ ନମ୍ବର ଭାରତୀୟ ଚେସ ଖେଳାଳି ହୋଇପାରିଛନ୍ତି। ବିଶ୍ୱ ଚାମ୍ପିଅନଙ୍କ ଉପରେ ବିଜୟରେ ଉତ୍ସାହିତ ପ୍ରଜ୍ଞାନ ନନ୍ଦ କହିଛନ୍ତି ଯେ ‘ମୋତେ ଲାଗୁଛି କୌଣସି ଦିନ ଯଦି ଆପଣ ଜଣେ ଏପରି ମଜଭୁତ ଖେଳାଳିଙ୍କୁ ହରାଉଛନ୍ତି ତେବେ ଏହା ଏକ ବିଶେଷ ଦିନ’। […]

ବିଶ୍ବ ଚାମ୍ପିୟନ ଡିଙ୍ଗ ଲାଇରେନଙ୍କୁ ହରାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଲେ ପ୍ରଜ୍ଞାନ ନନ୍ଦା
Untitled 1 40

ନୂଆଦିଲ୍ଲୀ: ଚେସ୍ ଖେଳାଳି ଆର. ପ୍ରଜ୍ଞାନ ନନ୍ଦା ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲାଇରେନଙ୍କୁ ପରାସ୍ତ କରିଛନ୍ତି। ଫଳରେ ସେ ବିଶ୍ୱନାଥ ଆନନ୍ଦଙ୍କୁ ପଛରେ ପକାଇ ଏକ ନମ୍ବର ଭାରତୀୟ ଚେସ ଖେଳାଳି ହୋଇପାରିଛନ୍ତି। ବିଶ୍ୱ ଚାମ୍ପିଅନଙ୍କ ଉପରେ ବିଜୟରେ ଉତ୍ସାହିତ ପ୍ରଜ୍ଞାନ ନନ୍ଦ କହିଛନ୍ତି ଯେ ‘ମୋତେ ଲାଗୁଛି କୌଣସି ଦିନ ଯଦି ଆପଣ ଜଣେ ଏପରି ମଜଭୁତ ଖେଳାଳିଙ୍କୁ ହରାଉଛନ୍ତି ତେବେ ଏହା ଏକ ବିଶେଷ ଦିନ’।

ପ୍ରତିଭାବାନ ଚେସ ଖେଳାଳୀ ରମେଶବାବୁ ପ୍ରଜ୍ଞାନ ନନ୍ଦା ୧୬ ଜାନୁୟାରୀ ମଙ୍ଗଳବାର ଇତିହାସ ରଚିଥିଲେ। ସେ ଟାଟା ଷ୍ଟିଲ ଚେସ୍ ଟୁର୍ନାମେଣ୍ଟରେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଳାଇରେନଙ୍କୁ ପରାସ୍ତ କରିଥିଲେ। ଏହା ସହ ସେ ପ୍ରଥମ ଥର ଭେଟେରାନ ଚେସ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ପରାସ୍ତ କରି ଦେଶର ଏକ ନମ୍ବର ଭାରତୀୟ ଗ୍ରାଣ୍ଡମାଷ୍ଟର ହୋଇପାରିଛନ୍ତି। ଚାଇନାର ବିଶ୍ୱ ଚାମ୍ପିଅନ୍ ଙ୍କ ଉପରେ ବିଜୟକୁ ନେଇ ପ୍ରଜ୍ଞାନ ନନ୍ଦା ମଧ୍ୟ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି। କାରଣ ତାଙ୍କୁ ପରାସ୍ତ କରିବା ଏତେ ସହଜ ନୁହେଁ। ତେବେ କ୍ଲାସିକାଲ ଚେସ୍‌ରେ ଏହା ମୋର ପ୍ରଥମ ବିଜୟ ବୋଲି ସେ କହିଛନ୍ତି।