ଗୋରୁ ଚୋରା ଚାଲାଣ ବେଳେ ଦୁଇଟି ଟ୍ରକ୍ ଜବତ : ଜଣେ ଡ୍ରାଇଭର ଅଟକ, ଜଣେ ଫେରାର

ବିନିକା ୪।୧୨: ଦୁଇଟି ଗୋରୁ ବୋଝେଇ ଟ୍ରକ୍‌ ଜବତ । ମହାନଦୀ ପୋଲ ନିକଟରେ କାବୁ କଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ । ଜଣେ ଟ୍ରକ୍ ଡ୍ରାଇଭର ଫେରାର ଏବଂ ଜଣେ ଅଟକ ।ବିନିକା ପୋଲିସ କଲେଜ ଛକ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ରାମପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଦୁଇଟି ଟ୍ରକ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରକ୍ ଦୁଇଟି ଦ୍ରୁତ ଗତିରେ ଫେରାର  ହେବାକୁ ଚେଷ୍ଟା କରିଥିଲେ  l ପରେ ଦୁଇଟି ଟ୍ରକ୍ ଏକା ସାଙ୍ଗରେ ଦ୍ରୁତ ଗତିରେ ଯାଉଥିବା ପୋଲିସ ସନ୍ଦେହ କରି ପିଛା କରିଥିଲା । ମହାନଦୀ ପୋଲ ନିକଟରେ ଉଭୟ ଟ୍ରକ୍‌କୁ ଧରିଥିଲା ପୋଲିସ lତଦନ୍ତରୁ ଜଣାପଡ଼ିଥିଲା ଯେ, ଟ୍ରକ୍‌ରେ ବେଆଇନ ଭାବେ ଗୋରୁ ଚୋରା ଚାଲାଣ ହେଉଥିଲା ।  ଗୋଟିଏ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଆଉ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ୭୦ରୁ ଅଧିକ ଗୋରୁଙ୍କୁ ନିକଟସ୍ଥ କାମଧେନୁ ଗୋ-ସେବାଶ୍ରମରେ ଭର୍ତ୍ତି କରାଯାଇଛି । You Can Read:ଆସନ୍ତା ୬ରୁ ଭଦ୍ରକ ବାଣିଜ୍ୟ ମେଳା, କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆସିବେ ବ୍ୟବସାୟୀ

ଗୋରୁ ଚୋରା ଚାଲାଣ ବେଳେ ଦୁଇଟି ଟ୍ରକ୍ ଜବତ : ଜଣେ ଡ୍ରାଇଭର ଅଟକ, ଜଣେ ଫେରାର

ବିନିକା ୪।୧୨: ଦୁଇଟି ଗୋରୁ ବୋଝେଇ ଟ୍ରକ୍‌ ଜବତ । ମହାନଦୀ ପୋଲ ନିକଟରେ କାବୁ କଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ । ଜଣେ ଟ୍ରକ୍ ଡ୍ରାଇଭର ଫେରାର ଏବଂ ଜଣେ ଅଟକ ।

ବିନିକା ପୋଲିସ କଲେଜ ଛକ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ରାମପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଦୁଇଟି ଟ୍ରକ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରକ୍ ଦୁଇଟି ଦ୍ରୁତ ଗତିରେ ଫେରାର  ହେବାକୁ ଚେଷ୍ଟା କରିଥିଲେ  l ପରେ ଦୁଇଟି ଟ୍ରକ୍ ଏକା ସାଙ୍ଗରେ ଦ୍ରୁତ ଗତିରେ ଯାଉଥିବା ପୋଲିସ ସନ୍ଦେହ କରି ପିଛା କରିଥିଲା । ମହାନଦୀ ପୋଲ ନିକଟରେ ଉଭୟ ଟ୍ରକ୍‌କୁ ଧରିଥିଲା ପୋଲିସ l

ତଦନ୍ତରୁ ଜଣାପଡ଼ିଥିଲା ଯେ, ଟ୍ରକ୍‌ରେ ବେଆଇନ ଭାବେ ଗୋରୁ ଚୋରା ଚାଲାଣ ହେଉଥିଲା ।  ଗୋଟିଏ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଆଉ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ୭୦ରୁ ଅଧିକ ଗୋରୁଙ୍କୁ ନିକଟସ୍ଥ କାମଧେନୁ ଗୋ-ସେବାଶ୍ରମରେ ଭର୍ତ୍ତି କରାଯାଇଛି । 


You Can Read:

ଆସନ୍ତା ୬ରୁ ଭଦ୍ରକ ବାଣିଜ୍ୟ ମେଳା, କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆସିବେ ବ୍ୟବସାୟୀ