ଦିଲ୍ଲୀ, ମୁମ୍ବାଇ ଓ ପୁଣେରେ ଘର ,୧୧୦ କୋଟିରୁ ଅଧିକ ସମ୍ପତ୍ତି, ଜାଣନ୍ତୁ କେତେ ଧନୀ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ?
ମୁମ୍ବାଇ ୨।୫: ଦେଶରେ ଏବେ ଲୋକସଭା ନିର୍ବାଚନ ଚାଲିଛି। ଏଥି ପାଇଁ ପ୍ରାର୍ଥୀପତ୍ର ଦାଖଲ ହେଉଛି। ଏହିକ୍ରମରେ ଉତ୍ତର ମୁମ୍ବାଇରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ସହ ସେ ତାଙ୍କ ସମ୍ପତ୍ତି ତାଲିକା ମଧ୍ୟ ଦେଇଛନ୍ତି। ଗୋୟଲଙ୍କ ନିର୍ବାଚନୀ ସତ୍ୟପାଠରୁ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ପିୟୁଷ ଗୋୟଲଙ୍କ ନାମରେ ୧୧୦ କୋଟି ଟଙ୍କାର ସମ୍ପତ୍ତି ଥିବାର ସେ ସତ୍ୟପାଠରେ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କ ଶପଥପତ୍ରରେ ମୋଟ ୧୧୦.୯୫ କୋଟି ଟଙ୍କାର ସମ୍ପତ୍ତି ଥିବାର ସୂଚିତ କରିଛନ୍ତି। ୨୦୧୬ ନିର୍ବାଚନରେ ସେ ତାଙ୍କର ମୋଟ ସମ୍ପତ୍ତି ପରିମାଣ ୯୫.୩୭ କୋଟି ଟଙ୍କାର ସମ୍ପତ୍ତି ଥିବାର ସୂଚିତ କରିଥିବା ବେଳେ ପୂର୍ବରୁ ୨୦୧୦ ମସିହାରେ ତାଙ୍କର ୩୦.୩୪କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଥିଲେ। ଗତ ୧୪ ବର୍ଷରେ ତାଙ୍କ ମୋଟ ସମ୍ପତ୍ତିରେ ୮୦ କୋଟି ଟଙ୍କା ବୃଦ୍ଧି ହୋଇଥିବା ଜଣାପଡିଛି। ଆୟ ନେଇ କେନ୍ଦ୍ରମନ୍ତ୍ରୀ ଦାଖଲ କରିଥିବା ସୂଚନାରେ ୨୦୧୮-୧୯ରେ ତାଙ୍କର ମୋଟ ଆୟ ୩୧.୧୧ ଲକ୍ଷ ଟଙ୍କା ଥିଲା। ୨୦୧୯-୨୦ରେ ଏହା ବୃଦ୍ଧି ହୋଇ ୩୫.୮ ଲକ୍ଷ ଟଙ୍କାକୁ ପହଞ୍ଚିଥିବା ବେଳେ ୨୦୨୦-୨୧ରେ ଏହା ୫୮.୨୨ଲକ୍ଷ ଟଙ୍କାକୁ ପହଞ୍ଚିଥିଲା। ୨୦୨୧-୨୨ରେ ଏହା ବଢି ୧.୩୩ କୋଟି ଟଙ୍କା ହୋଇଥିବା ବେଳେ ୨୦୨୨-୨୩ରେ ଏହା ୮୭.୬୧ ଲକ୍ଷ ଟଙ୍କା ଥିଲା। ସେହି
ମୁମ୍ବାଇ ୨।୫: ଦେଶରେ ଏବେ ଲୋକସଭା ନିର୍ବାଚନ ଚାଲିଛି। ଏଥି ପାଇଁ ପ୍ରାର୍ଥୀପତ୍ର ଦାଖଲ ହେଉଛି। ଏହିକ୍ରମରେ ଉତ୍ତର ମୁମ୍ବାଇରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ସହ ସେ ତାଙ୍କ ସମ୍ପତ୍ତି ତାଲିକା ମଧ୍ୟ ଦେଇଛନ୍ତି। ଗୋୟଲଙ୍କ ନିର୍ବାଚନୀ ସତ୍ୟପାଠରୁ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ପିୟୁଷ ଗୋୟଲଙ୍କ ନାମରେ ୧୧୦ କୋଟି ଟଙ୍କାର ସମ୍ପତ୍ତି ଥିବାର ସେ ସତ୍ୟପାଠରେ ଘୋଷଣା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କ ଶପଥପତ୍ରରେ ମୋଟ ୧୧୦.୯୫ କୋଟି ଟଙ୍କାର ସମ୍ପତ୍ତି ଥିବାର ସୂଚିତ କରିଛନ୍ତି। ୨୦୧୬ ନିର୍ବାଚନରେ ସେ ତାଙ୍କର ମୋଟ ସମ୍ପତ୍ତି ପରିମାଣ ୯୫.୩୭ କୋଟି ଟଙ୍କାର ସମ୍ପତ୍ତି ଥିବାର ସୂଚିତ କରିଥିବା ବେଳେ ପୂର୍ବରୁ ୨୦୧୦ ମସିହାରେ ତାଙ୍କର ୩୦.୩୪କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଥିଲେ। ଗତ ୧୪ ବର୍ଷରେ ତାଙ୍କ ମୋଟ ସମ୍ପତ୍ତିରେ ୮୦ କୋଟି ଟଙ୍କା ବୃଦ୍ଧି ହୋଇଥିବା ଜଣାପଡିଛି।
ଆୟ ନେଇ କେନ୍ଦ୍ରମନ୍ତ୍ରୀ ଦାଖଲ କରିଥିବା ସୂଚନାରେ ୨୦୧୮-୧୯ରେ ତାଙ୍କର ମୋଟ ଆୟ ୩୧.୧୧ ଲକ୍ଷ ଟଙ୍କା ଥିଲା। ୨୦୧୯-୨୦ରେ ଏହା ବୃଦ୍ଧି ହୋଇ ୩୫.୮ ଲକ୍ଷ ଟଙ୍କାକୁ ପହଞ୍ଚିଥିବା ବେଳେ ୨୦୨୦-୨୧ରେ ଏହା ୫୮.୨୨ଲକ୍ଷ ଟଙ୍କାକୁ ପହଞ୍ଚିଥିଲା। ୨୦୨୧-୨୨ରେ ଏହା ବଢି ୧.୩୩ କୋଟି ଟଙ୍କା ହୋଇଥିବା ବେଳେ ୨୦୨୨-୨୩ରେ ଏହା ୮୭.୬୧ ଲକ୍ଷ ଟଙ୍କା ଥିଲା। ସେହିପରି ୨୦୨୨-୨୩ରେ ତାଙ୍କ ପତ୍ନୀ ସୀମା ଗୋୟଲଙ୍କ ଆୟ ୭୦.୯୬ ଲକ୍ଷ ଟଙ୍କା ଥିଲା।
ଶପଥପତ୍ରରେ ଗୋୟଲ ତାଙ୍କ ନିକଟରେ ନଗଦ ୨.୨୭ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କ ପତ୍ନୀଙ୍କ ନିକଟରେ ୨୬,୨୦୦ଟଙ୍କା ନଗଦ ଥିବା ସୂଚିତ କରିଛନ୍ତି। ପିୟୁଷ ଗୋୟଲଙ୍କ ବ୍ୟାଙ୍କ ଖାତାମାନଙ୍କରେ ୫.୪୬ କୋଟି ଟଙ୍କା ଜମା ଥିବା ବେଳେ ପତ୍ନୀଙ୍କ ବ୍ୟାଙ୍କ ଖାତାରେ ୬ କୋଟି ଟଙ୍କା ଥିବା ସୂଚିତ କରିଛନ୍ତି। ଏହା ଛଡା ନିବେଶ ଭାବେ କେନ୍ଦ୍ରମନ୍ତ୍ରୀଙ୍କର ୧୦.୨୯ କୋଟି ଟଙ୍କା ଥିବା ବେଳେ ତାଙ୍କ ପତ୍ନୀ ସୀମାଙ୍କର ୨୭.୨୩ କୋଟି ଟଙ୍କା ନିବେଶ ଅଛି। ପିୟୁଷ ବୀମା ପ୍ରିମିୟମ ଭାବେ ୪୦.୦୧ ଲକ୍ଷ ଟଙ୍କା ଜମା ଦେଇଥିବା ବେଳେ ତାଙ୍କ ପତ୍ନୀ ୩୬.୬୩ ଲକ୍ଷ ଟଙ୍କା ଜମା କରିଛନ୍ତି।
ସତ୍ୟପାଠ ଅନୁସାରେ କେନ୍ଦ୍ର ମନ୍ତ୍ରୀ ତାଙ୍କ ପତ୍ନୀଙ୍କୁ ୧୪.୧୨ କୋଟି ଟଙ୍କା ଉଧାର ଦେଇଛନ୍ତି। ପିୟୁଷ ଗୋୟଲଙ୍କର ୭୨.୨୨ ଲକ୍ଷ ଓ ତାଙ୍କ ପତ୍ନୀଙ୍କର ୫.୭୫ ଲକ୍ଷ ଟଙ୍କାର ଫର୍ଣ୍ଣିଚର ରହିଛି। ପିୟୁଷ ଗୋୟଲଙ୍କ ନାମରେ ୩ଟି ଗାଡ଼ି ଥିବା ବେଳେ ଏଥିରେ ୧୫.୦୧ ଲକ୍ଷ ଟଙ୍କାର ଟୟୋଟା କରୋଲା ଅଲ୍ଟିସ କାର, ୩୪.୧୪ ଲକ୍ଷ ଟଙ୍କାର ଟୟୋଟା କ୍ୟମରୀ ଓ ୩୩.୮୮ ଲକ୍ଷ ଟଙ୍କାର ଆଉ ଏକ ଟୟୋଟା କ୍ୟାମରୀ କାର ଅଛି।
କେନ୍ଦ୍ରମନ୍ତ୍ରୀଙ୍କର ୨୦୫୭.୨୦ ଗ୍ରାମ ଓଜନର ସ୍ୱର୍ଣ୍ଣାଳଙ୍କାର ଥିବା ବେଳେ ୨ କେଜି ରୂପା ଓ ୧୯୯.୭୬ କ୍ୟାରେଟର ହୀରା ଏଛି। ଏହି ସବୁ ମୂଲ୍ୟବାନ ସାମଗ୍ରୀର ମୋଟ ମୂଲ୍ୟ ୩.୪୯ କୋଟି ଟଙ୍କା ସୂଚିତ କରିଛନ୍ତି। ସେହିପରି ପତ୍ନୀ ସୀମାଙ୍କର ୫୫୮୧.୪୨ ଗ୍ରାମ ସ୍ୱର୍ଣ୍ଣ ଆଭୂଷଣ ଥିବା ବେଳେ ୧.୫ କେଜି ରୂପା ଓ ୬୯୦.୬୫ କ୍ୟାରେଟର ହୀରା ଏପରି ମୋଟ ମୂଲ୍ୟବାନ ସାମଗ୍ରୀର ମୂଲ୍ୟ ୩.୭୦ କୋଟି ଟଙ୍କା ସୂଚିତ କରିଛନ୍ତି। ଏହା ଛଡା ପିୟୁଷ ଗୌୟଲଙ୍କୁ ଉତ୍ତରାଧିକାରରେ ୬୦.୫୭ ଲକ୍ଷ ଟଙ୍କାର ମୂଲ୍ୟବାନ ଆଭୂଷଣ ମିଳିଛି।
ସେହିପରି କେନ୍ଦ୍ରମନ୍ତ୍ରୀଙ୍କର ୮୯.୮୬ କୋଟି ଟଙ୍କାର ଚଳନ୍ତି ସମ୍ପତ୍ତି ଥିବା ବେଳେ ଏଥିରୁ ପିୟୁଷଙ୍କର ମୋଟ ୩୫.୬୪ କୋଟି ଟଙ୍କା, ପତ୍ନୀ ସୀମାଙ୍କର ୫୩.୬୧ କୋଟି ଟଙ୍କା ଓ ତାଙ୍କୁ ଉତ୍ତରାଧିକାରରେ ୬୦.୭୫ ଲକ୍ଷ ଟଙ୍କାର ଚଳନ୍ତି ସମ୍ପତ୍ତି ରହିଛି। ଏହା ଛଡା ପିୟୁଷ ଗୋୟଲଙ୍କ ନାମରେ ପଶ୍ଚିମ ମୁମ୍ବାଇରେ ୨ଟି ଫ୍ଲାଟ ଥିବା ବେଳେ ଏହି ଦୁଇଟିର ମୂଲ୍ୟ ଯଥାକ୍ରମେ ୩.୮୯ କୋଟି ଓ ୩.୮୦ କୋଟି ଟଙ୍କା। ସେହିପରି ପିୟୁଷ ଗୋୟଲଙ୍କ ପତ୍ନୀ ସୀମାଙ୍କ ନାମରେ ପୁଣେ ଓ ଦିଲ୍ଲୀରେ ଗୋଟିଏ ଲେଖାଏଁ ଫ୍ଲାଟ ଅଛି। ଯାହାର ମୂଲ୍ୟ ଯଥାକ୍ରମେ ୬୩.୩୦ଲକ୍ଷ ଓ ୧୨.୭୫ କୋଟି ଟଙ୍କା ବୋଲି ସୂଚିତ କରିଛନ୍ତି।
ଏହିପରି ପିୟୁଷ ଗୋୟଲ ଓ ତାଙ୍କ ପରିବାର ନାମରେ ୨୧.୦୮ କୋଟି ଟଙ୍କାର ଅଚଳ ସମ୍ପତ୍ତିର ବି ସୂଚନା ଦେଇଛନ୍ତି। ଏହି ସୂଚନା ଅନୁସାରେ ତାଙ୍କ ଚଳ ଓ ଅଚଳ ସମ୍ପତ୍ତି ମିସାଇ ମୋଟ ୧୧୦.୯୫ କୋଟି ଟଙ୍କା ଦର୍ଶାଇଛନ୍ତି। ଆଫିଡେଭିଟ ଅନୁସାରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ୧୪.୨୨ କୋଟି ଟଙ୍କାର ଦାୟିତ୍ୱ ମଧ୍ୟ ରହିଛି। ପିୟୁଷ ଗୋୟଲ ତାଙ୍କ ଆୟର ଯେଉଁ ମାଧ୍ୟମ ସୂଚିତ କରିଛନ୍ତି ତାହା ହେଉଛି ସାଂସଦ ଭାବେ ତାଙ୍କ ବେତନ ଓ ନିବେଶରୁ ମିଳୁଥିବା ରିଟର୍ଣ୍ଣ । ସେହିପରି ତାଙ୍କ ପତ୍ନୀଙ୍କ ଆୟର ମୁଖ୍ୟସ୍ରୋତ ଘରଭଡା ଓ ନିବେଶରୁ ମିଳୁଥିବା ଲାଭ ଭାବେ ଦର୍ଶାଇଛନ୍ତି।