ରାତି ଅଧରେ ହୁକ୍କା ବାର୍‌ରେ ରେଡ; ମୁନାୱାର ଫାରୁକି ଅଟକ

ଟବାକୋରେ ନିକୋଟିନ ମିଶାଇ ସେବନ କରିବା ଅଭିଯୋଗରେ ଷ୍ଟାଣ୍ଡ ଅପ କମେଡିଆନ ତଥା ବିଗ ବସ ବିଜେତା ମୁନାୱାର ଫାରୁକି ଅଟକ । ପଚରାଉଚରା ପରେ ମୁନାୱାରଙ୍କୁ ନୋଟିସ ଦେଇ ଛାଡି ଦେଇଛି ମୁମ୍ବାଇ ପୁଲିସ ।

ରାତି ଅଧରେ ହୁକ୍କା ବାର୍‌ରେ ରେଡ; ମୁନାୱାର ଫାରୁକି ଅଟକ

ଟବାକୋରେ ନିକୋଟିନ ମିଶାଇ ସେବନ କରିବା ଅଭିଯୋଗରେ ଷ୍ଟାଣ୍ଡ ଅପ କମେଡିଆନ ତଥା ବିଗ ବସ ବିଜେତା ମୁନାୱାର ଫାରୁକି ଅଟକ । ମୁମ୍ବାଇରେ ଏକ ହୁକ୍କା ବାର୍‌ରେ ରେଡ ବେଳେ ମୁନାୱାରଙ୍କ ସମେତ ୧୪ ଜଣଙ୍କୁ ଗତ ରାତିରେ ଅଟକ ରଖିଥିଲା ପୁଲିସ । ପଚରାଉଚରା ପରେ ମୁନାୱାରଙ୍କୁ ନୋଟିସ ଦେଇ ଛାଡି ଦେଇଛି ମୁମ୍ବାଇ ପୁଲିସ । ମାମଲାରେ ତଦନ୍ତ ଜାରି ରହିଛି ।

ଦକ୍ଷିଣ ମୁମ୍ବାଇର ଏକ ବାର୍‌ରେ ଗତ ରାତିରେ ପୁଲିସ ଚଢାଉ କରିଥିଲା । ସେଠାରେ ଟବାକୋ ସାମଗ୍ରୀରେ ନିକୋଟିନ ମିଶାଇ ଭିନ୍ନ ଉପାୟରେ ସେବନ ହେଉଥିବା ନେଇ ଖବର ମିଳିବା ପରେ ପୁଲିସ ଚଢାଉ କରିଥିଲା । ସେଠାରୁ ମୁନାୱାରଙ୍କ ସମେତ ୧୪ ଜଣଙ୍କୁ ଧରି ସେମାନଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲା । ମୁନାୱାରଙ୍କର ପଜିଟିଭି ରିପୋର୍ଟ ଆସିବା ପରେ ତାଙ୍କଠୁ କିଛି ଜୋରିମାନା ନେଇ ଛଡାଯାଇଛି।

ଗତ ରାତି ପ୍ରାୟ ସାଢେ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଆଜି ଭୋର ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ରିଆଲିଟି ସୋ ବିଗବସର ୧୭ ତମ ସିଜନରେ ମୁନୱାର ଫାରୁକି ବିଜୟୀ ହୋଇଥିଲେ । ପୂର୍ବରୁ ବିଗବସି ଓଟିଟି ବିଜେତା ଏଲଭିସ ଯାଦବ ମଧ୍ୟ ସାପ ବିଷରେ ନିଶା କରୁଥିବା ନେଇ ଅଭିଯୋଗ ହୋଇଥିଲା । ମାମଲାରେ ସେ ଗିରଫ ହୋଇଥିବା ବେଳେ ଏବେ ଜାମିନରେ ଅଛନ୍ତି ।