ହେମନ୍ତ ସୋରେନଙ୍କ ଘରୁ ଜବତ BMWର ଧୀରଜ ସାହୁଙ୍କ ସହ କନେକ୍ସନ, ସାଂସଦଙ୍କୁ ସମନ ଜାରି କଲା ED

ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କର ଏବେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହ ସମ୍ପର୍କ ସାମ୍ନାକୁ ଆସିଛି । ସୋରେନଙ୍କ ଘରୁ ଜବତ ହୋଇଥିବା BMW ଧୀରଜ ସାହୁଙ୍କ ମାନେସରସ୍ଥିତ ଏକ ଫାର୍ମ ନାମରେ ପଞ୍ଜିକୃତ ହୋଇଛି । ବର୍ତ୍ତମାନ ଇଡି ଏହି ମାମଲାରେ ଧୀରଜ ସାହୁଙ୍କୁ ସମନ ପଠାଇଛି । ଗତ ବର୍ଷ ଡିସେମ୍ବରରେ ଆୟକର ବିଭାଗ କଂଗ୍ରେସ ନେତା ଧୀରଜ ସାହୁଙ୍କ ଝାଡ଼ଖଣ୍ଡସ୍ଥିତ ଘରେ ଚଢ଼ାଉ କରିଥିଲା […] The post ହେମନ୍ତ ସୋରେନଙ୍କ ଘରୁ ଜବତ BMWର ଧୀରଜ ସାହୁଙ୍କ ସହ କନେକ୍ସନ, ସାଂସଦଙ୍କୁ ସମନ ଜାରି କଲା ED appeared first on KNews Odisha.

ହେମନ୍ତ ସୋରେନଙ୍କ ଘରୁ ଜବତ BMWର ଧୀରଜ ସାହୁଙ୍କ ସହ କନେକ୍ସନ, ସାଂସଦଙ୍କୁ ସମନ ଜାରି କଲା ED
ED

ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କର ଏବେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ସହ ସମ୍ପର୍କ ସାମ୍ନାକୁ ଆସିଛି । ସୋରେନଙ୍କ ଘରୁ ଜବତ ହୋଇଥିବା BMW ଧୀରଜ ସାହୁଙ୍କ ମାନେସରସ୍ଥିତ ଏକ ଫାର୍ମ ନାମରେ ପଞ୍ଜିକୃତ ହୋଇଛି । ବର୍ତ୍ତମାନ ଇଡି ଏହି ମାମଲାରେ ଧୀରଜ ସାହୁଙ୍କୁ ସମନ ପଠାଇଛି ।

ଗତ ବର୍ଷ ଡିସେମ୍ବରରେ ଆୟକର ବିଭାଗ କଂଗ୍ରେସ ନେତା ଧୀରଜ ସାହୁଙ୍କ ଝାଡ଼ଖଣ୍ଡସ୍ଥିତ ଘରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୩୫୧ କୋଟି ଟଙ୍କା ନଗଦ ଏବଂ ଅଗଣିତ ସମ୍ପତ୍ତି ଜବତ କରାଯାଇଥିଲା । ୧୦ ଦିନ ଧରି ଚାଲିଥିବା ଚଢ଼ାଉରେ ୪୦ଟି ନୋଟ୍ ଗଣନା ମେସିନ୍ ବ୍ୟବହୃତ ହୋଇଥିଲା ।

କହି ରଖୁଛୁ, ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ସିଏମ୍‌ ହେମନ୍ତ ସୋରେନ ଇଡି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି । ଗତ ସପ୍ତାହରେ ଇଡି ସୋରେନଙ୍କୁ ଗିରଫ କରି ପଚରାଉଚରା କରୁଛି ।

ଯଦିଓ ହେମନ୍ତ ସୋରେନ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଏବଂ ଗିରଫଦାରୀକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସୂଚନାଥାଉ କି, ଫେବୃୟାରୀ ୨ରେ ରାଞ୍ଚିର ଏକ ସ୍ୱତନ୍ତ୍ର PMLA କୋର୍ଟ ସୋରେନଙ୍କୁ ୫ ଦିନିଆ ଇଡି ହେପାଜତରେ ପଠାଇଥିଲେ ।

The post ହେମନ୍ତ ସୋରେନଙ୍କ ଘରୁ ଜବତ BMWର ଧୀରଜ ସାହୁଙ୍କ ସହ କନେକ୍ସନ, ସାଂସଦଙ୍କୁ ସମନ ଜାରି କଲା ED appeared first on KNews Odisha.