ଲାଲକୃଷ୍ଣ ଆଡ୍ଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ଡ. ମୁରଲୀ ମନୋହର ଯୋଶୀଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ମିଳିଛି। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି)ର ନେତାମାନେ ଦୁଇ ନେତାଙ୍କ ଘରେ ପହଞ୍ଚି ସେମାନଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ଭିଏଚ୍ପିର ଅନ୍ତର୍ଜାତୀୟ କାର୍ଯ୍ୟାଧ୍ୟକ୍ଷ ଆଲୋକ କୁମାର ଏହି ସୂଚନା ଦେଇଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ ବୟାନ ଜାରି କରି କହିଛି ଯେ ରାମ ମନ୍ଦିର ଆନ୍ଦୋଳନର ପୁରୋଧା ଲାଲକୃଷ୍ଣ ଆଡଭାନୀ ଓ ଡ. ମୁରଲୀ […] The post ଲାଲକୃଷ୍ଣ ଆଡ୍ଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ appeared first on KNews Odisha.

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ଡ. ମୁରଲୀ ମନୋହର ଯୋଶୀଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ମିଳିଛି। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି)ର ନେତାମାନେ ଦୁଇ ନେତାଙ୍କ ଘରେ ପହଞ୍ଚି ସେମାନଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ଭିଏଚ୍ପିର ଅନ୍ତର୍ଜାତୀୟ କାର୍ଯ୍ୟାଧ୍ୟକ୍ଷ ଆଲୋକ କୁମାର ଏହି ସୂଚନା ଦେଇଛନ୍ତି।
ବିଶ୍ୱ ହିନ୍ଦୁ ପରିଷଦ ବୟାନ ଜାରି କରି କହିଛି ଯେ ରାମ ମନ୍ଦିର ଆନ୍ଦୋଳନର ପୁରୋଧା ଲାଲକୃଷ୍ଣ ଆଡଭାନୀ ଓ ଡ. ମୁରଲୀ ମନୋହର ଯୋଶୀଙ୍କୁ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ ଦିଆଯାଇଛି। ନିମନ୍ତ୍ରଣ ଦେବା ସମୟରେ ରାମ ଜନ୍ମଭୂମି ଆନ୍ଦୋଳନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଉଭୟ ବରିଷ୍ଠ ନେତା କହିଛନ୍ତି ଯେ ସେମାନେ ଆସିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବେ।
କହି ରଖୁଛୁ, ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରାଣ ପ୍ରତିଷ୍ଠା ସମାରୋହରେ ମୁଖ୍ୟ ଯଜମାନ ରୂପେ ସାମିଲ ହେବେ। ଉଦ୍ଘାଟନୀ ଉତ୍ସବର ପରଦିନ ଅର୍ଥାତ୍ ଜାନୁଆରୀ ୨୩ ପରଠାରୁ ପ୍ରଭୁ ରାମଙ୍କ ଦର୍ଶନ କରିବାକୁ ଜନସାଧାରଣଙ୍କୁ ଅନୁମତି ଦିଆଯିବ।
ମନ୍ଦିର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି, ସର୍ସଂଘଚାଳକ ମୋହନ ଭାଗବତ, ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଏବଂ ସମସ୍ତ ଟ୍ରଷ୍ଟି ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହିବେ। ଏହା ବ୍ୟତୀତ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।
The post ଲାଲକୃଷ୍ଣ ଆଡ୍ଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ମିଳିଲା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ appeared first on KNews Odisha.