ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା କାରଖାନା, ଚଢାଉ କଲା ପୋଲିସ୍
ଜଳେଶ୍ୱର : ବଜାରରେ ଅନେକ ପ୍ରକାର ଜିନିଷ ବିକ୍ରି ହେଉଛି । କିନ୍ତୁ ସବୁ ଦ୍ରବ୍ୟ ଅସଲି ହୋଇଥିବ ତାହା କହିବା ଆଜିକା ସମୟରେ ଅସମ୍ଭବ । କାହିଁକି ନା ଏବେ ବଜାରରେ ବିକ୍ରି ସାମଗ୍ରୀର ବ୍ରାଣ୍ଡ ଅସଲି କିନ୍ତୁ ଜିନିଷ ନକଲି । ନକଲି ଦ୍ରବ୍ୟ ଆଖି ସମ୍ନାକୁ ଆସୁଛି କିନ୍ତୁ ଜାଣିବା ଏତେ ସହଜ ନୁହେଁ । ଯାହାକୁ ଖାଇ ଅନେକ ଲୋକ ଅସୁସ୍ଥ ମଧ୍ୟ ହୋଇ ଥାଆନ୍ତି । ତେବେ ପୁଣି ଏଭଳି […] The post ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା କାରଖାନା, ଚଢାଉ କଲା ପୋଲିସ୍ appeared first on KNews Odisha.

ଜଳେଶ୍ୱର : ବଜାରରେ ଅନେକ ପ୍ରକାର ଜିନିଷ ବିକ୍ରି ହେଉଛି । କିନ୍ତୁ ସବୁ ଦ୍ରବ୍ୟ ଅସଲି ହୋଇଥିବ ତାହା କହିବା ଆଜିକା ସମୟରେ ଅସମ୍ଭବ । କାହିଁକି ନା ଏବେ ବଜାରରେ ବିକ୍ରି ସାମଗ୍ରୀର ବ୍ରାଣ୍ଡ ଅସଲି କିନ୍ତୁ ଜିନିଷ ନକଲି । ନକଲି ଦ୍ରବ୍ୟ ଆଖି ସମ୍ନାକୁ ଆସୁଛି କିନ୍ତୁ ଜାଣିବା ଏତେ ସହଜ ନୁହେଁ । ଯାହାକୁ ଖାଇ ଅନେକ ଲୋକ ଅସୁସ୍ଥ ମଧ୍ୟ ହୋଇ ଥାଆନ୍ତି । ତେବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।
ଆଗରେ ଲାଗିଥିଲା ଅଟୋ ପାର୍ଟସ ଦୋକାନର ସାଇନ ବୋର୍ଡ, କିନ୍ତୁ ଦୋକାନ ଭିତରେ ଚାଲିଥିଲା ନାମିଦାମୀ ଚା କମ୍ପାନୀର ନକଲି ଲଗୋ ଲଗାଇ ପ୍ୟାକିଂ । ଏନେଇ ବାରମ୍ବାର ଅଭିଯୋଗ ହେବାପରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଟିମ୍ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଅଗ୍ରୱାଲା ଛକ ନିକଟରେ ପହଞ୍ଚି ଉକ୍ତ ନକଲି ଚା ପ୍ୟାକିଂ କାରଖାନା ଉପରେ ଚଢାଉ କରିଥିଲେ ।
ବଜାର ରୁ ଶସ୍ତା ଦାମରେ ଚା କ୍ରୟ କରାଯିବା ପରେ ଏହାକୁ ବିଭିନ୍ନ ନାମିଦାମୀ କମ୍ପାନୀର ଲଗୋ ସହ ପ୍ୟାକେଜିଂ କରି ବିକ୍ରି କରାଯାଉଥିବା ନେଇ ଏକ ଟି କମ୍ପାନୀ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯିବା ପରେ ଅଦାଲତଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଜଳେଶ୍ୱର ପୋଲିସ୍ ସହାୟତାରେ ଉକ୍ତ ଅଟୋ ପାର୍ଟସ ଦୋକାନ ଉପରେ ଚଢାଉ କରିଥିଲେ ।
ଚଢାଉ ସମୟରେ ଦୋକାନ ଭିତରେ ପ୍ୟାକେଜିଂ ମେସିନ୍, ବିଭିନ୍ନ ଚା କମ୍ପାନୀର ଲଗୋ ଥିବା ପଲିଥିନ୍ ବ୍ୟାଗ୍, ଚା ପ୍ୟାକେଟ ଇତ୍ୟାଦି ଜବତ କରାଯାଇଛି । ତେବେ ଦୀର୍ଘ ବର୍ଷ ଧରି ଏହି ଅଟୋ ପାର୍ଟସ ଦୋକାନ ଚାଲିଥିବା ବେଳେ ଏଠାରେ ପ୍ୟାକିଂ ହେଉଥିବା ନକଲି ଚା ପ୍ୟାକେଟ ସ୍ଥାନୀୟ ବଜାରରେ ବିକ୍ରି ହେବା ସହିତ ବାହାର ରାଜ୍ୟକୁ ମଧ୍ୟ ସପ୍ଲାଇ କରାଯାଉଥିଲା ବୋଲି ଜଣାପଡିଛି । ତେବେ ଉକ୍ତ ଅଟୋ ପାର୍ଟସ ଦୋକାନର ମାଲିକ ରାମଚନ୍ଦ୍ର ଭୂୟାଂ କହିଛନ୍ତି ଏସବୁ କିଛି ନକଲି ଚା ପ୍ୟାକେଟ ନୁହେଁ, ଚା ପ୍ୟାକେଜିଂ ଫାକ୍ଟ୍ରି ପାଇଁ ରେଜିଷ୍ଟ୍ରେସନ ହୋଇଛି ଏବଂ ଲାଇସେନ୍ସ ମଧ୍ୟ ରହିଛି ।
ନାମୀ ବ୍ରାଣ୍ଡ, ନକଲି ମାଲ୍ । ଡୁପ୍ଲିକେଟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର ଜିଲ୍ଲା । ବିପୁଳ ପରିମାଣର ନକଲି ଚା ପତି ଜବତ କରାଯାଇଛି । ଦୀର୍ଘ ଦିନ ଧରି ଏହି ଅଂଚଳରେ କିଛି ଅସାଧୁ ବ୍ୟବସାୟୀ ରିତିମତ ନକଲି ଚା ବ୍ୟବସାୟ ଚଳାଇ ଆସୁଛନ୍ତି । ଏହାର ଚେର କେଉଁ କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ଅଧିକ ତଦନ୍ତ ଜାରି ରହିଛି ।
The post ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା କାରଖାନା, ଚଢାଉ କଲା ପୋଲିସ୍ appeared first on KNews Odisha.