ପଲସର ବାଇକ୍‌କୁ ରାସ୍ତା ଉପରେ ଯମ ଭଳି ଜଗି ବସିଥିଲା ହାଇଓ୍ଵା, କ୍ଷଣିକରେ ଉଜାଡ଼ି ଦେଲା ଜୀବନ

ଢେଙ୍କାନାଳ: ଭୟଙ୍କର ଦୁର୍ଘଟଣା । ଚାହୁଁ ଚାହୁଁ ଲିଭିଗଲା ଚାରି ଚାରିଟି ଜୀବନ । ଗୋଟିଏ ବାଇକରେ ଯାଉଥିଲେ ଚାରି ଜଣ । ସାମନାରୁ ଧକ୍କା ଦେଲା ହାଇଓ୍ଵା । ଛିଟିକି ପଡ଼ିଲେ ବାଇକରେ ବସିଥିବା କେହି ବି ବଞ୍ଚି ପାରିଲେନି ।ଏଭଳି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯିଏ ଦେଖିବ ତା’ ଛାତି […] The post ପଲସର ବାଇକ୍‌କୁ ରାସ୍ତା ଉପରେ ଯମ ଭଳି ଜଗି ବସିଥିଲା ହାଇଓ୍ଵା, କ୍ଷଣିକରେ ଉଜାଡ଼ି ଦେଲା ଜୀବନ appeared first on KNews Odisha.

ପଲସର ବାଇକ୍‌କୁ ରାସ୍ତା ଉପରେ ଯମ ଭଳି ଜଗି ବସିଥିଲା ହାଇଓ୍ଵା, କ୍ଷଣିକରେ ଉଜାଡ଼ି ଦେଲା ଜୀବନ
Hyva-Truck-hits-bike

ଢେଙ୍କାନାଳ: ଭୟଙ୍କର ଦୁର୍ଘଟଣା । ଚାହୁଁ ଚାହୁଁ ଲିଭିଗଲା ଚାରି ଚାରିଟି ଜୀବନ । ଗୋଟିଏ ବାଇକରେ ଯାଉଥିଲେ ଚାରି ଜଣ । ସାମନାରୁ ଧକ୍କା ଦେଲା ହାଇଓ୍ଵା । ଛିଟିକି ପଡ଼ିଲେ ବାଇକରେ ବସିଥିବା କେହି ବି ବଞ୍ଚି ପାରିଲେନି ।ଏଭଳି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯିଏ ଦେଖିବ ତା’ ଛାତି ଥରିଯିବ । ଲୋମ ଟାଙ୍କୁରି ମଧ୍ୟ ଉଠିବ । ଏଭଳି ଦୁର୍ଘଟଣାକୁ ଦେଖି କେହି ବି ଥୟ ଧରି ପାରୁନାହାଁନ୍ତି । ଦୁଇ ଦୁଇଟି ପରିବାରରେ ମୃତ୍ୟୁର ଯନ୍ତ୍ରଣା । ଖାଲି ପରିବାର ନୁହେଁ ଗାଁ ସାରା ସମସ୍ତଙ୍କ ଆଖିରେ ଲୁହ ।

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ଭାଇ, ଭଉଣୀ ଓ ଭାଣେଜୀ ସହ ଅନ୍ୟ ଜଣେ ବ୍ୟକ୍ତି ପଲସର ବାଇକରେ ଆସୁଥିଲେ । ଏମାନେ ସମସ୍ତେ ଏକ ପଲସରର୍ ବାଇକ୍ ଯୋଗେ ନିକଟସ୍ଥ ବନ୍ଧୁ ଘରକୁ ଯାଉଥିଲେ । ଖୁସିରେ ଯାଉଥିଲେ ବନ୍ଧୁ ଘରେ ସମୟ ବିତାଇବା ପାଇଁ । ହେଲେ କିଏ ଜାଣିଥିଲା କାଳ ଜଗି ରହିଥିଲା ରାସ୍ତ ଉପରେ । ସେଇଠି ଖୁସି ପାଲଟିଯିବ ଦୁଃଖ ବୋଲି । ବନ୍ଧୁଘର ଯିବା ଏମାନଙ୍କ ପାଇଁ କାଳ ପାଲଟିଲା ।

ସାମ୍ନା ପଟୁ ଆସୁଥିବା ହାଇଓ୍ଵା ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହେଲା । ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ଭାଇ ଭଉଣୀଙ୍କର ଜୀବନ ଚାଲିଗଲା । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହେଲେ । ସ୍ଥାନୀୟ ଲୋକେ ଆହତ ଦୁଇଜଣଙ୍କୁ ତୁରନ୍ତ ନିକଟସ୍ଥ ଗଁଦିଆ ଶ୍ରୀରାମ ଚନ୍ଦ୍ର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଦୁର୍ଭାଗ୍ୟକୁ ସେମାନଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କଲେ । କେଇ କ୍ଷଣ ଭିତରେ ଦୁନିଆରୁ ହଜିଗଲା ଚାରି ଚାରିଟି ଜୀବନ । ହାଇଓ୍ଵା ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ନିହଲ ପ୍ରସାଦ ପୋଲିସ ଜବତ କରି ତଦନ୍ତ ଚଳାଇଛି । ମୃତକଙ୍କ ମାନେ ହେଲେ ଖଙ୍କିରା ପଞ୍ଚାୟତର ଫୁଲଝରି ଗାଁର ଗୋବିନ୍ଦ ଦେଓ ଓ ତାଙ୍କ ଭଉଣୀ ସୁମି ଦେଓ । ଆଉ ସୁମିଙ୍କ ସାତ ବର୍ଷର ଝିଅ ପୂର୍ଣ୍ଣିମା ଦେଓ । ଅନ୍ୟ ମୃତକ ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ସନାତନ ସିଂହ । ସେ ଗୋବିନ୍ଦ ଦେଓଙ୍କର ସମ୍ପର୍କୀୟା।

The post ପଲସର ବାଇକ୍‌କୁ ରାସ୍ତା ଉପରେ ଯମ ଭଳି ଜଗି ବସିଥିଲା ହାଇଓ୍ଵା, କ୍ଷଣିକରେ ଉଜାଡ଼ି ଦେଲା ଜୀବନ appeared first on KNews Odisha.