ମାଉଣ୍ଟ ମୀରାକୁ ଆରୋହଣ କରି ନୂଆ କୀର୍ତ୍ତି ହାସଲ କଲେ ମଧୁସ୍ମିତା, ବାପା ମା’ଙ୍କୁ କଲେ ଗର୍ବିତ
ଆଜିର ନାରୀ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ମହିଳାମାନେ । ପାହାଡ଼ ପର୍ବତ ଚଢ଼ିବା ସହଜ ନୁହେଁ କିନ୍ତୁ ଜଣେ ଯୁବତୀ ସବୁ ବାଧାବିଘ୍ନ ପରେ ବି ହାର ନମାନି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛନ୍ତି । ଜଣେ ସଫଳ ପର୍ବତାରୋହୀ ହେବାର ଲକ୍ଷ୍ୟ ରଖି ଉଚ୍ଚତ୍ତମ ପର୍ବତ ଚଢ଼ି ବାପା ମା’ଙ୍କୁ ଗର୍ବିତ କରିଛନ୍ତି ଏହି ଯୁବତୀ […] The post ମାଉଣ୍ଟ ମୀରାକୁ ଆରୋହଣ କରି ନୂଆ କୀର୍ତ୍ତି ହାସଲ କଲେ ମଧୁସ୍ମିତା, ବାପା ମା’ଙ୍କୁ କଲେ ଗର୍ବିତ appeared first on KNews Odisha.

ଆଜିର ନାରୀ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ୍ ନୁହଁନ୍ତି । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ମହିଳାମାନେ । ପାହାଡ଼ ପର୍ବତ ଚଢ଼ିବା ସହଜ ନୁହେଁ କିନ୍ତୁ ଜଣେ ଯୁବତୀ ସବୁ ବାଧାବିଘ୍ନ ପରେ ବି ହାର ନମାନି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛନ୍ତି । ଜଣେ ସଫଳ ପର୍ବତାରୋହୀ ହେବାର ଲକ୍ଷ୍ୟ ରଖି ଉଚ୍ଚତ୍ତମ ପର୍ବତ ଚଢ଼ି ବାପା ମା’ଙ୍କୁ ଗର୍ବିତ କରିଛନ୍ତି ଏହି ଯୁବତୀ ।
ବ୍ରହ୍ମପୁର ଗୋଷାଣି ନୂଆଗାଁ ନିବାସୀ ତଥା ପର୍ବତାରୋହୀ ମଧୁସ୍ମିତା ପାତ୍ର । ସାଧାରଣ ଯୁବତୀମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେଉଛନ୍ତି ମଧୁସ୍ମିତା । କାହିଁକି ନା ତାଙ୍କ ସ୍ବପ୍ନ ସବୁଠୁ ନିଆରା । ଘର କୋଣରେ ନବସି ସାରା ଦୁନିଆରେ ନିଜ ପ୍ରତିଭା ଦେଖାଇବାର ସ୍ବପ୍ନ ତାଙ୍କୁ ରାତିରେ ଶୁଆଇ ଦେଉନି । ମଧୁସ୍ମିତା ନିକଟରେ ନେପାଳର ୬ ହଜାର ୪୭୬ ମିଟର ମାଉଣ୍ଟ ମୀରାକୁ ଆରୋହଣ କରି ନୂଆ କୀର୍ତ୍ତି ହାସଲ କରିଛନ୍ତି । ଏନେଇ ତାଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରେ ସମ୍ବର୍ଦ୍ଧନା ଦିଆଯାଇଛି ।
ଗତ ଏପ୍ରିଲ ମାସ ୧୯ ତାରିଖରେ କାଠମାଣ୍ଡୁରୁ ତାଙ୍କ ଯାତ୍ରା ଆରମ୍ଭ କରି ଦୈନିକ ପ୍ରାୟ ୫ରୁ ୭ ଘଣ୍ଟା ପର୍ବତ ଆରୋହଣ କରିଥିଲେ ମଧୁସ୍ମିତା । ପରେ ୨୭ ତାରିଖରେ ବେସ୍ କ୍ୟାମ୍ପ ଏବଂ ୨୮ ତାରିଖରେ ଆଡଭାନ୍ସ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ଶେଷରେ ୨୯ ତାରିଖ ସକାଳ ୯ଟା ୪୫ରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ତ୍ରିରଙ୍ଗା ଉଡ଼ାଇଥିଲେ । ଯାହାକୁ ନେଇ ବିଭିନ୍ନ ମହଲରେ ପର୍ବତାରୋହୀ ମଧୁସ୍ମିତାଙ୍କୁ ପ୍ରଶଂସା କରାଯାଉଛି । ମଧୁସ୍ମିତା ବ୍ରହ୍ମପୁର ଫେରିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।
ମହିଳା ମାନେ ଆଉ ଅବଳା କି ଦୁର୍ବଳା ନୁହନ୍ତି । ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ଆଜିର ମହିଳା ଅସମର୍ଥ ନୁହନ୍ତି । ମଧୁସ୍ମିତାଙ୍କ ଏଭଳି ନିଆରା ପଦକ୍ଷେପ ଅନ୍ୟ ମହିଳାଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ ।
Also Read:କିଲିମାଂଜୋରୋ ଶୃଙ୍ଗ ଆରୋହଣ କରି ରେକର୍ଡ଼ କଲେ ଓଡ଼ିଆ ଦମ୍ପତି ସୗଭାଗ୍ୟ ଓ ସାଗରିକା
The post ମାଉଣ୍ଟ ମୀରାକୁ ଆରୋହଣ କରି ନୂଆ କୀର୍ତ୍ତି ହାସଲ କଲେ ମଧୁସ୍ମିତା, ବାପା ମା’ଙ୍କୁ କଲେ ଗର୍ବିତ appeared first on KNews Odisha.