ବିଶ୍ୱନାଥପୁର ବନାଞ୍ଚଳରେ ସ୍ଥିତି ସଂଗୀନ : ହୁହୁ ହୋଇ ଜଳୁଛି ଜଙ୍ଗଲ, ବଢୁଛି ତାତି : ବନବିଭାଗ ନିରବଦ୍ରଷ୍ଟା

କଳାହାଣ୍ଡି,୦୩।୦୪-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ସପ୍ତାହେ ହେଲା ନିଆଁ ଲାଗି ବ୍ୟାପକ ଜଙ୍ଗଲ ଜଳି ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ବ୍ଲକ ଅଞ୍ଚଳରେ ଆଶାତୀତ ଭାବେ ଉତ୍ତାପ ବୃଦ୍ଧି ପାଉଛି। ଏପରିକି ଅଞ୍ଚଳରେ ଦିନକୁ ଦିନ ଉତ୍ତାପ ବୃଦ୍ଧିପାଇବା ସହିତ ପ୍ରବଳ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବ୍ଲକ ଅଞ୍ଚଳରେ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷରୋପଣ […] The post ବିଶ୍ୱନାଥପୁର ବନାଞ୍ଚଳରେ ସ୍ଥିତି ସଂଗୀନ : ହୁହୁ ହୋଇ ଜଳୁଛି ଜଙ୍ଗଲ, ବଢୁଛି ତାତି : ବନବିଭାଗ ନିରବଦ୍ରଷ୍ଟା appeared first on Odisha.News.

ବିଶ୍ୱନାଥପୁର ବନାଞ୍ଚଳରେ ସ୍ଥିତି ସଂଗୀନ : ହୁହୁ ହୋଇ ଜଳୁଛି ଜଙ୍ଗଲ, ବଢୁଛି ତାତି : ବନବିଭାଗ ନିରବଦ୍ରଷ୍ଟା

କଳାହାଣ୍ଡି,୦୩।୦୪-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ସପ୍ତାହେ ହେଲା ନିଆଁ ଲାଗି ବ୍ୟାପକ ଜଙ୍ଗଲ ଜଳି ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ବ୍ଲକ ଅଞ୍ଚଳରେ ଆଶାତୀତ ଭାବେ ଉତ୍ତାପ ବୃଦ୍ଧି ପାଉଛି। ଏପରିକି ଅଞ୍ଚଳରେ ଦିନକୁ ଦିନ ଉତ୍ତାପ ବୃଦ୍ଧିପାଇବା ସହିତ ପ୍ରବଳ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବ୍ଲକ ଅଞ୍ଚଳରେ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷରୋପଣ କରାଯାଉଛି ସତ କିନ୍ତୁ ନୂତନ ଜଙ୍ଗଲ ସୃଷ୍ଟି ହେବା ଦେଖା ଯାଉନାହିଁ। ବନୀକରଣ ଯୋଜନାଗୁଡିକରେ ମାତ୍ରାଧିକ ହରିଲୁଟ ହେଉଥିବାବେଳେ ଏଥିରେ ବନବିଭାଗର ତଳୁ ଉପର ଯାଏଁ ସମସ୍ତେ ସାମିଲ ଥିବା ଅଭିଯୋଗ ହେଉଛି। ଏପରି ଭାବେ ଜିଲ୍ଲାର ଏକାଧିକ ଫରେଷ୍ଟର, ରେଞ୍ଜର, ଫରେଷ୍ଟ ଗାର୍ଡ ଭିଜିଲାନ୍ସ ଜାଲରେ ପଡ଼ି ସାରିଥିବାବେଳେ ଲୋକାୟୁକ୍ତଙ୍କ ଅଦାଲତରେ ମଧ୍ୟ ଦଣ୍ଡିତ ହୋଇସାରିଛନ୍ତି। ଏହାସତ୍ୱେ ପରିସ୍ଥିତିରେ ସୁଧାର ଆସିନାହିଁ। ସେହିପରି ବନାଗ୍ନି ରୋକିବାକୁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଓ ସଭା, ସମିତି, ପୋଷ୍ଟର, ବ୍ୟାନର, ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଜନ ସଚେତନତା ପାଇଁ ବନାଞ୍ଚଳର ବିଭିନ୍ନ ସେକ୍ସନ ଓ ବିଟକୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା କାଗଜପତ୍ରରେ ଖର୍ଚ୍ଚ ଦେଖାଇ ହଡ଼ପ କରିଦେଉଥିବା ଯୋଗୁଁ ବନବିଭାଗର ଉଦେଶ୍ୟ ପୂରଣ ହୋଇପାରୁନି। ଏଣୁ ବିଶ୍ୱନାଥପୁର ବନାଞ୍ଚଳକୁ ଆସୁଥିବା ବିଭିନ୍ନ ଯୋଜନା ଓ ଆର୍ଥିକ ଅନୁଦାନର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି। ଏ ସମ୍ପର୍କରେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ତଥା ଏସିଏଫ ନରୋତ୍ତମ ମାଝୀଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇପାରିନାହିଁ।

The post ବିଶ୍ୱନାଥପୁର ବନାଞ୍ଚଳରେ ସ୍ଥିତି ସଂଗୀନ : ହୁହୁ ହୋଇ ଜଳୁଛି ଜଙ୍ଗଲ, ବଢୁଛି ତାତି : ବନବିଭାଗ ନିରବଦ୍ରଷ୍ଟା appeared first on Odisha.News.