ହାଟଡିହି ବିଡ଼ିଓ ଙ୍କ ମାନବିକତା। ସଡକ ଦୁର୍ଘଟଣାରେ ଦୁଇ ଗୁରୁତର କଲେ ସାହାଯ୍ୟ।
ହାଟଡିହି ଆଜି ସନ୍ଧ୍ୟା ସମୟରେ ଦୁଇ ଯୁବକ ଆନନ୍ଦପୁର – ଭଦ୍ରକ ରୋଡ ଯାଉଥିବା ବେଳେ ବଞ୍ଚୋ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶିକାର ହୋଇଥିଲେ। ସେହି ସମୟରେ ହାଟଡିହି ବ୍ଲକ ବିଡ଼ିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ ଆନନ୍ଦପୁର ରୁ ହାଟଡିହି ବ୍ଲକ କାର୍ଯ୍ୟାଳୟ କୁ ଫେରୁଥିବା ବେଳେ ଆଖି ସାମ୍ନା ରେ ଏଭଳି ଏକ ଲୋମ ଟାଙ୍ଗୁରା ସଡ଼କ ଦୁର୍ଘଟଣା ରେ ନିଜେ ଗାଡ଼ି ରୁ ଓହ୍ଲାଇ ଅବିଳମ୍ବେ ପୋଲିସ ବିଭାଗ, ଓ ଆମ୍ବୁଲାନ୍ସ […] The post ହାଟଡିହି ବିଡ଼ିଓ ଙ୍କ ମାନବିକତା। ସଡକ ଦୁର୍ଘଟଣାରେ ଦୁଇ ଗୁରୁତର କଲେ ସାହାଯ୍ୟ। appeared first on Odisha.News.

ହାଟଡିହି ଆଜି ସନ୍ଧ୍ୟା ସମୟରେ ଦୁଇ ଯୁବକ ଆନନ୍ଦପୁର – ଭଦ୍ରକ ରୋଡ ଯାଉଥିବା ବେଳେ ବଞ୍ଚୋ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶିକାର ହୋଇଥିଲେ। ସେହି ସମୟରେ ହାଟଡିହି ବ୍ଲକ ବିଡ଼ିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ ଆନନ୍ଦପୁର ରୁ ହାଟଡିହି ବ୍ଲକ କାର୍ଯ୍ୟାଳୟ କୁ ଫେରୁଥିବା ବେଳେ ଆଖି ସାମ୍ନା ରେ ଏଭଳି ଏକ ଲୋମ ଟାଙ୍ଗୁରା ସଡ଼କ ଦୁର୍ଘଟଣା ରେ ନିଜେ ଗାଡ଼ି ରୁ ଓହ୍ଲାଇ ଅବିଳମ୍ବେ ପୋଲିସ ବିଭାଗ, ଓ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଯାହା ଫଳରେ ଆମ୍ବୁଲାନ୍ସ ଓ ପୋଲିସ ଗାଡ଼ି ରେ ନିଜେ ଦୁଇ ଯୁବକ ଙ୍କୁ ଭର୍ତ୍ତି କରି ମେଡିକାଲ ପଠାଇବାର ବ୍ୟବସ୍ଥା କରିଥିଲେ। ଯାହାକୁ କି ଲୋକେ ଭାବୁଥିଲେ ଦୁର୍ଘଟଣା ଗ୍ରସ୍ଥ ଲୋକ ଙ୍କ ର କେହି ପରିଚୟ ଲୋକ ପ୍ରାୟ ଏପରି ସାହାଯ୍ୟ କରୁଛନ୍ତି। ଅନ୍ଧାରିଆ ରାସ୍ତା ରେ ଲୋକଙ୍କ ଗହଳି ମଧ୍ୟରେ ଶେଷରେ ଲୋକ ଦେଖିଥିଲେ ଯେ ହାଟଡିହି ମଣ୍ଡଳ ଅଧିକାରୀ ଦୁର୍ଘଟଣା ଗ୍ରସ୍ଥ ଲୋକଙ୍କୁ ନିଜର ପରିଜନ ପରି। ମାନବିକତା ଦେଖାଇଥିଲେ। ଯାହାକୁ ବଞ୍ଚୋ ଅଞ୍ଚଳ ର ଏହି ଘଟଣା କୁ ଦେଖି ଥିବା ଲୋକେ ବିଡ଼ିଓ ସୌମ୍ୟା ଶ୍ରୀ ପାଣିଗ୍ରାହୀ ଙ୍କୁ ଧନ୍ୟବାଦ ନଦେଇ ରହିପାରି ନଥିଲେ।
The post ହାଟଡିହି ବିଡ଼ିଓ ଙ୍କ ମାନବିକତା। ସଡକ ଦୁର୍ଘଟଣାରେ ଦୁଇ ଗୁରୁତର କଲେ ସାହାଯ୍ୟ। appeared first on Odisha.News.