ନିଜ ଆଡୁ ଫେରାନ୍ତୁ ରାଶନ କାର୍ଡ, ଯୋଗାଣ ମନ୍ତ୍ରୀ କହିଲେ ସରକାର ଏବେ…
ଭୁବନେଶ୍ୱର,୨ା୩: ନିଜ ଆଡୁ ରାଶନ କାର୍ଡ ଫେରାଇବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିବେଦନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାଇ ଦିଅନ୍ତୁ। ସେହିପରି ସହରାଞ୍ଚଳରେ ୧୫ ହଜାର ଟଙ୍କା ମାସିକ ଆୟ ଥିଲେ କାର୍ଡ ଫେରାଇ ଦିଅନ୍ତୁ। ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେବେନି, ଫେରାଇ ଦିଅନ୍ତୁ। ଆସନ୍ତାକାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି। ପୂର୍ବରୁ […] The post ନିଜ ଆଡୁ ଫେରାନ୍ତୁ ରାଶନ କାର୍ଡ, ଯୋଗାଣ ମନ୍ତ୍ରୀ କହିଲେ ସରକାର ଏବେ… appeared first on Dharitri Odia News.
ଭୁବନେଶ୍ୱର,୨ା୩: ନିଜ ଆଡୁ ରାଶନ କାର୍ଡ ଫେରାଇବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିବେଦନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାଇ ଦିଅନ୍ତୁ। ସେହିପରି ସହରାଞ୍ଚଳରେ ୧୫ ହଜାର ଟଙ୍କା ମାସିକ ଆୟ ଥିଲେ କାର୍ଡ ଫେରାଇ ଦିଅନ୍ତୁ। ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେବେନି, ଫେରାଇ ଦିଅନ୍ତୁ। ଆସନ୍ତାକାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି। ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାଶନ କାର୍ଡ ଅପେକ୍ଷାରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ୧୨ ହଜାର କାର୍ଡ। ସାଢ଼େ ୪ ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
The post ନିଜ ଆଡୁ ଫେରାନ୍ତୁ ରାଶନ କାର୍ଡ, ଯୋଗାଣ ମନ୍ତ୍ରୀ କହିଲେ ସରକାର ଏବେ… appeared first on Dharitri Odia News.