ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ: ଚାଲିଗଲା ଡ୍ରାଇଭରଙ୍କ ଜୀବନ
ବଣାଇଁ, ୨୨।୪ (ପ୍ରଦୀପ ତ୍ରିପାଠୀ): ବଣାଇଁ ଥାନା ଅନ୍ତର୍ଗତ ଜକୈକଳା ଗ୍ରାମ ମୁଣ୍ଡରେ ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହେବା ପରେ ଗାଡ଼ିଟି ଓଲଟି ପଡ଼ିବା କାରଣରୁ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହୁଲଡିଆ ଗ୍ରାମର ମୁରଲୀ ଧର ସାହୁ (ପିଙ୍କୁ) OD07R-0455 ନଂ ବୋଲେରୋ ଗାଡ଼ିରେ ବଣାଇଁ ଚୈତ୍ରମେଳା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ବୋଲେରୋଟି ଭାରସାମ୍ୟ ହରାଇ ଜକୈକଳା ନିକଟରେ ରାସ୍ତା କଡ ଏକ […] The post ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ: ଚାଲିଗଲା ଡ୍ରାଇଭରଙ୍କ ଜୀବନ appeared first on Dharitri Odia News.
ବଣାଇଁ, ୨୨।୪ (ପ୍ରଦୀପ ତ୍ରିପାଠୀ): ବଣାଇଁ ଥାନା ଅନ୍ତର୍ଗତ ଜକୈକଳା ଗ୍ରାମ ମୁଣ୍ଡରେ ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହେବା ପରେ ଗାଡ଼ିଟି ଓଲଟି ପଡ଼ିବା କାରଣରୁ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ମହୁଲଡିଆ ଗ୍ରାମର ମୁରଲୀ ଧର ସାହୁ (ପିଙ୍କୁ) OD07R-0455 ନଂ ବୋଲେରୋ ଗାଡ଼ିରେ ବଣାଇଁ ଚୈତ୍ରମେଳା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ବୋଲେରୋଟି ଭାରସାମ୍ୟ ହରାଇ ଜକୈକଳା ନିକଟରେ ରାସ୍ତା କଡ ଏକ ଗଛରେ ପ୍ରଥମେ ବାଡେଇ ହୋଇ ଓଲଟି ପଡିଥିଲା। ସେହି ରାସ୍ତାରେ ଯାଉଥିବା ଲୋକେ ଓ ସ୍ଥାନୀୟ ଲୋକେ ଭୟଙ୍କର ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ତେଣୁ ଗାଡ଼ିରେ ଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଥମେ ଗାଡ଼ିକୁ ସିଧା କରିଥିଲେ ଓ ବହୁତ୍ କଷ୍ଟରେ ଗାଡ଼ିରେ ଚାପି ହୋଇ ରହିଥିବା ଚାଳକଙ୍କୁ ବାହାର କରିବା ସହିତ ବଣାଇଁ ପୋଲିସ ଓ ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚିବା ପରେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା l ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ଗାଡ଼ିକୁ ସିଜ କରିବା ସହିତ ଘଟଣାର ତଦନ୍ତ କରୁ ଥିବା ଜଣାପଡ଼ିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।
The post ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ: ଚାଲିଗଲା ଡ୍ରାଇଭରଙ୍କ ଜୀବନ appeared first on Dharitri Odia News.