ଭୁଲ କକ୍ଷକୁ ଚାଲିଗଲା ସ୍ପେସ-ଏକ୍ସ ରକେଟ୍, ପୃଥିବୀକୁ ଖସିବ ୨୦ ଉପଗ୍ରହ
କାଲିଫର୍ଣ୍ଣିୟା ୧୪।୭: ଆମେରିକା କାଲିଫର୍ଣ୍ଣିୟାରୁ ଗତ ଗୁରୁବାର ସ୍ପେସ୍-ଏକ୍ସର ଫାଲକନ-୯ ରକେଟ ଦ୍ୱାରା ଲଞ୍ଚ କରାଯାଇଥିବା ୨୦ ଉପଗ୍ରହ ପୃଥିବୀକୁ ଖସୁଛି। ମସ୍କଙ୍କ କମ୍ପାନୀ ଏହି ସୂଚନା ଦେଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ରକେଟ ଲଞ୍ଚିଂ କାଳରେ ବୈଷୟିକ ସମସ୍ୟା ଉପୁଜିଥିଲା। ଏଣୁ ରକେଟ ପୃଥିବୀର ନିମ୍ନ କକ୍ଷରୁ ବହୁତ ତଳେ ସ୍ଥାପିତ ହୋଇଯାଇଥିଲା। କମ୍ପାନୀ ଏହା ବି କହିଛି ଯେ ସବୁଠୁ ନିମ୍ନ ବିନ୍ଦୁରୁ ରକେଟକୁ ଉପରକୁ ଉଠାଇବାକୁ ଚେଷ୍ଟା କରାଯାଇଥିଲା। ହେଲେ ଏହା ସମ୍ଭବ ହୋଇନଥିଲା। ଲଞ୍ଚିଂ କାଳରେ ରକେଟର ଦ୍ୱିତୀୟ ପର୍ଯ୍ୟାୟ ଇଞ୍ଜିନ ଠିକରେ କାମ କରିନଥିଲା। ଏହି ସମୟରେ ଇଞ୍ଜିନରୁ ତରଳ ଅକ୍ସିଜେନ ଲିକ୍ ହୋଇଥିଲା। ଫଳରେ ରକେଟ ପୃଥିବୀର ନିମ୍ନ କକ୍ଷରେ ସ୍ଥାପିତ ହୋଇଯାଇଥିଲା। ସ୍ପେସ୍-ଏକ୍ସ କହିଛି ଯେ ତାଙ୍କ ଟିମ୍ ୧୦ଟି ଉପଗ୍ରହ ସହ ସମ୍ପର୍କ କରିଛି। ସେଗୁଡିକର ଆୟନ ଥ୍ରଷ୍ଟର ଉପଯୋଗ କରି କକ୍ଷ ବଢାଇବାକୁ ଉଦ୍ୟମ କରାଯାଇଥିଲା। ତେବେ ସେ ଗୁଡିକ ପୃଥିବୀ ପୃଷ୍ଟରୁ ମାତ୍ର ୧୩୫ କିଲୋମିଟର ଉପରେ ଅଛନ୍ତି। ତେବେ ସ୍ପେସ୍-ଏକ୍ସ ଆଶ୍ୱସ୍ତ କରିଛି ଯେ ଉପଗ୍ରହ ଗୁଡିକ ପୁଣି ଥରେ ପୃଥିବୀ ବାୟୁମଣ୍ଡଳକୁ ପ୍ରବେଶ କଲେ କକ୍ଷରେ ଥିବା ଅନ୍ୟ ଉପଗ୍ରହ ଅଥବା ସାର୍ବଜନିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ନାହିଁ। ଏଲନ ମସ୍କ ମଧ୍ୟ ସ୍ପେସ୍-ଏକ୍ସ ଦ୍ୱାରା କରାଯାଇଥିବା ପୋଷ୍ଟରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହ
କାଲିଫର୍ଣ୍ଣିୟା ୧୪।୭: ଆମେରିକା କାଲିଫର୍ଣ୍ଣିୟାରୁ ଗତ ଗୁରୁବାର ସ୍ପେସ୍-ଏକ୍ସର ଫାଲକନ-୯ ରକେଟ ଦ୍ୱାରା ଲଞ୍ଚ କରାଯାଇଥିବା ୨୦ ଉପଗ୍ରହ ପୃଥିବୀକୁ ଖସୁଛି। ମସ୍କଙ୍କ କମ୍ପାନୀ ଏହି ସୂଚନା ଦେଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ରକେଟ ଲଞ୍ଚିଂ କାଳରେ ବୈଷୟିକ ସମସ୍ୟା ଉପୁଜିଥିଲା। ଏଣୁ ରକେଟ ପୃଥିବୀର ନିମ୍ନ କକ୍ଷରୁ ବହୁତ ତଳେ ସ୍ଥାପିତ ହୋଇଯାଇଥିଲା। କମ୍ପାନୀ ଏହା ବି କହିଛି ଯେ ସବୁଠୁ ନିମ୍ନ ବିନ୍ଦୁରୁ ରକେଟକୁ ଉପରକୁ ଉଠାଇବାକୁ ଚେଷ୍ଟା କରାଯାଇଥିଲା। ହେଲେ ଏହା ସମ୍ଭବ ହୋଇନଥିଲା।
ଲଞ୍ଚିଂ କାଳରେ ରକେଟର ଦ୍ୱିତୀୟ ପର୍ଯ୍ୟାୟ ଇଞ୍ଜିନ ଠିକରେ କାମ କରିନଥିଲା। ଏହି ସମୟରେ ଇଞ୍ଜିନରୁ ତରଳ ଅକ୍ସିଜେନ ଲିକ୍ ହୋଇଥିଲା। ଫଳରେ ରକେଟ ପୃଥିବୀର ନିମ୍ନ କକ୍ଷରେ ସ୍ଥାପିତ ହୋଇଯାଇଥିଲା। ସ୍ପେସ୍-ଏକ୍ସ କହିଛି ଯେ ତାଙ୍କ ଟିମ୍ ୧୦ଟି ଉପଗ୍ରହ ସହ ସମ୍ପର୍କ କରିଛି। ସେଗୁଡିକର ଆୟନ ଥ୍ରଷ୍ଟର ଉପଯୋଗ କରି କକ୍ଷ ବଢାଇବାକୁ ଉଦ୍ୟମ କରାଯାଇଥିଲା। ତେବେ ସେ ଗୁଡିକ ପୃଥିବୀ ପୃଷ୍ଟରୁ ମାତ୍ର ୧୩୫ କିଲୋମିଟର ଉପରେ ଅଛନ୍ତି।
ତେବେ ସ୍ପେସ୍-ଏକ୍ସ ଆଶ୍ୱସ୍ତ କରିଛି ଯେ ଉପଗ୍ରହ ଗୁଡିକ ପୁଣି ଥରେ ପୃଥିବୀ ବାୟୁମଣ୍ଡଳକୁ ପ୍ରବେଶ କଲେ କକ୍ଷରେ ଥିବା ଅନ୍ୟ ଉପଗ୍ରହ ଅଥବା ସାର୍ବଜନିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ନାହିଁ। ଏଲନ ମସ୍କ ମଧ୍ୟ ସ୍ପେସ୍-ଏକ୍ସ ଦ୍ୱାରା କରାଯାଇଥିବା ପୋଷ୍ଟରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଆୟନ ଥ୍ରଷ୍ଟର୍ସକୁ ୱାର୍ପ-୯ ସମକକ୍ଷ କରିବା ପାଇଁ ସାଟେଲାଇଟ ସଫ୍ଟୱେରକୁ ଅପଡେଟ କରିଛୁ। ହୁଏତ ଏହା କାମ କରି ନପାରେ। ତଥାପି ଆମେ ଉଦ୍ୟମ କରୁଛୁ।