ଦିଲ୍ଲୀ ଚାଣକ୍ୟପୁରୀରେ ଅଘଟଣ, ଛାତରୁ ଡେଇଁପଡିଲେ IFS ଅଧିକାରୀ
ନୂଆଦିଲ୍ଲୀ ୦୭।୦୩; ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା। ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କଲେ ଆଇଏଫଏସ୍ ଅଫିସର । ବର୍ତ୍ତମାନ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏନେଇ ଫୋରେନସିକ୍ ଟିମ୍କୁ ଡକାଯାଇଛି। ସୂଚନା ଅନୁଯାୟୀ, ମୃତ IFS ଅଧିକାରୀଙ୍କ ନାମ ଜିତେନ୍ଦ୍ର ରାୱତ। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତରେ ବ୍ୟସ୍ତ ଅଛି।An IFS (Indian Foreign Service) Officer died by suicide by jumping off a building in Chanakyapuri area: Delhi PoliceDetails awaited.— ANI (@ANI) March 7, 2025କୁହାଯାଉଛି ଯେ ଅଧିକାରୀ ଜଣକ ବହୁତ ଦିନ ଧରି ସମସ୍ୟାରେ ଥିଲେ। ଦିଲ୍ଲୀ ପୋଲିସ ସୋମବାର କହିଛି ଯେ ଚାଣକ୍ୟପୁରୀ ଅଞ୍ଚଳରେ ଏକ ବହୁ ଉଚ୍ଚତା ଥିବା ବିଲ୍ଡିରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସମ୍ପର୍କରେ ଏକ ଫୋନ୍ ଆସିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣାପଡିଲା ଯେ ସେ ଭାରତୀୟ ବୈଦେଶିକ ସେବାର ଜଣେ ଅଧିକାରୀ।ଆପଣଙ୍କୁ କହି ରଖୁଛୁ ଯେ ଜିତେନ୍ଦ୍ର ରାୱତ ଚାଣକ୍ୟପୁରୀର MAEA ରେସିଡେଣ୍ଟାଲ ସୋସାଇଟିର ପ୍ରଥମ ମହଲାରେ ରହୁଥିଲେ। ଘଟଣା ସମୟରେ ତାଙ୍କ ମାଆ ଘରେ ଥିଲେ। ତାଙ୍କର ସ୍ତ୍ରୀ ଏବଂ ଦୁଇଟି ପିଲା ଅଛନ୍ତି । ଯେଉଁମାନେ ଡେରାଡୁନ୍ରେ ରୁହନ୍ତି।
ନୂଆଦିଲ୍ଲୀ ୦୭।୦୩; ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା। ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କଲେ ଆଇଏଫଏସ୍ ଅଫିସର । ବର୍ତ୍ତମାନ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏନେଇ ଫୋରେନସିକ୍ ଟିମ୍କୁ ଡକାଯାଇଛି। ସୂଚନା ଅନୁଯାୟୀ, ମୃତ IFS ଅଧିକାରୀଙ୍କ ନାମ ଜିତେନ୍ଦ୍ର ରାୱତ। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତରେ ବ୍ୟସ୍ତ ଅଛି।
An IFS (Indian Foreign Service) Officer died by suicide by jumping off a building in Chanakyapuri area: Delhi Police
Details awaited.— ANI (@ANI) March 7, 2025
କୁହାଯାଉଛି ଯେ ଅଧିକାରୀ ଜଣକ ବହୁତ ଦିନ ଧରି ସମସ୍ୟାରେ ଥିଲେ। ଦିଲ୍ଲୀ ପୋଲିସ ସୋମବାର କହିଛି ଯେ ଚାଣକ୍ୟପୁରୀ ଅଞ୍ଚଳରେ ଏକ ବହୁ ଉଚ୍ଚତା ଥିବା ବିଲ୍ଡିରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସମ୍ପର୍କରେ ଏକ ଫୋନ୍ ଆସିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣାପଡିଲା ଯେ ସେ ଭାରତୀୟ ବୈଦେଶିକ ସେବାର ଜଣେ ଅଧିକାରୀ।
ଆପଣଙ୍କୁ କହି ରଖୁଛୁ ଯେ ଜିତେନ୍ଦ୍ର ରାୱତ ଚାଣକ୍ୟପୁରୀର MAEA ରେସିଡେଣ୍ଟାଲ ସୋସାଇଟିର ପ୍ରଥମ ମହଲାରେ ରହୁଥିଲେ। ଘଟଣା ସମୟରେ ତାଙ୍କ ମାଆ ଘରେ ଥିଲେ। ତାଙ୍କର ସ୍ତ୍ରୀ ଏବଂ ଦୁଇଟି ପିଲା ଅଛନ୍ତି । ଯେଉଁମାନେ ଡେରାଡୁନ୍ରେ ରୁହନ୍ତି।