ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ
ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି ଅନୁଗୋଳରେ ମହିଳା ପ୍ରାର୍ଥୀ ଦେଇ ନ ଥିଲା। ହେଲେ ଚଳିତ ନିର୍ବାଚନରେ ଦଳ ଏକ ଭିନ୍ନ ରଣନୀତି ଆପଣାଇବା ସହ ଅନୁଗୋଳରେ ଗୋଳିଆ ଧରିଥିବା ରାଜନୀତିକୁ ସଫା କରିବାର ପ୍ରୟାସ କରିଛି। ଦଳ ଏଠାରେ ଲଗାତର ୪ଥରର ବିଧାୟକ ରଜନୀକାନ୍ତ ସିଂହଙ୍କୁ ଟିକେଟ ନ ଦେଇ ତାଙ୍କ ସ୍ତ୍ରୀ ସଂଯୁକ୍ତା […] The post ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ appeared first on Dharitri Odia News.
ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି ଅନୁଗୋଳରେ ମହିଳା ପ୍ରାର୍ଥୀ ଦେଇ ନ ଥିଲା। ହେଲେ ଚଳିତ ନିର୍ବାଚନରେ ଦଳ ଏକ ଭିନ୍ନ ରଣନୀତି ଆପଣାଇବା ସହ ଅନୁଗୋଳରେ ଗୋଳିଆ ଧରିଥିବା ରାଜନୀତିକୁ ସଫା କରିବାର ପ୍ରୟାସ କରିଛି। ଦଳ ଏଠାରେ ଲଗାତର ୪ଥରର ବିଧାୟକ ରଜନୀକାନ୍ତ ସିଂହଙ୍କୁ ଟିକେଟ ନ ଦେଇ ତାଙ୍କ ସ୍ତ୍ରୀ ସଂଯୁକ୍ତା ସିଂହଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଫଳରେ ରଜନୀକାନ୍ତଙ୍କୁ ବଦଳାଇବା ପାଇଁ ନିର୍ବାଚନମଣ୍ଡଳୀରେ ଉଠୁଥିବା ସ୍ବରକୁ ସମ୍ମାନ ଦେବା ସହ ରଜନୀକାନ୍ତ ଓ ତାଙ୍କ ସମର୍ଥକମାନଙ୍କୁ ମଧ୍ୟ ନିରାଶ କରି ନ ଥିବା ଆଲୋଚନା ହେଉଛି।
ଅନୁଗୋଳ ନିର୍ବାଚନମଣ୍ଡଳୀରେ ୨୦୦୦ ମସିହାରେ ବିଜେଡିର ପ୍ରଥମ ପ୍ରାର୍ଥୀ ଥିଲେ ଅଦ୍ୱୈତ ପ୍ରସାଦ ସିଂହ। ତାଙ୍କ ପରେ ପୁଅ ରଜନୀକାନ୍ତ ୨୦୦୪ରୁ ଲଗାତର ୪ଥର ବିଧାୟକ ନିର୍ବାଚିତ ହୋଇଆସିଛନ୍ତି। ହେଲେ ୨୦୨୪ ନିର୍ବାଚନ ପାଇଁ ଏଠାରେ ପ୍ରାର୍ଥୀ ଘୋଷଣାକୁ ଦଳ ଦୀର୍ଘଦିନ ଧରି ଝୁଲାଇ ରଖିଥିଲା। ଏଥିରୁ ଦଳ କିଛି ଭିନ୍ନ ପନ୍ଥା ଆପଣାଇବାକୁ ଯାଉଥିବା ଚର୍ଚ୍ଚା ହେଉଥିଲା। ତେବେ ୫ମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ବେଳେ ବୁଧବାର ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳରୁ ସଂଯୁକ୍ତା ସିଂହଙ୍କ ନାମ ଘୋଷଣା କରିବା ଉକ୍ତ ଚର୍ଚ୍ଚାକୁ ସତ୍ୟ ସାବ୍ୟସ୍ତ କରିଛି। ମୁଖ୍ୟମନ୍ତ୍ରୀ ଅନୁଗୋଳରୁ ସଂଯୁକ୍ତାଙ୍କ ନାମ ଘୋଷଣା କରିବା ପରେ ରଜନୀକାନ୍ତଙ୍କ ସମର୍ଥକମାନେ ସହରରେ ଆତଶବାଜୀ ଫୁଟାଇ ଏହାକୁ ସ୍ବାଗତ କରିଛନ୍ତି। ସଂଯୁକ୍ତାଙ୍କ ନିକଟକୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଦଳ ତାଙ୍କୁ ପ୍ରାର୍ଥୀ କରିଥିବାରୁ ଏଥିପାଇଁ ସଂଯୁକ୍ତା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଅନୁଗୋଳ ପର୍ଯ୍ୟବେକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷରେ ସଂଯୁକ୍ତାଙ୍କ ପ୍ରାର୍ଥିତ୍ୱକୁ ନେଇ ରଜନୀକାନ୍ତଙ୍କ ବିପକ୍ଷଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ମଧ୍ୟ ପରିବାରବାଦ୍ ରାଜନୀତିକୁ ପୁନଃ ଆପଣାଇଥିବା ସେମାନେ କହିଛନ୍ତି। ତେବେ ଏହି ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ଦଳ କିପରି ବୁଝାଇ ନିର୍ବାଚନକୁ ସମ୍ମୁଖୀନ ହେବ ତାହାକୁ ନେଇ ଅନୁଗୋଳରେ ଚର୍ଚ୍ଚା ଲାଗିରହିଛି।
The post ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ appeared first on Dharitri Odia News.