୪୯ ନମ୍ବର ଏନଏଚରେ ପୃଥକ ପୃଥକ ଦୁର୍ଘଟଣା, ୪ମୃତ
ବାରିପଦା: ମଙ୍ଗଳବାର ପୃଥକ ପୃଥକ ସଡକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି । ୪୯ନଂ ଜାତୀୟରାଜପଥର ବିଶୋଇ ଥାନା ଓ ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଦୁଇଟି ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି । ବିଶୋଇ ଥାନା ନୂଆଗାଁ ଠାରେ ଘଟିଥିବା ଦୁର୍ଘଟଣାରେ ଏକ ମାଲବୋଝେଇ ଟ୍ରକ ଏକ ସ୍କୁଟିକୁ ଧକ୍କା ଦେବାରୁ ୨ସ୍କୁଟି ଆରୋହୀ ମୃତ୍ୟୁ ଘଟିଛି । ଟ୍ରକ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି । ମୃତକ ୨ଜଣ ହେଲେ ନୂଆଗାଁ ଗ୍ରାମର […]

ବାରିପଦା: ମଙ୍ଗଳବାର ପୃଥକ ପୃଥକ ସଡକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି । ୪୯ନଂ ଜାତୀୟରାଜପଥର ବିଶୋଇ ଥାନା ଓ ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଦୁଇଟି ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି ।
ବିଶୋଇ ଥାନା ନୂଆଗାଁ ଠାରେ ଘଟିଥିବା ଦୁର୍ଘଟଣାରେ ଏକ ମାଲବୋଝେଇ ଟ୍ରକ ଏକ ସ୍କୁଟିକୁ ଧକ୍କା ଦେବାରୁ ୨ସ୍କୁଟି ଆରୋହୀ ମୃତ୍ୟୁ ଘଟିଛି । ଟ୍ରକ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି । ମୃତକ ୨ଜଣ ହେଲେ ନୂଆଗାଁ ଗ୍ରାମର ସତ୍ୟବାନ ମହାନ୍ତ(୩୫) ଓ ଯଶୋବନ୍ତ ମହାନ୍ତ(୨୪)। ସ୍କୁଟି ଚାଳକ ସତ୍ୟବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ଯଶୋବନ୍ତଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ ୩ଘଣ୍ଟାରୁ ଅଧିକ ସମୟ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ସେହିପରି ବାଙ୍ଗିରିପୋଷି ବାଇପାସ ଓଭରବ୍ରିଜ ନିକଟରେ ସନ୍ଧ୍ୟାରେ ଏକ ମାଲ ବୋଝେଇ ଟ୍ରକ ଏକ ସ୍କୁଟି ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ସ୍କୁଟି ଆରୋହୀ ୨ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ଚନ୍ଦନପୁର ଗ୍ରାମର ବାବୁଲୁ ବେହେରା ଓ ରବି ବେହେରା। ଉଭୟ ଘଟଣାସ୍ଥଳରେ ଦୁଇଟି ଥାନାର ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ, ବାଇକ ଓ ସ୍କୁଟି ଜବତ କରିଛନ୍ତି। ପୃଥକ ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି।