ରପ୍ତାନୀରେ କମାଲ କଲା ମାରୁତୀ ସୁଜୁକୀ, ୩୭ ବର୍ଷରେ ଦେଶରୁ କରିଛି ରେକର୍ଡ ସଂଖ୍ୟକ କାର ଏକ୍ସପୋର୍ଟ
ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ କାର ନିର୍ମାତା କମ୍ପାନି ମାରୁତି ସୁଜୁକୀ । କମ୍ପାନିର କାର କେବଳ ଭାରତରେ ହିଁ ଚାହିଦା ରହିଛି ତାହା ନୁହେଁ ବିଦେଶରେ ବି ବେଶ୍ ପସନ୍ଦଯୋଗ୍ୟ ହୋଇପାରିଛି । ଏଥିପାଇଁ ତ’ କମ୍ପାନିର ରପ୍ତାନୀ ଚାହିଦା ବଢ଼ିବାରେ ଲାଗିଛି । ଫଳରେ କମ୍ପାନି ୩୭ ବର୍ଷରେ ରପ୍ତାନୀରେ କରିଛି ନୂଆ ରେକର୍ଡ। ଯାହା ମେକ ଇନ ଇଣ୍ଡିଆ ପଦକ୍ଷେପକୁ ମଧ୍ୟ ଏକ ପ୍ରକାର ସଫଳ କରିଛି। ପ୍ରକୃତରେ କମ୍ପାନି ନିକଟରେ ୧,୦୫୩ କାରର ଏକ ବ୍ୟାଚ୍ ରପ୍ତାନୀ କରିଛି। ଆଉ ଏହା ସହ କମ୍ପାନି ୧୯୮୭ରୁ ଆଜି ପର୍ଯ୍ୟନ୍ତ ୩୦ ଲକ୍ଷ କାର ବିଦେଶକୁ ରପ୍ତାନୀ କରିବାରେ ରେକର୍ଡ କରିଛି। କମ୍ପାନି ୧୯୮୭ରେ ପ୍ରଥମ ଥର ଦେଶରୁ ହଙ୍ଗେରୀକୁ ୫୦୦ କାର ରପ୍ତାନୀ କରିଥିଲା। କମ୍ପାନି ଭାରତରେ ୧୯୮୩ରେ କାର୍ ବିକ୍ରି ଆରମ୍ଭ କରିଥିଲା। କେମିତି ଥିଲା କମ୍ପାନିର କାର ରପ୍ତାନୀ ଇତିହାସ ?କମ୍ପାନିର ରପ୍ତାନୀ ଇତିହାସ ଦେଖିଲେ, ମାରୁତି ସୁଜୁକୀ ୨୦୧୨ରେ ପ୍ରଥମ ଥର ୧୦ ଲକ୍ଷ କାର ରପ୍ତାନୀ କରିଥିଲା। ସେତେବେଳେ କମ୍ପାନି ୨୪ ବର୍ଷ ୮ ମାସରେ ଏହ ରେକର୍ଡ କରିଥିଲା। ଏହା ପରେ ଆଗାମୀ ୮ ବର୍ଷ ୧୦ ମାସ ଅର୍ଥାତ୍ ୨୦୨୧ ଫବ୍ରୁଆରୀରେ କମ୍ପାନିର କାର୍ ରପ୍ତାନୀ ୨୦ ଲକ୍ଷରେ ପହଞ୍ଚିଥିଲା। ସେହିଭଳି ଏହାର ଆଗାମୀ ୩ ବର୍ଷ ୯ ମାସରେ ଅର୍ଥାତ ୨୦୨୪ ଏପର୍ଯ୍ୟନ୍ତ କମ୍ପାନି ଆଉ ୧୦ ଲକ୍ଷ କାର ରପ୍ତାନୀ କରିଛି। ଏହିଭଳି ଭାବରେ କମ୍ପାନି ସମୁଦାୟ ୩୦ ଲକ୍ଷ କାର ରପ୍ତା
ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ କାର ନିର୍ମାତା କମ୍ପାନି ମାରୁତି ସୁଜୁକୀ । କମ୍ପାନିର କାର କେବଳ ଭାରତରେ ହିଁ ଚାହିଦା ରହିଛି ତାହା ନୁହେଁ ବିଦେଶରେ ବି ବେଶ୍ ପସନ୍ଦଯୋଗ୍ୟ ହୋଇପାରିଛି । ଏଥିପାଇଁ ତ’ କମ୍ପାନିର ରପ୍ତାନୀ ଚାହିଦା ବଢ଼ିବାରେ ଲାଗିଛି । ଫଳରେ କମ୍ପାନି ୩୭ ବର୍ଷରେ ରପ୍ତାନୀରେ କରିଛି ନୂଆ ରେକର୍ଡ। ଯାହା ମେକ ଇନ ଇଣ୍ଡିଆ ପଦକ୍ଷେପକୁ ମଧ୍ୟ ଏକ ପ୍ରକାର ସଫଳ କରିଛି।
ପ୍ରକୃତରେ କମ୍ପାନି ନିକଟରେ ୧,୦୫୩ କାରର ଏକ ବ୍ୟାଚ୍ ରପ୍ତାନୀ କରିଛି। ଆଉ ଏହା ସହ କମ୍ପାନି ୧୯୮୭ରୁ ଆଜି ପର୍ଯ୍ୟନ୍ତ ୩୦ ଲକ୍ଷ କାର ବିଦେଶକୁ ରପ୍ତାନୀ କରିବାରେ ରେକର୍ଡ କରିଛି। କମ୍ପାନି ୧୯୮୭ରେ ପ୍ରଥମ ଥର ଦେଶରୁ ହଙ୍ଗେରୀକୁ ୫୦୦ କାର ରପ୍ତାନୀ କରିଥିଲା। କମ୍ପାନି ଭାରତରେ ୧୯୮୩ରେ କାର୍ ବିକ୍ରି ଆରମ୍ଭ କରିଥିଲା।
କେମିତି ଥିଲା କମ୍ପାନିର କାର ରପ୍ତାନୀ ଇତିହାସ ?
କମ୍ପାନିର ରପ୍ତାନୀ ଇତିହାସ ଦେଖିଲେ, ମାରୁତି ସୁଜୁକୀ ୨୦୧୨ରେ ପ୍ରଥମ ଥର ୧୦ ଲକ୍ଷ କାର ରପ୍ତାନୀ କରିଥିଲା। ସେତେବେଳେ କମ୍ପାନି ୨୪ ବର୍ଷ ୮ ମାସରେ ଏହ ରେକର୍ଡ କରିଥିଲା। ଏହା ପରେ ଆଗାମୀ ୮ ବର୍ଷ ୧୦ ମାସ ଅର୍ଥାତ୍ ୨୦୨୧ ଫବ୍ରୁଆରୀରେ କମ୍ପାନିର କାର୍ ରପ୍ତାନୀ ୨୦ ଲକ୍ଷରେ ପହଞ୍ଚିଥିଲା। ସେହିଭଳି ଏହାର ଆଗାମୀ ୩ ବର୍ଷ ୯ ମାସରେ ଅର୍ଥାତ ୨୦୨୪ ଏପର୍ଯ୍ୟନ୍ତ କମ୍ପାନି ଆଉ ୧୦ ଲକ୍ଷ କାର ରପ୍ତାନୀ କରିଛି। ଏହିଭଳି ଭାବରେ କମ୍ପାନି ସମୁଦାୟ ୩୦ ଲକ୍ଷ କାର ରପ୍ତାନୀ କରି ନୂଆ ରେକର୍ଡ କରିଛି।
ବର୍ତ୍ତମାନ ଭାରତର ମାରୁତି ସୁଜୁକୀ ଇଣ୍ଡିଆ, ଜାପାନର ସୁଜୁକୀ ମୋଟର୍ସ କମ୍ପାନିର ସବୁଠୁ ବଡ଼ ସବସିଡାରୀ କମ୍ପାନି। ଆଉ ସବୁଠୁ ଅଧିକ କାର ଉତ୍ପାଦନ କରୁଛି। ଏତିକି ନୁହେଁ ଏହାର ଭାରତର ଅଟୋମୋବାଇଲ ସେକ୍ଟରରେ କମ୍ପାନି ଭଲ ପ୍ରଦର୍ଶନ ମଧ୍ୟ କରୁଛି। ଭାରତ ବର୍ତ୍ତମାନ ଦୁନିଆର ଚତୁର୍ଥ ସବୁଠୁ ବଡ଼ ଅଟୋମୋବାଇଲ ନିର୍ମାତା। ଭାରତରୁ ରପ୍ତାନୀ ହେଉଥିବା ପାସେଞ୍ଜର କାର ମଧ୍ୟରେ ୪୦ ପ୍ରତିଶତ କେବଳ ମାରୁତି ସୁଜୁକୀ ଇଣ୍ଡିଆର।