ଭାରତୀୟ ହକି ଟିମ୍କୁ ନବୀନଙ୍କ ଶୁଭେଚ୍ଛା, ଦେଶର ଗୌରବକୁ ଆହୁରି ଉଚ୍ଚକୁ ନେବାକୁ ଦେଲେ ପରାମର୍ଶ
ଭୁବନେଶ୍ୱର ୨୨।୮: ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳ ହକି ଇଣ୍ଡିଆ ସଭାପତି ଦିଲୀପ ତୀର୍କୀଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି । ନବୀନ ପଟ୍ଟନାୟକ ଖେଳାଳି ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚାକୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳି ମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ ହକିରେ ସୁନା ପଦକ ଆଶା ରଖିଛନ୍ତି ବୋଲି ନବୀନ ପଟ୍ଟନାୟକ କହିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଖେଳାଳି ମାନଙ୍କୁ ଉପାୟନ ଓ ରୁପା ତାରାକସିର କୋଣାର୍କ ଚକ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଖେଳାଳି ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ ।ସମ୍ବର୍ଦ୍ଧନାର ଉତ୍ତର ଦେଇ ଖେଳାଳି ମାନେ କହିଥିଲେ ଯେ, ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶାବାସୀଙ୍କ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ ।ଯେତେବେଳେ ହକି ପାଇଁ କେହି ପ୍ରାୟୋଜକ ଆଗେଇ ଆସି ନଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ ଏବଂ ଓଡିଶା ଭାରତୀୟ ହକି ଦଳର ସ୍ପନସରସିପ୍ ଦାୟିତ୍ୱ ନେଇଥିଲା । ଯାହାର ଫଳ ସ୍ୱରୂପ ଆଜି ଅଲିମ୍ପିକରେ ଭାରତୀୟ ହକି ଟିମ୍ ଲଗାତାର ଦୁଇ ଥର ପଦକ ଜିତିବାରେ ସଫଳ ହୋଇପାରିଛି । ଓଡିଶାବାସୀଙ୍କ ସମର୍ଥନ ଯୋ
ଭୁବନେଶ୍ୱର ୨୨।୮: ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳ ହକି ଇଣ୍ଡିଆ ସଭାପତି ଦିଲୀପ ତୀର୍କୀଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି । ନବୀନ ପଟ୍ଟନାୟକ ଖେଳାଳି ମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚାକୁ ନେବା ପାଇଁ କାମ ଜାରି ରଖିବା ପାଇଁ ଖେଳାଳି ମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ ହକିରେ ସୁନା ପଦକ ଆଶା ରଖିଛନ୍ତି ବୋଲି ନବୀନ ପଟ୍ଟନାୟକ କହିଥିଲେ ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଖେଳାଳି ମାନଙ୍କୁ ଉପାୟନ ଓ ରୁପା ତାରାକସିର କୋଣାର୍କ ଚକ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଖେଳାଳି ମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ ।

ସମ୍ବର୍ଦ୍ଧନାର ଉତ୍ତର ଦେଇ ଖେଳାଳି ମାନେ କହିଥିଲେ ଯେ, ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶାବାସୀଙ୍କ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ ।

ଯେତେବେଳେ ହକି ପାଇଁ କେହି ପ୍ରାୟୋଜକ ଆଗେଇ ଆସି ନଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ ଏବଂ ଓଡିଶା ଭାରତୀୟ ହକି ଦଳର ସ୍ପନସରସିପ୍ ଦାୟିତ୍ୱ ନେଇଥିଲା । ଯାହାର ଫଳ ସ୍ୱରୂପ ଆଜି ଅଲିମ୍ପିକରେ ଭାରତୀୟ ହକି ଟିମ୍ ଲଗାତାର ଦୁଇ ଥର ପଦକ ଜିତିବାରେ ସଫଳ ହୋଇପାରିଛି । ଓଡିଶାବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତାର ହୃତ ଗୌରବ ଫେରି ପାଇଛି ବୋଲି ଖେଳାଳି ମାନେ ପ୍ରକାଶ କରିବା ସହ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।
You Can Read:
ଚିକିଟି ମଦ ମୃତ୍ୟୁର ହେବ RDC ସ୍ତରୀୟ ତଦନ୍ତ, ଘଟଣାର ଅନୁଧ୍ୟାନ କରିବେ ଅବକାରୀ ମନ୍ତ୍ରୀ