ଖାଲକୁ ଖସିଲା ବସ୍ – ୧୧ ମୃତ, ୨୦ ଆହତ

ଡେସ୍କ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏକ ବସ୍ ଖାଲକୁ ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକ ଡଜନରୁ ଅଧିକ ଆହତ ହୋଇଛନ୍ତି। ମୃତକମାନେ କୁମ୍ହାରୀସ୍ଥିତ ଏକ ଘରୋଇ କମ୍ପାନିରେ କାମ କରୁଥିଲେ ଏବଂ ନିଜ ଘରକୁ ଫେରୁଥିବା ବେଳେ ଖପରୀ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବସର ଡ୍ରାଇଭର ଷ୍ଟିୟରିଂ ଉପରେ ନିୟନ୍ତ୍ରଣ ହରାଇବାରୁ ବସଟି ୪୦ ଫୁଟ ଗଭୀର […]

ଖାଲକୁ ଖସିଲା ବସ୍ – ୧୧ ମୃତ, ୨୦ ଆହତ

ଡେସ୍କ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏକ ବସ୍ ଖାଲକୁ ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକ ଡଜନରୁ ଅଧିକ ଆହତ ହୋଇଛନ୍ତି। ମୃତକମାନେ କୁମ୍ହାରୀସ୍ଥିତ ଏକ ଘରୋଇ କମ୍ପାନିରେ କାମ କରୁଥିଲେ ଏବଂ ନିଜ ଘରକୁ ଫେରୁଥିବା ବେଳେ ଖପରୀ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବସର ଡ୍ରାଇଭର ଷ୍ଟିୟରିଂ ଉପରେ ନିୟନ୍ତ୍ରଣ ହରାଇବାରୁ ବସଟି ୪୦ ଫୁଟ ଗଭୀର ମୋହରମ ଖଣିରେ ଖସି ପଡ଼ିଥିଲା। ୩୦ ଜଣ କର୍ମଚାରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୧୧ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଆହତମାନଙ୍କୁ ରାଜଧାନୀ ରାୟପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ସହ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ଫୋର୍ସର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।


ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।