IPL 2024 : ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ-ଲକ୍ଷ୍ନୌ ମୁହାଁମୁହିଁ, ରାତିରେ ମୁମ୍ବାଇ-ଗୁଜୁରାଟ ଫାଇଟ୍‌

ମୁମ୍ବାଇ ୨୪।୦୩ : ଆଇପିଏଲ୍‌ ୨୦୨୪ । ଜମିଲାଣି ଟି-୨୦ ଫିବର । ଶନିବାର ଖେଳାଯିବ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଛି । ଏହିକ୍ରମରେ ରବିବାର ମଧ୍ୟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଦୁଇଟି ମ୍ୟାଚ୍‌ ଖେଳାଯିବ । ଗୋଟିଏ ମ୍ୟାଚ୍‌ ଅପରାହ୍ନ ୪ଟାରେ ଖେଳାଯିବାକୁ ଥିବା ବେଳେ ଆଉ ଗୋଟିଏ ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ । ତେବେ ଅପରାହ୍ନ ୪ଟାରେ ଖେଳାଯିବାକୁ ଥିବା ବେଳେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ମୌ ସୁପର ଜାଏଣ୍ଟସ । ରାଜସ୍ଥାନ ଜୟପୁରର ସଓ୍ୱାଇ ମାନ୍‌ସିଂହ ଷ୍ଟାଡିୟମ୍‌ରେ ଖେଳାଯିବ ଆଇପିଏଲ୍‌ ୪ର୍ଥ ମ୍ୟାଚ୍‌ । ଉଭୟ ଟିମ୍‌ର ଭରପୁର ଷ୍ଟାର କ୍ରିକେଟର ରହିଛନ୍ତି । ତେଣୁ ଆଜିର ମ୍ୟାଚ୍‌ରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଯାଏଁ ଉଭୟଙ୍କ ମଧ୍ୟରେ ୩ଟି ମୁକାବିଲା ଖେଳାଯାଇଥିବା ବେଳେ ଦୁଇଟି ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ ବିଜୟୀ ହୋଇଥିବା ବେଳେ ଲକ୍ଷ୍ମୌ ସୁପର ଜାଏଣ୍ଟସ ଗୋଟିଏର ବିଜୟୀ ହୋଇଛି । ସେହିପରି ରାତି ୮ଟାରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯିବ ଆଇପିଏଲ୍‌ର ୫ମ ମ୍ୟାଚ୍‌ । ପୂର୍ବ ବର୍ଷ ଗୁଜୁରାଟ ଟାଇଟନ୍ସର ଅଧିନାୟକ ଥିବା ହାର୍ଦ୍ଦିକ ପାଣ୍ଡ୍ୟ ଚଳିତ ବର୍ଷ ମୁମ୍ବାଇ ଇ

IPL 2024 : ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ-ଲକ୍ଷ୍ନୌ ମୁହାଁମୁହିଁ, ରାତିରେ ମୁମ୍ବାଇ-ଗୁଜୁରାଟ ଫାଇଟ୍‌

ମୁମ୍ବାଇ ୨୪।୦୩ : ଆଇପିଏଲ୍‌ ୨୦୨୪ । ଜମିଲାଣି ଟି-୨୦ ଫିବର । ଶନିବାର ଖେଳାଯିବ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଛି । ଏହିକ୍ରମରେ ରବିବାର ମଧ୍ୟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଦୁଇଟି ମ୍ୟାଚ୍‌ ଖେଳାଯିବ । ଗୋଟିଏ ମ୍ୟାଚ୍‌ ଅପରାହ୍ନ ୪ଟାରେ ଖେଳାଯିବାକୁ ଥିବା ବେଳେ ଆଉ ଗୋଟିଏ ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ । 

ତେବେ ଅପରାହ୍ନ ୪ଟାରେ ଖେଳାଯିବାକୁ ଥିବା ବେଳେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ମୌ ସୁପର ଜାଏଣ୍ଟସ । ରାଜସ୍ଥାନ ଜୟପୁରର ସଓ୍ୱାଇ ମାନ୍‌ସିଂହ ଷ୍ଟାଡିୟମ୍‌ରେ ଖେଳାଯିବ ଆଇପିଏଲ୍‌ ୪ର୍ଥ ମ୍ୟାଚ୍‌ । ଉଭୟ ଟିମ୍‌ର ଭରପୁର ଷ୍ଟାର କ୍ରିକେଟର ରହିଛନ୍ତି । ତେଣୁ ଆଜିର ମ୍ୟାଚ୍‌ରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଯାଏଁ ଉଭୟଙ୍କ ମଧ୍ୟରେ ୩ଟି ମୁକାବିଲା ଖେଳାଯାଇଥିବା ବେଳେ ଦୁଇଟି ମ୍ୟାଚ୍‌ରେ ରାଜସ୍ଥାନ ରୟାଲସ ବିଜୟୀ ହୋଇଥିବା ବେଳେ ଲକ୍ଷ୍ମୌ ସୁପର ଜାଏଣ୍ଟସ ଗୋଟିଏର ବିଜୟୀ ହୋଇଛି । 

ସେହିପରି ରାତି ୮ଟାରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯିବ ଆଇପିଏଲ୍‌ର ୫ମ ମ୍ୟାଚ୍‌ । ପୂର୍ବ ବର୍ଷ ଗୁଜୁରାଟ ଟାଇଟନ୍ସର ଅଧିନାୟକ ଥିବା ହାର୍ଦ୍ଦିକ ପାଣ୍ଡ୍ୟ ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ । ତେଣୁ ଏହି ମୁକାବିଲା ପାଇଁ ଫ୍ୟାନ୍ସଙ୍କ ମନରେ ଉତ୍କଣ୍ଠା ରହିଛି । ଉଭୟ ଟିମ୍‌ର ଜବରଦସ୍ତ କ୍ରିକେଟର ରହିଛନ୍ତି । ତେଣୁ ହାଇଭୋଲଟେଜ୍‌ ମ୍ୟାଚ୍‌ ହେବା ଆଶା ରହିଛି । ତେବେ ବର୍ତ୍ତମାନ ଯାଏଁ ଉଭୟଙ୍କ ମଧ୍ୟରେ ୪ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଉଭୟ ଟିମ୍‌ ୨ଟି ଲେଖାଏଁ ମୁକାବିଲାରେ ବିଜୟୀ ହୋଇଛନ୍ତି ।