ବାଳିକା ହାଇସ୍କୁଲରେ ଦୁର୍ଘଟଣା ଆହତଙ୍କୁ ଉଦ୍ଧାର ତାଲିମ
ଆଠଗଡ: ଆଠଗଡସ୍ଥିତ ସରକାରୀ ବାଳିକା ହାଇସ୍କୁଲରେ ଦୁର୍ଘଟଣା ଓ ବିପର୍ଯୟ ଆହତଙ୍କୁ ଉଦ୍ଧାର ସମ୍ପର୍କିତ ଏକ ତାଲିମ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଓଡିଶା ଭାରତ ସ୍କାଉଟ୍ସର ଦୁଃସାହସିକ କମିଟିର ଅଧ୍ୟକ୍ଷ ସ୍ଵାଧୀନ କୁମାର ପଣ୍ଡା ଯୋଗଦେଇ ଛାତ୍ରୀମାନଙ୍କୁ ଆହତଙ୍କୁ ଉଦ୍ଧାର କରିବାର ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ ଦେଇଥିଲେ। ସଡକ ଦୁର୍ଘଟଣା ହେଉ ଅବା ରେଳ ଦୁର୍ଘଟଣା କିମ୍ବା ଘରପୋଡି ଭଳି ବିପର୍ଯୟ […]

ଆଠଗଡ: ଆଠଗଡସ୍ଥିତ ସରକାରୀ ବାଳିକା ହାଇସ୍କୁଲରେ ଦୁର୍ଘଟଣା ଓ ବିପର୍ଯୟ ଆହତଙ୍କୁ ଉଦ୍ଧାର ସମ୍ପର୍କିତ ଏକ ତାଲିମ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ସ୍ନିଗ୍ଧା ପ୍ରିୟଦର୍ଶିନୀ ଷଡଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଓଡିଶା ଭାରତ ସ୍କାଉଟ୍ସର ଦୁଃସାହସିକ କମିଟିର ଅଧ୍ୟକ୍ଷ ସ୍ଵାଧୀନ କୁମାର ପଣ୍ଡା ଯୋଗଦେଇ ଛାତ୍ରୀମାନଙ୍କୁ ଆହତଙ୍କୁ ଉଦ୍ଧାର କରିବାର ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ ଦେଇଥିଲେ। ସଡକ ଦୁର୍ଘଟଣା ହେଉ ଅବା ରେଳ ଦୁର୍ଘଟଣା କିମ୍ବା ଘରପୋଡି ଭଳି ବିପର୍ଯୟ ବେଳେ ପ୍ରଥମେ ନିଜକୁ ସୁରକ୍ଷିତ ରଖି କିପରି ଆହତଙ୍କୁ ଉଦ୍ଧାର କରିବେ ସେ ବିଷୟରେ ଶ୍ରୀ ପଣ୍ଡା ବିଭିନ୍ନ ଅଭ୍ୟାସ ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ। ଛାତ୍ରୀମାନେ ବହୁ ଆଗ୍ରହ ଓ ଉତ୍କଣ୍ଠାର ସହ ସମସ୍ତ କୌଶଳ ଅନୁଧ୍ୟାନ କରିବା ସହ ଅଭ୍ୟାସ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।