ଜାତୀୟ କ୍ରୀଡା ସପ୍ତାହ : ଧଉଳିଗିରିରେ କିକ୍ ବକ୍ସିଙ୍ଗ ଓ ପେଞ୍ଚକ ସିଲେଟ୍ ମାର୍ଶାଲ ଆର୍ଟ ପ୍ରଦର୍ଶନ

ଭୁବନେଶ୍ୱର  : ଜାତୀୟ କ୍ରୀଡ଼ା ସପ୍ତାହ ପାଳନ ଅବସରରେ ଆଜି ଓଡିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଧଉଳିଗିରି ଶାନ୍ତିସ୍ତୁପ ଠାରେ କିକ୍ ବକ୍ସିଙ୍ଗ ଓ ପେଂଚକ ସିଲେଟ୍ ମାର୍ଶାଲ ଆର୍ଟ ପ୍ରଦର୍ଶନ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଏକାମ୍ର, ଭୁବନେଶ୍ୱର ଶ୍ରୀ ବାବୁ ସିଂ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ଏଥିସହ କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀ, ଓଡିଶା କିକ୍‌ ବକ୍ସିଂ ଆସୋସିଏସନ୍‌ ଓ ଓଡିଶା ପେଂଚକ ସିଲେଟ୍ ଆସୋସିଏସନ୍‌ର ଅଧିକାରୀମାନେ ଉପସ୍ଥିତ […]

ଜାତୀୟ କ୍ରୀଡା ସପ୍ତାହ : ଧଉଳିଗିରିରେ କିକ୍ ବକ୍ସିଙ୍ଗ ଓ ପେଞ୍ଚକ ସିଲେଟ୍ ମାର୍ଶାଲ ଆର୍ଟ ପ୍ରଦର୍ଶନ

ଭୁବନେଶ୍ୱର  : ଜାତୀୟ କ୍ରୀଡ଼ା ସପ୍ତାହ ପାଳନ ଅବସରରେ ଆଜି ଓଡିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଧଉଳିଗିରି ଶାନ୍ତିସ୍ତୁପ ଠାରେ କିକ୍ ବକ୍ସିଙ୍ଗ ଓ ପେଂଚକ ସିଲେଟ୍ ମାର୍ଶାଲ ଆର୍ଟ ପ୍ରଦର୍ଶନ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ଏକାମ୍ର, ଭୁବନେଶ୍ୱର ଶ୍ରୀ ବାବୁ ସିଂ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ଏଥିସହ କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀ, ଓଡିଶା କିକ୍‌ ବକ୍ସିଂ ଆସୋସିଏସନ୍‌ ଓ ଓଡିଶା ପେଂଚକ ସିଲେଟ୍ ଆସୋସିଏସନ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଜିର ଏହି କିକ୍ ବକ୍ସିଙ୍ଗ ଓ ପେଂଚକ ସିଲେଟ ମାର୍ଶାଲ ଆର୍ଟ ମାଧ୍ୟମରେ କ୍ରୀଡାବିତ୍‌ ମାନେ ନିଜର ଦକ୍ଷତା, ଶୃଙ୍ଖଳା ଏବଂ ଆତ୍ମରକ୍ଷା କୌଶଳକୁ ପ୍ରଦର୍ଶନ କରିଥିଲେ। ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ସମସ୍ତ କ୍ରୀଡାବିତ୍‌ ମାନେ ଦର୍ଶକ ମାନଙ୍କର ପ୍ରଶଂସା ମଧ୍ୟ ସାଉଁଟି ଥିଲେ।ପ୍ରକାଶଯୋଗ୍ୟ ଯେ,କିକ୍ ବକ୍ସିଂ ର ଉତ୍ପତ୍ତି ୟୁରୋପରେ ହୋଇଥିବା ବେଳେ ପେଂଚକ ସିଲେଟ୍ ଇଣ୍ଡୋନେସିଆ ଏବଂ ମାଲେସିଆର ପାରମ୍ପରିକ ମାର୍ଶାଲ ଆର୍ଟ ଅଟେ। ଉଭୟ ମାର୍ଶାଲ ଆର୍ଟ ମୁଖ୍ୟତଃ କ୍ରୀଡାବିତ୍‌ ମାନଙ୍କର ଅଦମ୍ୟ ଦକ୍ଷତା ଓ ଆତ୍ମରକ୍ଷା କୌଶଳ ଆଦିକୁ ନିଖୁଣ ଭାବେ ପ୍ରଦର୍ଶିତ କରିଥାଏ।

ଏଥି ସହିତ ଜାତୀୟ କ୍ରୀଡ଼ା ସପ୍ତାହ ପାଳନ ଅବସରରେ ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍ ଠାରେ ମଧ୍ୟ ବିଭିନ୍ନ ଆଥଲେଟିକ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କ୍ରୀଡ଼ାବିତ୍ ମାନେ ଫିଟ୍ ଇଣ୍ଡିଆ ଶପଥ ଗ୍ରହଣ କରିବା ସହ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତଯୋଗିତା ଯଥା ଲଙ୍ଗଜମ୍ପ, ଜାଭେଲିନ ଆଦିରେ ଅଂଶଗ୍ରହଣ କରିଥିଲେ ।