ଜଳ ଉଠାଇବା ବେଳେ ମହାନଦୀରେ ଭାସିଗଲେ ଜଣେ କାଉଡ଼ିଆ, ଖୋଜୁଛି ଅଗ୍ନିଶମ ବିଭାଗ
କଟକ : ଜଳଲାଗି କରିବା ପାଇଁ ଜଳ ଉଠାଇବା ବେଳେ ମହାନଦୀର କଟକ ଭଦିମୂଳ ଘାଟରେ ଜଣେ କାଉଡ଼ିଆ ନିଖୋଜ । କାଉଡ଼ିଆ ପାଣି ଉଠାଇବା ସମୟରେ ମହାନଦୀ ଭଦିମୂଳ ଘାଟରେ ବୁଡ଼ି ଯାଇଥିବା ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଭଦିମୂଳ ଘାଟରୁ ୧୦ ଜଣ କାଉଡ଼ିଆ ଏକାଠି ହୋଇ ପାଣି ଉଠାଇବା ବେଳେ ୩ ଜଣ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ […] The post ଜଳ ଉଠାଇବା ବେଳେ ମହାନଦୀରେ ଭାସିଗଲେ ଜଣେ କାଉଡ଼ିଆ, ଖୋଜୁଛି ଅଗ୍ନିଶମ ବିଭାଗ appeared first on KNews Odisha.

କଟକ : ଜଳଲାଗି କରିବା ପାଇଁ ଜଳ ଉଠାଇବା ବେଳେ ମହାନଦୀର କଟକ ଭଦିମୂଳ ଘାଟରେ ଜଣେ କାଉଡ଼ିଆ ନିଖୋଜ । କାଉଡ଼ିଆ ପାଣି ଉଠାଇବା ସମୟରେ ମହାନଦୀ ଭଦିମୂଳ ଘାଟରେ ବୁଡ଼ି ଯାଇଥିବା ସୂଚନା ମିଳିବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଭଦିମୂଳ ଘାଟରୁ ୧୦ ଜଣ କାଉଡ଼ିଆ ଏକାଠି ହୋଇ ପାଣି ଉଠାଇବା ବେଳେ ୩ ଜଣ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ଅନ୍ୟ କାଉଡ଼ିଆମାନେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଆଉ ଜଣେ କାଉଡ଼ିଆ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରୀ ରଖିଛି ।
The post ଜଳ ଉଠାଇବା ବେଳେ ମହାନଦୀରେ ଭାସିଗଲେ ଜଣେ କାଉଡ଼ିଆ, ଖୋଜୁଛି ଅଗ୍ନିଶମ ବିଭାଗ appeared first on KNews Odisha.