କୁହୁଡ଼ି ପାଇଁ ଆଜି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଦିନ ୧୦ଟା ପର୍ଯ୍ୟନ୍ତ ଦେଖା ଯାଉନି ରାସ୍ତା

ଭୁବନେଶ୍ୱର : କଲବଲ କରୁଛି କୁହୁଡ଼ି । କମୁଛି ଶୀତ, ବଢୁଛି କୁହୁଡ଼ି । ଆଜି ପାଇଁ ୧୨ ଜିଲ୍ଲାକୁ ଏବଂ ଆସନ୍ତାକାଲି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘନ କୁହୁଡ଼ି ପାଇଁ ୫୦ ମିଟର ତଳକୁ ଖସିଆସିଛି ଦୃଶ୍ୟମାନ କ୍ଷମତା । ଯାତାୟତରେ ଅସୁବିଧା ଭୋଗୁଛନ୍ତି ଯାତ୍ରୀ । ଦିନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗୁ ରହୁଛି। ଦୁଇ ଦିନ ପରେ ବଢ଼ିବ ରାତି ତାପମାତ୍ରା […] The post କୁହୁଡ଼ି ପାଇଁ ଆଜି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଦିନ ୧୦ଟା ପର୍ଯ୍ୟନ୍ତ ଦେଖା ଯାଉନି ରାସ୍ତା appeared first on KNews Odisha.

କୁହୁଡ଼ି ପାଇଁ ଆଜି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଦିନ ୧୦ଟା ପର୍ଯ୍ୟନ୍ତ ଦେଖା ଯାଉନି ରାସ୍ତା
fog

ଭୁବନେଶ୍ୱର : କଲବଲ କରୁଛି କୁହୁଡ଼ି । କମୁଛି ଶୀତ, ବଢୁଛି କୁହୁଡ଼ି । ଆଜି ପାଇଁ ୧୨ ଜିଲ୍ଲାକୁ ଏବଂ ଆସନ୍ତାକାଲି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘନ କୁହୁଡ଼ି ପାଇଁ ୫୦ ମିଟର ତଳକୁ ଖସିଆସିଛି ଦୃଶ୍ୟମାନ କ୍ଷମତା । ଯାତାୟତରେ ଅସୁବିଧା ଭୋଗୁଛନ୍ତି ଯାତ୍ରୀ । ଦିନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଲାଗୁ ରହୁଛି। ଦୁଇ ଦିନ ପରେ ବଢ଼ିବ ରାତି ତାପମାତ୍ରା । ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ । ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପଶ୍ଚିମାଝଡ଼ ଅପସାରଣ ପରେ ବଙ୍ଗୋପସାଗର ପଟୁ ରାଜ୍ୟ ଭିତରକୁ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଛି । ଏହାଦ୍ବାରା ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ହ୍ରାସ ଘଟିଛି । ଫଳରେ ଅନେକ ସ୍ଥାନରେ ଶୀତ ବଢିଛି । ଶୀତ ସାଙ୍ଗକୁ କୁହୁଡ଼ି ହେଉଛି । ଆସନ୍ତା ୨ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ଦେଖାଯିବ।

କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଘନ କୁହୁଡି ସହ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ହେବ । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଛୁଇଁପାରେ ।

 

 

ଆହୁରି ପଢନ୍ତୁ : କୁହୁଡି ପାଇଁ ଆଜି୧୧ ଜିଲ୍ଲାକୁ ଆଲର୍ଟ : ଦୁର୍ଘଟଣା ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବାକୁ ପରାମର୍ଶ

The post କୁହୁଡ଼ି ପାଇଁ ଆଜି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଦିନ ୧୦ଟା ପର୍ଯ୍ୟନ୍ତ ଦେଖା ଯାଉନି ରାସ୍ତା appeared first on KNews Odisha.