ସୁଲଭ ଦରରେ ଲଞ୍ଚ ହୋଇଛି ଦମଦାର୍ earbuds, ଜାଣନ୍ତୁ ଡିଟେଲ୍ସ
ଯଦି ଆପଣ ସୁଲଭ ମୂଲ୍ୟରେ ଦମଦାର୍ ଫିଚର୍ସ ସହିତ ଲ୍ୟାସ୍ ଏକ earbuds ଖୋଜୁଛନ୍ତି, ତେବେ itel ନିଜର ନୂଅ ଅଫର ସହିତ ଆଣିଛି । କମ୍ପାନୀ ଭାରତରେ ନିଜର ନୂଆ ୱାୟାରଲେସ୍ earbuds S9 Ultra କୁ ଲଞ୍ଚ କରିଛି । ଏହି ଇୟରବଡ୍ସ pearlescent finish ସହିତ ଡୁଆଲ ଟୋନ୍ ଡିଜାଇନରେ ଲଞ୍ଚ କରାଯାଇଛି । କମ୍ପାନୀ କହିଛି ଯେ ଏହି ଇମର୍ସିଭ୍ ୩୬୦ ଡିଗ୍ରୀ ସରାଉଣ୍ଡ ସାଉଣ୍ଡ ଦେଇଥାଏ, ଯାହା ମ୍ୟୁଜିକ୍ ଶୁଣିବାର […] The post ସୁଲଭ ଦରରେ ଲଞ୍ଚ ହୋଇଛି ଦମଦାର୍ earbuds, ଜାଣନ୍ତୁ ଡିଟେଲ୍ସ appeared first on KNews Odisha.

ଯଦି ଆପଣ ସୁଲଭ ମୂଲ୍ୟରେ ଦମଦାର୍ ଫିଚର୍ସ ସହିତ ଲ୍ୟାସ୍ ଏକ earbuds ଖୋଜୁଛନ୍ତି, ତେବେ itel ନିଜର ନୂଅ ଅଫର ସହିତ ଆଣିଛି । କମ୍ପାନୀ ଭାରତରେ ନିଜର ନୂଆ ୱାୟାରଲେସ୍ earbuds S9 Ultra କୁ ଲଞ୍ଚ କରିଛି । ଏହି ଇୟରବଡ୍ସ pearlescent finish ସହିତ ଡୁଆଲ ଟୋନ୍ ଡିଜାଇନରେ ଲଞ୍ଚ କରାଯାଇଛି । କମ୍ପାନୀ କହିଛି ଯେ ଏହି ଇମର୍ସିଭ୍ ୩୬୦ ଡିଗ୍ରୀ ସରାଉଣ୍ଡ ସାଉଣ୍ଡ ଦେଇଥାଏ, ଯାହା ମ୍ୟୁଜିକ୍ ଶୁଣିବାର ଅଭିଜ୍ଞତାକୁ ଉନ୍ନତ କରିଥାଏ । ଆସନ୍ତୁ ଏହାର ଅନ୍ୟାନ୍ୟ ଫିଚର୍ସ ବିଷୟରେ ଜାଣିବା ।
itel ନିଜର ଲାଟେଷ୍ଟ ଅଫରିଂରେ ୪୦୦ mAh ର ବ୍ୟାଟେରୀ ଦେଇଛି, ଯାହା ୩୦ ଘଣ୍ଟାର ପ୍ଲେଟାଇମ୍ ଦେଇଥାଏ । ଏହା ସହିତ AI Environmental Noise Cancellation (ENC) ଟେକ୍ନୋଲୋଜି ସହିତ ଲ୍ୟାସ କରାଯାଇଛି, ଯାହା କଲ୍ ସମୟରେ ଆଖପାଖର ସାଉଣ୍ଡକୁ ଦୂର କରିଥାଏ ଏବଂ ସ୍ପଷ୍ଟ କଲିଂ ଏକ୍ସପେରିଏନ୍ସ ପ୍ରଦାନ କରିଥାଏ । ୱାଟର ରେଜିଷ୍ଟେନ୍ସ ପାଇଁ ଏହି ଇୟରବଡ୍ସକୁ IPX5 ରେଟିଂ ମିଳିଛି । ଏହା ସହ ଆପଣ ଆଉଟଡୋର୍ ଆକ୍ଟିଭିଟି ଏବଂ ୱାର୍କଆଉଟ୍ ସମୟରେ ମଧ୍ୟ ଏହାକୁ ବିନା ଟେନସନରେ ବ୍ୟବହାର କରିପାରିବେ ।
ଫାଷ୍ଟ ଏବଂ ଷ୍ଟେବଲ୍ କନ୍ନେକ୍ଟଭିଟି ପାଇଁ ଏଥିରେ ବ୍ଲୁଟୁଥ୍ ୫.୩ ଟେକ୍ନୋଲୋଜି ଦିଆଯାଇଛି । ଏହା ସହିତ ଏଥିରେ ଟଚ୍ କଣ୍ଟ୍ରୋଲ୍ ଏବହ ଭଏସ୍ ଆକ୍ଟିଭେସନ୍ ସପୋର୍ଟ ମଧ୍ୟ ଦିଆଯାଇଛି । ଆପଣ ମ୍ୟୁଜିକ୍ ଚଲାନ୍ତୁ କିମ୍ବା କଲ୍ ଉଠାନ୍ତୁ ଗୋଟିଏ ଟଚରେ ହିଁ ସବୁ କାମ ହୋଇଯିବ । ଚାର୍ଜିଂ ପାଇଁ itel S9 Ultra ରେ Type-C ପୋର୍ଟ ଦିଆଯାଇଛି । ଏହା Space Gray ଏବଂ Dazzle Black color ଅପ୍ସନରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି ।
ପ୍ରାଇସ୍ :
କମ୍ପାନୀ S9 Ultra କୁ ୮୯୯ ଟଙ୍କାରେ ଲଞ୍ଚ କରିଛି । ଏହାକୁ ଆପଣ ସମସ୍ତ ରିଟେଲ୍ ଷ୍ଟୋରରେ କିଣିପାରିବେ ଏବଂ କମ୍ପାନୀ ଏହା ଉପରେ ଗୋଟିଏ ବର୍ଷର ୱେରେଣ୍ଟି ମଧ୍ୟ ଦିଆଯାଇଛି ।
The post ସୁଲଭ ଦରରେ ଲଞ୍ଚ ହୋଇଛି ଦମଦାର୍ earbuds, ଜାଣନ୍ତୁ ଡିଟେଲ୍ସ appeared first on KNews Odisha.