ଦିନକୁ କେତୋଟି ରୁଟି ଖାଇବା ଆବଶ୍ୟକ, ଜାଣନ୍ତୁ ଏହାର ଲିମିଟ୍‌

ସମଗ୍ର ବିଶ୍ୱରେ ଲୋକମାନେ ପ୍ରାୟତଃ ବହୁତ ପରିଶ୍ରମି ଥାଆନ୍ତି । ଯାହା ଫଳରେ ଭାତ ହେଉ କିମ୍ବା ରୁଟିକୁ ଅଧିକ ମାତ୍ରାରେ ଖାଇଥାନ୍ତି । କିନ୍ତୁ ଜାଣି ନ ଥାନ୍ତି ଯେ, ଏହି ଖାଇବା ତାଙ୍କୁ ଅସୁବିଧାରେ ପକାଇପାରେ । ଜଣେ ମଣିଷ ଦିନକୁ ଦୁଇବେଳା ଖାଇବା ନିହାତି ଆବଶ୍ୟକ । ଚାଉଳ ପରି ଗହମ ମଧ୍ୟ ଲୋକଙ୍କ ଖାଦ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଲୋକମାନେ ଭାତକୁ ଯେପରି ଭଲ ପାଇଥାନ୍ତି ଠିକ୍‌ ସେହିପରି ରୁଟିକୁ […] The post ଦିନକୁ କେତୋଟି ରୁଟି ଖାଇବା ଆବଶ୍ୟକ, ଜାଣନ୍ତୁ ଏହାର ଲିମିଟ୍‌ appeared first on KNews Odisha.

ଦିନକୁ କେତୋଟି ରୁଟି ଖାଇବା ଆବଶ୍ୟକ, ଜାଣନ୍ତୁ ଏହାର ଲିମିଟ୍‌
Roti

ସମଗ୍ର ବିଶ୍ୱରେ ଲୋକମାନେ ପ୍ରାୟତଃ ବହୁତ ପରିଶ୍ରମି ଥାଆନ୍ତି । ଯାହା ଫଳରେ ଭାତ ହେଉ କିମ୍ବା ରୁଟିକୁ ଅଧିକ ମାତ୍ରାରେ ଖାଇଥାନ୍ତି । କିନ୍ତୁ ଜାଣି ନ ଥାନ୍ତି ଯେ, ଏହି ଖାଇବା ତାଙ୍କୁ ଅସୁବିଧାରେ ପକାଇପାରେ । ଜଣେ ମଣିଷ ଦିନକୁ ଦୁଇବେଳା ଖାଇବା ନିହାତି ଆବଶ୍ୟକ । ଚାଉଳ ପରି ଗହମ ମଧ୍ୟ ଲୋକଙ୍କ ଖାଦ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଲୋକମାନେ ଭାତକୁ ଯେପରି ଭଲ ପାଇଥାନ୍ତି ଠିକ୍‌ ସେହିପରି ରୁଟିକୁ ମଧ୍ୟ ଭଲ ପାଆନ୍ତି ।

ଏହା ସହ ଏପରି କିଛି ଲୋକ ଥାଆନ୍ତି ଯେପରି ଭାତ ସହିତ ରୁଟିକୁ ମଧ୍ୟ ଖାଇଥାନ୍ତି , ଏହା ବହୁତ ଆରାମ ପ୍ରଦାନ କରିଥାଏ ବୋଲି କୁହାଯାଏ । ଆପଣମାନେ ଜାଣିଥିବେ ଯେ ଅନେକ ପ୍ରକାରର ରୁଟି ଥାଏ । ସେଗୁଡିକ ହେଉଛି, ତାୱା ରୁଟି, ତନ୍ଦୁରି ରୁଟି, ରୁମାଲ୍‌ ରୁଟି ଭଳି ଅନେକ ପ୍ରକାରର ରୁଟି ମିଳିଥାଏ । କିନ୍ତୁ ଆଜି ଆପଣମାନଙ୍କୁ କହିବୁ ଯେ, ମିଡିୟମ୍‌ ସାଇଜର ତାୱା ରୋଟି ବିଷୟରେ । ଆପଣ ଜାଣନ୍ତି କି? ମଣିଷ ଗୋଟିଏ ଦିନରେ କେତେ ଗୋଟି ରୁଟି ଖାଇବା ଆବଶ୍ୟକ ।

ରୁଟି ଖାଇବାର ଲିମିଟ୍‌ କିପରି ସ୍ଥିର କରିବେ :

ଜଣେ ବ୍ୟକ୍ତିଙ୍କ ପାଇଁ ରୁଟି ଖାଇବାର ଦୈନିକ ଲିମିଟ୍‌ କେତେ ହେବା ଆବଶ୍ୟକ । ଯାହା ଆପଣଙ୍କର ଆୟ, ବୟସ, ଆପଣଙ୍କର ଦୈନିକ ଜୀବନ ଏବଂ ଆପଣଙ୍କ ଫିଜିକାଲ ଆକ୍ଟିଭିଟିଜ୍‌ ପରି ଅନେକ ଜିନିଷ ଉପରେ ନିର୍ଭର କରେ ।

ଆପଣ ଗୋଟିଏ ଦିନରେ କେତୋଟି ରୁଟି ଖାଇପାରିବେ?

ବିଶେଷ୍ୟଜ୍ଞଙ୍କ ଅନୁଯାୟୀ, ବୟସ୍କ ବ୍ୟକ୍ତି ପ୍ରତିଦିନ ଅତି କମରେ ୫ ରୁ ୭ଟି ରୁଟି ଖାଇ ପାରିବେ । ଆମ ବିଶ୍ଵରେ ଅନେକ ପ୍ରକାରର ଲୋକ ଅଛନ୍ତି, ପ୍ରତ୍ୟେକ ବ୍ୟକ୍ତିର ଆବଶ୍ୟକତା ଭିନ୍ନ ହୋଇଥାଏ, ତେଣୁ ରୁଟିର ଲିମିଟ୍‌ ସ୍ଥିର କରିବା ପୂର୍ବରୁ ଆପଣଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କିଛି ଲିମିଟ ବିଷୟରେ ।

ଆପଣଙ୍କ ଆୟ : ରୁଟିର ପରିମାଣ ଆପଣଙ୍କ ସାଲେରି ଅନୁଯାୟୀ ସ୍ଥିର କରିପାରିବ । ଯଦି ଆପଣଙ୍କ ଆୟ ଭଲ ତେବେ ଆପଣ ବହୁ ପରିମାଣରେ ମଲ୍ଟିଗ୍ରେନ୍‌ ଅଟାରେ ନିର୍ମିତ ରୁଟି ଖରଇପାରିବେ । ଯାହା ଅଧିକ ହେଲଦି ହୋଇଥାଏ ।

ଫିଜିକାଲ ଆକ୍ଟିଭିଟିଜ୍ : ଦିନସାରା ଆପଣଙ୍କ ଶାରିରୀକ କାର୍ଯ୍ୟକଳାପ ଉପରେ ଆଧାର କରି ଆପଣଙ୍କର ରୁଟିର ତିଆରି କରି ଖାଇବା ଉଚିତ । ଯେଉଁମାନେ ଅଧିକ ଶାରିରୀକ କାର୍ଯ୍ୟକଳାପ କରନ୍ତି ସେମାନେ ଅଧିକ ପୃଷ୍ଟିକର ଖାଦ୍ୟ ଖାଇବା ଜରୁରୀ ହୋଇଥାଏ ।

ସନ୍ତୁଳିତ ଖାଦ୍ୟ : ରୁଟି ସହିତ ଆପଣ ଏକ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଆପଣ ଡାଏଟ୍‌ରେ ଡାଲି, ପନିପରିବା,ପ୍ରୋଟିନ ଏବଂ ଫଳ ମଧ୍ୟ ସାମିଲ କରିପାରିବେ ।

ରୋଗ : ଅନେକ ରୋଗ ଅଛି ଯେଉଁଥିରେ ଡାକ୍ତରମାନେ ରୁଟି ଖାଇବାକୁ ମନା କରିଥାନ୍ତି । ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ରୁଟି ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ । ଯାହା ଫଳରେ ଆପଣ ଏହି ସବୁ ସମସ୍ୟା ସହିତ ଆରାମରେ ମୁକାବିଲା କରିପାରିବେ ।

The post ଦିନକୁ କେତୋଟି ରୁଟି ଖାଇବା ଆବଶ୍ୟକ, ଜାଣନ୍ତୁ ଏହାର ଲିମିଟ୍‌ appeared first on KNews Odisha.